ସୁପରହିଟ ଓଡ଼ିଆ ଫିଲ୍ମ ଦମନ ‘Daman’ ଦେଖିଲେ ବାବୁଶାନ ଓ ତୃପ୍ତି… ଏ ନେଇ କଣ କହିଲେ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେଉଛି ବହୁତ ପ୍ରତିକ୍ଷୀତ ଫ୍ଲିମ “ଦମନ’ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ଆରମ୍ଭ ହେଇଯାଇଛି | ତେବେ ଏହି ଫ୍ଲିମ ରିଲିଜ ହେବା ପରେ ଭୁବନେଶ୍ୱର ସ୍ଥିତ ଏକ ସିନେମା ହଲ ରେ ଦମନ ରେ ଅଭିନୀତ ବାବୁସାନ ତାଙ୍କ ପତ୍ନୀ ଙ୍କ ସହିତ ଏକାଠି ବସି ଫ୍ଲିମ ଦେଖିଥିବା ର ନଜର ଆସିଛନ୍ତି | ତେବେ ଏହି ଫ୍ଲିମ କୁ ନେଇ ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଝୁଟି ଆସୁଥିବା ସହିତ ଏହି ଫ୍ଲିମ କୁ ଦେଖିବା ପାଇଁ ଓଡିଶା ବହୁତ ତାରକା ମାନେ ମଧ୍ୟ ଆସିଥିବା ର ଦେଖା ଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜର ପକାଇବା |

ତେବେ ସୂଚନା ଅନୁଯାୟୀ ବହୁ ପ୍ରତିକ୍ଷାର ଅନ୍ତ ପରେ ଏଥର ଫିଲ୍ମ ଶୁକ୍ରବାରରେ ଶୁଭମୁକ୍ତି କରୁଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ ବର୍ତ୍ତମାନ ଓଡ଼ିଆ ସିନେମାର ସ୍ଥିତି ଠିକ ନ ଥିବାବେଳେ ମୌଳିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଓଲିଉଡରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି | ତେଵେ ଏହି ଫ୍ଲିମ ର ମୁଖ୍ୟ ଚରିତ୍ରରେ ରହିଛି ଏକ ଡାକ୍ତରଙ୍କ ପ୍ରକୃତ ଘଟଣା | ତେବେ ଡାକ୍ତରୀ ପାଠ ଶେଷ କରିବା ପରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କର ନିଯୁକ୍ତି ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ହୋଇଛି | ମୌଳିକ ସୁବିଧା ସୁଯୋଗର ଅଭାବ ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଏହି ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ ଣ ସବୁ ଅସୁବିଧା ସାମ୍ନା କରିବାକୁ ପଡ଼ୁଛି ତାହା ଦର୍ଶକଙ୍କୁ ଦେଖିବାକୁ ମିଳିବ ଏହି ଫିଲ୍ମ ମାଧ୍ୟମ ରେ |

ସୂଚନା ଅନୁଯାୟୀ ବିଶାଲ ମୌରୟା ଓ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଦମନ ଫିଲ୍ମକୁ ଦୀପେନ୍ଦ୍ର ସାମଲ ପ୍ରଯୋଜନା ଦେଇଛନ୍ତି | ଏହି ଫିଲ୍ମରେ ଅଭିନେତା ବାବୁସାନଙ୍କ ସହ କଳାକାର ଭାବେ ଦୀପନ୍ବିତ ଦାସ ମହାପାତ୍ରଙ୍କୁ ଦେଖିବାକୁ ମିଳିବ | ଜେପି ଓ୍ବାର୍ଡସ୍ମିଥ୍‌ ଓ ବାପୁ ଗୋସ୍ବାମୀ ଏହାର ଗୀତ ଲେଖିଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କର ଟିମ | ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମୌଳିକ କାହାଣୀ ନାହିଁ ବୋଲି ଦୀର୍ଘ ଦିନରୁ ବହୁତ ଅଭିଯୋଗ କରିଆସୁଛନ୍ତି ଦର୍ଶକ | ତେବେ ଏହା ନିଶ୍ଚିତ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା କହିଛନ୍ତି | ଏହା ଛଡା ଏହି ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଇଛି | ଏଥିରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି |

ତାହାଲେ ଦର୍ଶକ ବନ୍ଧୁ ବଡ଼ ବଜେଟରେ ଏହି ଫିଲ୍ମରେ ବାବୁଶାନଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ | ଏହି ଫିଲ୍ମଟି ବାବୁଶାନ ମହାନ୍ତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ | ଫିଲ୍ମଟି ରିଲିଜ ପରେ ଓଡ଼ିଆ ସିନେମା ଶିଳ୍ପ ପାଇଁ ଏହା ଏକ ନୂଆ ଦିଶା ଦେବ ବୋଲି ଚଳଚ୍ଚିତ୍ର ନିର୍ମାତା ଆଶା ରଖିଛନ୍ତି ବୋଲି ଜଣା ପଡିଛି | ତେବେ ଏହି ଫ୍ଲିମଟିକୁ ଦେଖିବା ପାଇଁ ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଓଡିଶା ବାସୀ ଅନୁରୋଧ କରିବା ସହିତ ଏହା ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା କରିଛନ୍ତି |ଯାହା ବର୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment