Odisha News Portal

ସ୍ୱାମୀଙ୍କ ପାଖରେ ପହଞ୍ଚିଲେ ୨ ଲକ୍ଷ ଟଙ୍କାରେ ବିକ୍ରୀ ହୋଇଯାଇଥିବା ମହିଳା। ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

0 0

ସମାଜ ଦିନକୁ ଦିନ ଯେତେ ଆଧୁନିକ ଆଡକୁ ଗତି କରୁଛି ଲୋକମାଙ୍କର ଚିନ୍ତା ଧାରାରେ ମଧ୍ୟ ପରିବର୍ତ୍ତନ ଦେଖା ଦେଉଛି। ପ୍ରତ୍ୟେକ ଦିନ ସମଜରେ ଚୋରି, ହତ୍ୟା, ଲୁଟ, ଭଳି ଅନେକ ଘଟଣା ଦେଖିବା ପାଇଁ ମିଳେ। ଏହି ସବୁ ହେବାର ମୁଖ୍ୟ କାରଣ ହେଉଛି ଲୋକମାନଙ୍କ ମଧ୍ୟରେ ମାନବିକତାର ଘୋର ଅଭାବ ଦେଖା ଦେଉଛି। ବେଳେ ବେଳେ ଆମ ସମାଜରେ ଏପରି କିଛି ଘଟଣା ଘଟେ ସେହି ଘଟଣା ଜାଣିଲା ପରେ ଲଜ୍ୟାରେ ଆମର ମୁଣ୍ଡ ତଳକୁ ହୋଇଯାଏ।

ତେବେ ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିଲା ପରେ ଆପଣଂକୁ ରାଗ ଆସିବ ଅପରାଧ କରିଥିବା ବ୍ୟକ୍ତି ଉପରେ। ତେବେ ଘଟଣାଟି ଏପରି ଜଣେ ନବବିବହିତା ମହିଳାଙ୍କୁ ୨ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଯାଉଥିଲେ। ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ।

ମିଳିଥିବା ସୂଚନା ଅନୁସାରେ ଆସାମ ରାଜ୍ୟ ହାତୀ ଗଞ୍ଜ ଗ୍ରାମର ଅନୀଲ ଦାସ ଓ ସାରଦା ଦାସଙ୍କ ଝିଅ ଅଞ୍ଜଳୀ ଦାସ ଯେତେବେଳେ ୫ ବର୍ଷ ହୋଇଥିଲେ ସେତେବେଳେ କୌଣସି ଏକ କାରଣ ବସତ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମାଉସୀ ଗୌରୀ ବାରିକ ବାଲେଶ୍ଵର ସହଦେବ ଥାନା ଅନ୍ତର୍ଗତ ଅଞ୍ଚଳରେ ରହି ତାଙ୍କର ଲାଳନ ପାଳନ କରୁଥିଲେ। ତାଙ୍କ ମାଉସୀ ଅଞ୍ଜଳୀ କୁ ରାଜସ୍ଥାନର ଶିଖର ଜିଲ୍ଲାର ଉଦ୍ୟଗ ନଗର ଅଞ୍ଚଳରେ ପବନ ଶର୍ମାଙ୍କୁ ବିବାହ କରାଇଥିଲେ।

ଏବଂ ବିବାହର ୪ ମାସ ପରେ ଅଞ୍ଜଳୀ ନିଜ ଘରକୁ ବାଲେଶ୍ବର କୁ ବୁଲିବାକୁ ଆସିଥିଲେ। ଏବଂ ଲକଡାଉନ କାରଣରୁ ସେ ଫେରି ପାରିନଥିଲେ ନିଜ ଘରକୁ। ମାଉସୀ ଗୌରୀ ଅନ୍ୟ ଜଣେ ଯୁବକ ସହିତ ବିବାହ କରିବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ। ସେହି ଯୁବକଙ୍କ ଠାରୁ ଟଙ୍କା ନେଇ ତାଙ୍କୁ ବିକ୍ରି କରିବା ପାଇଁ ନେଇ ଯାଇଥିଲେ।

ଅଞ୍ଜଳୀ କୌଶଳ କ୍ରମେ ଖସି ଆସି ବାଲେଶ୍ବର ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏବଂ ପୋଲିସ ପାଖରେ ସଂପୂର୍ଣ୍ଣ ଘଟଣା ବିଷୟରେ କହିଥିଲେ। ଏହା ପରେ ପୋଲିସ ତାଙ୍କୁ ସୋର ଥିବା ଆଶ୍ରମ କୁ ନେଇଯାଇଥିଲେ। ଅଞ୍ଜଳୀ ର ସ୍ୱାମୀ ସହିତ ବାରମ୍ବାର କଥା ହେବା ପାଇଁ ଚେଷ୍ଟା କରାଯାଇଥିଲା। ପରେ ତାଙ୍କ ସହିତ ଯୋଗାଯୋଗ ହେବାରୁ ସେ ଲକଡାଉନ କାରଣରୁ ସେ ଆସି ପାରିନଥିଲେ। ପବନ ଶର୍ମା ରାଜସ୍ଥାନ ରୁ କାର ଭଡା କରି ବାଲେଶ୍ବର ସୋର ରେ ଥିବା ଆଶ୍ରମ ନିକଟରେ ପହଂଚି ନିଜର ସ୍ତ୍ରୀ ଅଞ୍ଜଳିକୁ ଦେଖା କରିଥିଲେ।

ପୋଲିସ ଥାନାରେ କାଗଜ ପତ୍ର କରି ସେ ଦୁଇ ଜଣକୁ ନିଜର ଘର ରାଜସ୍ଥାନକୁ ପଠାଇ ଦିଆଯାଇଥିଲା। ପବନ ଶର୍ମା ଜଣେ ବହୁତ ବଡ଼ ହୃଦୟବାନ ଲୋକ। ଦୁଇ ଜଣକୁ ମିଶାଇ ପୋଲିସ ଏବଂ ଆଶ୍ରମର ମୁଖ୍ୟ ନିଜର ଏକ ବହୁତ ବଡ଼ ସଫଳତା ବୋଲି ସେମାନେ ଗଣ ମାଧ୍ୟମ ନିକଟରେ ନିଜର ମତ ପୋଷଣ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।