ସ୍ୱାମୀ ବେକରେ କୁକୁର ବେଲ୍ଟ ବାନ୍ଧି ବଜାରରେ ବୁଲାଇଲା ପତ୍ନୀ, ରେଷ୍ଟୁରାଣ୍ଟରେ ତଳେ ବସାଇ ଖାଦ୍ୟ ଖୁଆଇଲା, ଆଉ ତା ପରେ…

ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହା ଯାଇଥାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଦୁହେଁ ପତି ଓ ପତ୍ନୀ ଅଗ୍ନିକୁ ସାକ୍ଷୀ ରଖି ବିବାହ କରି ଥାଆନ୍ତି। ସେମାନେ କେହି କେବେ କାହାରିକୁ ଛାଡିବେ ନାହିଁ ବୋଲି ମଧ୍ୟ ଶପଥ କରି ଥାଆନ୍ତି। ଜୀବନରେ ଯେତେ ବାଧା ବିଘ୍ନ ଆସିଲେ ବି ସେମାନେ ସବୁବେଳ ପାଇଁ ସାଥି ହୋଇ ରହି ଥାଆନ୍ତି। ସେମାନେ ତାଙ୍କ ଭଲ ପାଇବା ଓ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ପାଇଁ କିଛି ବି କରି ପାରନ୍ତି, ଏମିତିକି ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ରହି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ସ୍ତ୍ରୀ ଜଣଙ୍କ ନିଜ ସ୍ୱାମୀ ବେକରେ କୁକୁର ବେଲ୍ଟ ବାନ୍ଧି ବଜାରରେ ବୁଲାଉ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ପ୍ରକୃତ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ବ୍ରାଜିଲରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଲୁଆନା କାଜକି ନାମକ ଜଣେ ମହିଳା ଓ ଆର୍ଥର ଉର୍ସି ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ସେ ଦୁଇ ଜଣ ପରସ୍ପର ବହୁତ ଭଲ ପାଉଥିଲେ ଓ ସେମାନଙ୍କ ଭଲ ପାଇବାର ଟିକେ ହେଲେ ବି ଛଳନା ରହି ନଥାଏ। ତେବେ ନିକଟରେ ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ସେହି ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବେକରେ କୁକୁର ବେଲ୍ଟ ବାନ୍ଧି ଓ କୁକୁର ପରି ମାସ୍କ ପିନ୍ଧାଇ ତାଙ୍କୁ କୁକୁର ପରି ବଜାରର ଚାରିଆଡେ ବୁଲାଉ ଥିଲେ। ସେମାନେ ଅନେକ ସ୍ଥାନରୁ ବୁଲା ବୁଲି କରି ସାରିବା ପରେ, ଗୋଟେ ରେଷ୍ଟରାଣ୍ଟକୁ ଖାଇବା ପାଇଁ ଯାଇଥିଲେ।

ତେବେ ସେଠାରେ ମହିଳା ଜଣଙ୍କ ଚେୟାର ଉପରେ ବସି ଖାଉ ଥିଲେ କିନ୍ତୁ ସ୍ୱାମୀ ଜଣଙ୍କ ଚେୟାର ତଳେ କୁକୁର ପରି ବସି ଖାଉ ଥିଲେ। ସେମାନେ ଖାଇ ସାରିବା ପରେ ଷ୍ଟେସନ ନିକଟକୁ ଯାଇଥିଲେ। ସେମାନଙ୍କର ଏଭଳି କାର୍ଯ୍ୟକୁ ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ ଓ ଲୋକ ମାନେ ମଧ୍ୟ ସେ ଦୁଇ ଜଣଙ୍କୁ ନେଇ ଅନେକ କଥା କହିଥିଲେ।

ଏହି କାର୍ଯ୍ୟକୁ ନେଇ ସେହି ଦୁଇ ଜଣ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, ଲୋକ ମାନେ ଏହି ଦୃଶ୍ୟକୁ ଦେଖି କଣ ଭାବୁଛନ୍ତି, ସେମାନେ ନିକଟରେ କୌଣସି ବି କଥାରେ ଫରକ ପଡେ ନାହିଁ।ସେମାନେ ଯେଉଁ କାର୍ଯ୍ୟ ସମସ୍ତଙ୍କ ସମ୍ନାରେ କରିଛନ୍ତି, ତାହା ଖରାପ କାର୍ଯ୍ୟ ନୁହେଁ ଓ ଏଥିରେ ମଧ୍ୟ କୌଣସି ବ୍ୟକ୍ତିଙ୍କର ଅସୁବିଧା ମଧ୍ୟ ହୋଇ ନାହିଁ। ଯେତେବେଳେ ସେମାନଙ୍କୁ ଏହି ସବୁ ବାବଦରେ ପଚରା ଯାଇ ଥିଲା, ସେମାନେ କହିଥିଲେ ଯେ ତାଙ୍କ ପ୍ରେମ ଅତି ନିବିଡ଼ ଓ ସେମାନେ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment