Odisha News Portal

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କହିଦିଅନ୍ତୁ ଏହି ମନ୍ତ୍ର, ଫଳରେ ଆପଣଙ୍କର ରୋଗ ଜନିତ ସମସ୍ୟା , ଧନ ଜନିତ ସମସ୍ୟା ଦୂର ହୋଇଯିବ…

0 5

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ଗୋଟିଏ ମନ୍ତ୍ର କହିଦେବା ଦ୍ୱାରା ଆପଣ ମାନଙ୍କର ରୋଗ ଜନିତ ସମସ୍ୟା , ଧନ ଜନିତ ସମସ୍ୟା ଯେ କୌଣସି ସମସ୍ୟା ସବୁ ରହିଛି ତାହା ସମସ୍ତ ଦୂର ହୋଇଯିବ । ଯଦି ଆପଣଙ୍କର ଜାତକରେ ସୂର୍ଯ୍ୟ ଦେବ ଠିକ ସ୍ଥାନରେ ରହିତାନ୍ତି ତେବେ ରାଜପଦ ପ୍ରାପ୍ତି ହୋଇଥାଏ , ଏହିପରି ବ୍ୟକ୍ତି ମାନେ ସମସ୍ତ ସ୍ଥାନରେ ସମ୍ମାନ ପାଇଥାନ୍ତି । ସୂର୍ଯ୍ୟଦେବଙ୍କୁ ଗ୍ରହ ମାନଙ୍କର ରାଜା କୁହାଯାଏ , ସୂର୍ୟ୍ୟଦେବଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିଣତ ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଉତ୍ତମ ଅଟେ ।

ଖାସ କରି ରବିବାର ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟଙ୍କୁ ଜଳ ଚଢାଇ ଦିନର ଆରମ୍ଭ କରିଥାଏ ତାହାର ସମସ୍ତ କାମ ପୂର୍ଣ୍ଣ ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ଜ ଚଢିବାର ମହିମା ଏବଂ ଲାଭ ଶାସ୍ତ୍ରରେ ମଧ୍ୟ ସେଖା ହୋଇଛି । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ନୁ ରାମ ଅବତାର ନେଇଥିଲେ ସେହି ସମୟରେ ସେ ମଧ୍ୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିଲେ ।

ସୂର୍ଯ୍ୟ ଦେବଙ୍କ ଆରାଧନା ଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ଦୂରେଇ ରହିବ ତା ସହିତ ଚାକିରୀରେ ପଦୋନ୍ନତି ହେବ । ଯେଉଁ ବ୍ୟକ୍ତି ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାଏ ତେବେ ସେହି ବ୍ୟକ୍ତି ଜୀବନରେ ସର୍ବଦା ଖୁସିରେ ରହିଥାଏ । ଏଭଳି ବ୍ୟକ୍ତି ମାନଙ୍କର ଅନ୍ୟକୁ ନିଜେ ଆଡେ ଆକର୍ଷଣ କରିବାର କ୍ଷମତା ରହିଥାଏ ।

ଆପଣ ମାନଙ୍କ ମଧ୍ୟରୁ କେହି କେହି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାନ୍ତି , ମାତ୍ର ଜଳ ଅର୍ପଣର ସଠିକ ନିତି ନିୟମ ନମାନି ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କୁ କିଛି ଲାଭ ମିଳିନଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ବିଧି ପୂର୍ବକ ସୂର୍ଯ୍ୟ ଦେବଙ୍କୁ କେମିତି ଜଳ ଅର୍ପଣ କରିବେ ।

ଏହା ସହିତ ଗୋଟିଏ ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ମାନଙ୍କୁ ଯଥା ଶୀଘ୍ର ସଫଳତା ପ୍ରାପ୍ତ ହେବ । ସୂର୍ଯ୍ୟକୁ ଜଳ ଅର୍ପଣ କରିବା ସମୟରେ ଏହି ଗୋଟିଏ ଜିନିଷ ମିସାଇ ଦିଅନ୍ତୁ ଯାହା ଦ୍ୱାରା ସୂର୍ଯ୍ୟ ଦେବ ଏବଂ ତାଙ୍କ ପୁଅ ଯମରାଜ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ । ଯାହା ଦ୍ୱାରା କି ବେମାରରେ ହେଉଥିବା ମୃତ୍ୟୁ ଆପଣଙ୍କର ପାଖକୁ ଆସିବ ନାହିଁ ।

ପ୍ରଥମେ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠିବା ଦରକାର ଏବଂ ତାପରେ ସ୍ନାନ କରିନେବେ , ସୂର୍ଯ୍ୟ ଉଦୟ ହେବା ସମୟରେ ତାଙ୍କ ଆଗରେ ଗୋଟିଏ ଦୀପ ଜାଳିଦିଅନ୍ତୁ । ଦୀପ ଜାଳିବା ପାଇଁ ଆପଣ ମାନେ ସୋରିଷ ତେଳର ବ୍ୟବହାର କରନ୍ତୁ । ଏହା ପରେ ଆପଣଙ୍କର ମନ ସ୍କାମନା ସୂର୍ଯ୍ୟ ଦେବଙ୍କ ଆଗରେ କୁହନ୍ତୁ ।

ତାପରେ ଏକ ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ଓଂ ସୂର୍ଯ୍ୟାୟେ ନମଃ ଏହି ମନ୍ତ୍ରର ତିନି ଥର ଜପ କରନ୍ତୁ । ଆପଣ ସୂର୍ଯ୍ୟଦେବଙ୍କୁ ଯେଉଁ ଜଳ ଅର୍ପଣ କରିବେ ସେହି ଜଳରେ ଆପଣ ମାନେ ଯମୁନା ନଦୀର ଗୋଟିଏ ଦିଟୋପା ପାଣି ମିଶାଇ ଦିଅନ୍ତୁ । ଯଦି ଆପଣ ମାନେ ଏହି ପାଣି ମିଶାଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ତେବେ ଯମୁନା ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏହା ସହିତ ବ୍ୟକ୍ତିକୁ ଦୀର୍ଘ ଆୟୁର ଆର୍ଶିବାଦ ପ୍ରଦାନ କରିଥାନ୍ତି । ଏହା କରିବା ଦ୍ୱାରା ଘରେ କୌଣସି ପ୍ରକାର ରୋଗ ରହିବ ନାହିଁ । ବ୍ୟକ୍ତିକୁ ଦୁର୍ଘଟଣା ତଥା ଅକାଳ ମତ୍ୟୁ ହୋଇନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।