Odisha News Portal

ସାବଧାନ ! ଜୁନ 10 { ଗୁରୁବାର } ସୂର୍ଯ୍ୟ ପରାଗର ସଠିକ୍ ସମୟ, ହାଣ୍ଡି ଛାଡ଼ ସମୟ ଏବଂ ବିପଦ ରହିଥିବା ରାଶି ମାନଙ୍କ ବିଷୟରେ ଜାଣନ୍ତୁ

ଆସନ୍ତା ଜୁନ 10 ତାରିଖ ବୁଧବାର ଅର୍ଥାତ୍ ଜ୍ୟୋଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ବର୍ଷ ସମୁଦାୟ 4 ଟି ମହାଜାକତିକ ଦୃଶ୍ୟ ଆକାଶରେ ଦେଖିବାକୁ ମିଳିବ । ଏଥି ମଧ୍ୟରୁ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟା ପରାଗ ଅଟେ ।

ପରାଗ ଲାଗିବାର ସମୟ ବା ଗ୍ରାସ ଲାଗିବାର ସମୟ :-

ଆସନ୍ତା ଜୁନ 10 ତାରିଖ ବୁଧବାର ଦିନ ଲାଗୁବାକୁ ଯାଉଥିବା ସୂର୍ଯ୍ୟ ପରାଗ ହେଉଛି ଆଂଶିକ ସୂର୍ଯ୍ୟ ପରାଗ । ପରାଗ ଲାଗିବାର ସମୟ ହେଉଛି ଅପରାହ୍ନ 1ଟା ବାଜି 42 ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା 6 ବାଜି 41 ମିନିଟ ପର୍ଯ୍ୟନ୍ତ ରହିବ । ଏହି ପରାଗ ମହାକାଶରେ ପ୍ରାୟ 5 ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ପରାଗର ଶୋତକ କାଳ :-

ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକନିଷେଧ ବା ହାଣ୍ଡିଛାଡ କରାଯାଇଥାଏ , ଏହି ସମୟକୁ ଶୋତକ ସମୟ ମଧ୍ୟ କୁହାଯାଇଥାଏ । ତେବେ ଏହି ସୂର୍ଯ୍ୟ ପରାଗ ଆସନ୍ତା ଜୁନ 10 ତାରିଖରେ ଲାଗିବାକୁ ଯାଉଛି , ଏହା ଭାରତରେ ଆଂଶିକ ଦୃଶ୍ୟମାନ ହେବ । କିନ୍ତୁ ଓଡିଶାରେ ଦୃଶ୍ୟମାନ ହେବ ନାହିଁ , ଭାରତ ଅପେକ୍ଷା ଅନ୍ୟ ଦେଶ ମାନଙ୍କରେ ଏହାର ଅଧିକ ପ୍ରଭାବ ପଡିବ । ଯେମିତି ଯୁରରୋପ , କାନାଡା , ଚାଇନା ଏହି ସବୁ ଦେଶ ମାନଙ୍କରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ ।

ଜ୍ୟେତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ ଆଂଶିକ ଦୃଶ୍ୟମାନ ହେଉଥିବାରୁ ଏହାର ଶୋତକ କାଳ ହାଣ୍ଡିଛାଡ ସମୟ ମାନ୍ୟ ହେବ ନାହିଁ , କାରଣ ସେହି ଗ୍ରହଣ ବା ପରାଗର ଶୋତକ କାଳ ମାନ୍ୟ ହୋଇଥାଏ , ଯେଉଁ ପରାଗ ଖାଲି ଆଖିରେ ଦେଖାଯାଇଥାଏ । ଯେହେତୁ ଏହା ଆଂଶିକ ଦୃଶ୍ୟମାନ ହେବ ତେଣୁ ଏହି ସୂର୍ଯ୍ୟପରାଗ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ , କିନ୍ତୁ ଏହାର ପ୍ରଭାବ ଗର୍ଭବତୀ ମହିଳା ମାନଙ୍କ ଉପରେ ନିଶ୍ଚିତ ପଡିଥାଏ । ସେଥିପାଇଁ ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ ।

ସୂର୍ଯ୍ୟପରାଗ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି , ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି । ସୂର୍ଯ୍ୟପରାଗ ସମୟରେ ଯଦି ସୂର୍ଯ୍ୟର କିରଣ ଯେଉଁ ଗର୍ଭବତୀ ମହିଳାଙ୍କ ଉପରେ ପଡିଥାଏ , ତେବେ ତାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଥାଏ । ଯାହା ଶିଶୁ ପାଇଁ ବିପଦ ଅଟେ , ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଗର୍ଭବତୀ ମହିଳାଙ୍କୁ କଳା ଏବଂ ନୀଳ ରଙ୍ଗର ବସ୍ତ୍ର ଧାରଣ କରିବାର ନାହିଁ ତା ସହ ନିଜ ଗର୍ଭକୁ ପୂର୍ଣ୍ଣ ରୂପେ ଘୋଡାଇ ରଖିବା ଦରକାର ଅଟେ । ପରାଗ ସମୟରେ ନିଜ ମୁଣ୍ଡ ପାଖରେ 7ଟି ଗୋଟା ହଳଦୀ ରଖନ୍ତୁ ।

କେଉଁ ୪ ଟି ରାଶି ଉପରେ ବିପଦ ରହିଛି-

ମେଷ, କର୍କଟ, ତୁଳା ଏବଂ ମକର ଏହି ୪ ଟି ରାଶି ର ବ୍ୟକ୍ତି ବିଶେଷ ମାନେ ବିଶେଷ ସାବଧାନ ରହିବା ଆବଶ୍ୟକ।ଏହି ୪ ଟି ରାଶିକୁ ଛାଡି ଆଉ ବାକି ୮ ଟି ରାଶି ଉପରେ ଏହି ସୂର୍ଯ୍ୟପରାଗର ଭଲ ପ୍ରଭାବ ପଡ଼ିବାକୁ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।