ଲୋକ ପ୍ରିୟ ଅଭିନେତା ସୁଭାଶିଷ ଓ ଅନିଶାଙ୍କ ସହିତ କୁନି ଝିଅ କେମିତି କରୁଛି ମସ୍ତି…ଦେଖନ୍ତୁ video

ଓଡ଼ିଆ ସିନେମା ଜଗତ ଅଭିନୟ କରୁଥିବା କଳାକାର ମାନଙ୍କ ପ୍ରତି ଓଡିଆ ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ରହିଛି। ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ସେଥିପାଇଁ ତ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି ଫ୍ୟାନସ୍ ମାନେ। ତେବେ ଆଜି ଆମେ ସେମିତି ଏକ ଲୋକପ୍ରିୟ ଯୋଡି ବାବଦରେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ।

ତେବେ ଆପଣ ମାନେ ଲୋକପ୍ରିୟ ଯୋଡି ଅଭିନେତା ଶୁଭାଶିଷ ଶର୍ମା ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଆନିଶା ଶର୍ମାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଅଭିନେତା ଶୁଭାଶିଷ ଶର୍ମା ଓ ଅଭିନେତ୍ରୀ ଅନିଶା ଶର୍ମାଙ୍କୁ ଅନେକ ସିରିଏଲ ଓ ଫିଲ୍ମରେ ଏକାଠି ଅଭିନୟ କରିବାର ନିଶ୍ଚୟ ଦେଖିଥିବେ । ସୁଟିଂ ସେଟ୍ ରୁ ପରସ୍ପରକୁ ଭଲ ପାଇ ବସିଥିଲେ ଶୁବାଶିଷ ଓ ଅନିଶା। ଧାରାବାହିକ ସ୍ୱାଭିମାନରେ ପ୍ରଥମ ଥର ପାଇଁ ଏକାଠି ଆସିଥିଲେ ଏହି ଯୋଡି। ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଥିଲା। ଆଉ ଏହି ଦୁଇ ଯୋଡ଼ିକୁ ଦର୍ଶକ ମାନଙ୍କ ବହୁ ଭଲ ପାଇବା ମିଳି ପାରିଥିଲା।
ଆଉ ୧୩ ଜୁଲାଇ ୨୦୧୬ ମସିହା ରେ ଉଭୟ ପରସ୍ପରକୁ ରାମ ନାଗେଶ୍ୱର ମନ୍ଦିର, ବିଡାନାସି, କଟକ ଠାରେ ବିବାହ କରିଥିଲେ।


ତେବେ ଗତବର୍ଷ ଏକ କନ୍ୟା ସନ୍ତାନ ର ବାପା ଓ ମାଆ ହୋଇଛନ୍ତି ଶୁଭାଶିଷ ଓ ଆନିଶା। ତେବେ କୁନି ଝିଅ ଜନ୍ମ ନେବା ପରେ ଆନିଶା ଶର୍ମା ନିଜ କୁନି ଝିଅଙ୍କ ପାଇଁ ଅଭିନୟ ଜଗତରୁ କିଛି ଦିନ ପାଇଁ ଦୂରେଇ ରହିଛନ୍ତି। ତେବେ ଆନିଶା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଏକ୍ଟିଭ୍ ରହିଛନ୍ତି ଏମିତିକି ତାଙ୍କର କୁନି ଝିଅ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଏକ୍ଟିଭ୍ ରହିଛନ୍ତି।

କୁନି ଝିଅ ସହିତ ଶୁଭାଶିଷ ଓ ଆନିଶାଙ୍କ ଅନେକ ମଜାମସ୍ତି ଆପଣ ମାନେ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ। ବର୍ତ୍ତମାନ ସମୟରେ ମଧ୍ୟ ସେମିତି ଏକ ମସ୍ତିଭରା ଭିଡିଓ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।ଶୁଭାଶିଷ ଓ ଆନିଶା ତାଙ୍କର କୁନି ଝିଅଙ୍କ ସହ ଖୁବ୍ ଖୁସୀ ଥିବାର ନଜର ଆସିଛନ୍ତି ଆଉ ତାଙ୍କ ସହ ଖେଳୁ ଥିବାର ମଧ୍ୟ ନଜର ଆସିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମଧ୍ୟ ଏହା ଉପରେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment