ଦେଖନ୍ତୁ ଭିଡ଼ିଓ – ସ୍ୱାମୀ Online ରେ ଭିଡିଓ କନଫରେନ୍ସ ଜରିଆରେ GDP କଥା ହେଉଥିବା ସମୟରେ ସ୍ତ୍ରୀ ଆସି କଲେ ଚୁମ୍ବନ, ଭିଡିଓ ହେଲା ଭାଇରାଲ ଦେଖନ୍ତୁ…
ପୁଣିଥରେ ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛି। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ବୃଦ୍ଧ ବ୍ୟକ୍ତି ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି। କରନା ଭାଇରସ ପରି ମାରାତ୍ମକ ସଂକ୍ରମଣ ପାଇଁ ଜୀବନ ଜୀବିକା ସବୁ ଦୀର୍ଘଦିନ ଧରି ଠପ୍ ହୋଇ ଯାଇଥିଲା।ଏହି ସମୟରେ ଅନେକ ଲୋକଙ୍କ ଚାକିରି ଯିବାର ନଜିର ମଧ୍ୟ ରହିଥିଲା।ମେଧାବୀ ଛାତ୍ର ଛାତ୍ରୀ ମାନେ ପ୍ରବେଶିକା ପରୀକ୍ଷା କୁ ଅନେଇ ବସିଥିବା ବେଳେ ଏହା ଏବେ ଅନିଶ୍ଚିତତା ଦେଇ ଗତି କରୁଛି। ଅର୍ଥନୀତି କୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି ବିଶ୍ୱରେ।
ସମସ୍ତ ପ୍ରକାରର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ବିଶ୍ଵ ଗତି କରୁଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଆମ ଦେଶ ଭାରତ। କାରଣ କରନା ଭଳି ମାରାତ୍ମକ ଭୂତାଣୁ କେବଳ ଆମ ଦେଶ ଭାରତ ନୁହଁ ,ସମଗ୍ର ବିଶ୍ୱରେ କୋରୋନା ଭାଇରସ ତାଣ୍ଡବ ରଚୁଛି। ଏହି ଅଦୃଶ୍ୟ ଶକ୍ତି ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି।ଏଥିରେ ଗରିବ, ମୂଲିଆ ବହୁତ୍ ହଇରାଣ ହେଉଛନ୍ତି।ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ ଏହି ଲକ୍ ଡାଉନ୍ କାରଣରୁ ନିଜର ଜୀବିକା ହରାଇ ବହୁତ୍ ଅସୁବିଧା ରେ ଭୋକ ଉପାସରେ ଦିନ କାଟୁ ଥିବା ବେଳେ ସେମାନଙ୍କର ଜୀବିକା ଏକ ପ୍ରକାରର ବନ୍ଦ ହୋଇ ଯାଇଛି।ଆଉ ଏହି ସମୟରେ ସମସ୍ତ ଅଫିସ୍ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେଉଛି।
ଠିକ୍ ଏହି ସମୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଚି। ଏଠାରେ ଦେଖିବାକୁ ମିଳିଛି କି ଜଣେ ଅଧିକାରୀ ଅନ୍ ଲାଇନ୍ ରେ ଭିଡିଓ କନ୍ଫରେଂସ ଜରିଆରେ ଅନ୍ୟ ଅଫିସର ଏବଂ ଅଧିକାରୀ ମାନଙ୍କ ସହ GDP ଉପରେ ଆଲୋଚନା କରୁଥିବା ସମୟରେ ଏମିତି କିଛି ଘଟିଲା ଯାହା ଏବେ ଚର୍ଚ୍ଚା ହେବାରେ ଲାଗିଛି।ଏହି ସମୟରେ ତାଙ୍କ ସ୍ତ୍ରୀ ରୁମ୍ ଭିତରକୁ ଆସି ସ୍ବାମୀଙ୍କୁ ଚୁମ୍ବନ କରିଥିଲେ। ତାଙ୍କୁ ଜଣା ଥିଲା କି ତାଙ୍କ ସ୍ବାମୀ ଅନ୍ ଲାଇନ୍ ରେ ଭିଡିଓ କନ୍ଫରେଂସ ଜରିଆରେ କଥା ହେଉଛନ୍ତି ବୋଲି। ତେଣୁ ତାଙ୍କର ଏହି କାର୍ଯ୍ୟ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା।
When your GDP gets a stimulus package at the wrong time pic.twitter.com/cokai2r5Fp
— Sagar (@sagarcasm) February 10, 2021
ଅନଲାଇନ୍ ରେ ଥିବା ଅନ୍ୟ ଅଧିକାରୀ ମାନେ ହଠାତ୍ ଏଭଳି ଏକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କ ସ୍ତ୍ରୀ ପ୍ରକୃତରେ ଜାଣି ନଥିଲେ କି ତାଙ୍କ ସ୍ବାମୀ ଭିଡିଓ କଲ୍ ମାଧ୍ୟମରେ ଅନ୍ୟ କର୍ମଚାରୀ ମାନଙ୍କ ସହ ଅର୍ଥବ୍ୟବସ୍ଥା ଉପରେ ଚର୍ଚ୍ଚା କରୁଛନ୍ତି। ସେଥିପାଇଁ ଅଜାନତ ରେ ସେ ରୁମ୍ ଭିତରକୁ ଆସି ସ୍ବାମୀଙ୍କୁ ଚୁମା ଦେଇ ଦେଇଥିଲେ ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।