Odisha News Portal

ସୁପ୍ରିମକୋର୍ଟ ଙ୍କ ବଡ ରାୟ – ଏଣିକି ଉଦ୍ଧତ ସନ୍ତାନ ମାନେ ହେବେ ସାବାଡ, ନୂତନ ଆଇନ୍ ଆଧାରରେ ବୃଦ୍ଧା ବାପା ମାଆଙ୍କୁ ଅଣଦେଖା କଲେ ହେବ ୬ ମାସର ଜେଲ୍ ଦଣ୍ଡ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0 125

ପିତା ମାତା ମାନଙ୍କ ପାଇଁ ସବୁଠୁ ଖୁସି ଖବର ଆଣିଲେ ସୁପ୍ରିମ କୋର୍ଟ , ଦେଲେ ଓ ଏପରି ଏକ ରାୟ ଯାହା ଶୁଣିଲେ ସନ୍ତାନ ମାନେ ହେବେ ଆଶ୍ଚର୍ଯ୍ୟ । ପ୍ରତ୍ୟେକ ପିତା ମାତା ନିଜର ପିଲା ମାନଙ୍କୁ କେତେ କଷ୍ଟ କରି ପାଳନ ପୋଷଣ କରିଥାନ୍ତି , ଏହା ସହ ସେମାନଙ୍କର ଗୋଟିଏ ଆଶା ରହିଥାଏ କି ଆମେ ମାେ ଯେପରି ଆମର ପିଲା ମାନଙ୍କୁ କଷ୍ଟ କରି ବଡ କରିଛୁ ଆମେ ବୃଦ୍ଧ ହେଲେ ଆମ ପିଲା ମାନେ ସେପରି ଆମର ଯତ୍ନ ନେବେ । ମାତ୍ର ଯେତେବେଳେ ପିଲା ମାନେ ବଡ ହେବା ପରେ ବାପା ମା ପ୍ରତି ଥିବା ଦାୟିତ୍ୱ କଥା ଭୁଲିଯାଆନ୍ତି ସେତେବେଳେ ପିତା ମାତାଙ୍କର ମନକୁ ବହୁତ କଷ୍ଟ ଦେଇଥାଏ ।

ଏବେକା ସମୟରେ ଦେଖାଯାଉଛି କି ଅନେକ ଲୋକମାନେ ସେମାନଙ୍କର ବାପା ମା ବୃଦ୍ଧ ହେଲେ ସେମାନଙ୍କର ଠିକ ସେ ଯତ୍ନ ନେଉ ନାହାନ୍ତି , ସେମାନଙ୍କୁ ବହୁତ ହଇରାଣ ମଧ୍ୟ କରିଥାନ୍ତି । ମାତ୍ର ଏବେ ଆଉ ସେମିତି କରିପାରିବେନି କେହି ପୁତ୍ର , କାରଣ ଏପରି ଏକ ରାୟ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ ।


ସୁପ୍ରିମ କୋର୍ଟଙ୍କର ରାୟ ଅନୁସାରେ ଯଦି ପୁଅ ନିଜର ବାପା ମାଆ ଙ୍କୁ ବୃଦ୍ଧ ସମୟରେ ହଇରାଣ ହରକତ କରେ କିମ୍ବା ସେମାନଙ୍କର ରକ୍ଷଣା ବେକ୍ଷଣ କଥା ନବୁଝେ ତେବେ ଆଉ ବାପା ମାଆ ଙ୍କ ସମ୍ପତ୍ତିର ହକ ତାଙ୍କୁ ମିଳିବ ନାହିଁ । ସନ୍ତାନ ମାନଙ୍କୁ ଏବେ ସାବାଡ କରା ଯାଇ ପାରିବ । ଆଉ କୌଣସି ଲୋକଙ୍କୁ ପରିଣତ ବୟସରେ ଅର୍ଥାତ୍ ବୃଦ୍ଧ ବସ୍ଥା ସମୟରେ ଘର ଛାଡ଼ି ବାର ଦ୍ୱାର ହେବାକୁ ପଡିବ ନାହିଁ ।

କେବଳ ପୁଅ- ବୋହୁ ନୁହନ୍ତି, ସେମାନଙ୍କ ସହିତ ନାତି- ନାତୁଣୀ ବି ସେବା କରିବାକୁ ବାଧ୍ୟ । ଯଦି କେହି ବ୍ୟକ୍ତି ଏହି ସୁପ୍ରିମ କୋର୍ଟଙ୍କର ରାୟକୁ ଅବମାନନା କରେ ତେବେ ସେ ବ୍ୟକ୍ତିକୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ । ଏବେ ବୃଦ୍ଧା ବାପା ମାଆଙ୍କ ସୁରକ୍ଷା ନିମନ୍ତେ ଏଥିପାଇଁ ଦେଶବ୍ୟାପୀ ଦ ମେନ୍ଟେନାନ୍ସ ଆଣ୍ଡ ୱେଲ୍ ଫେୟାର ଅଫ୍ ପାରେଣ୍ଟସ ଆଣ୍ଡ ସିନିଆର୍ ସିଟିଜେନ୍ ଏକ୍ଟ ଆରମ୍ଭ କରାଯାଇଛି ।

ଯେଉଁଥିରେ ସନ୍ତାନ ମାନଙ୍କ ଦ୍ଵାରା ଉଭୟ ଶାରିରୀକ ଏବଂ ମାନସିକ ଉଭୟ ରୂପରେ ନିର୍ଯାତିତ ହେଉଥିବା ଅସହାୟ ବାପା ମାଆ ମାନେ ନିଜ ପିଲାଙ୍କ ବିରୋଧରେ ଅଭିଯୋଗ କରି ପାରିବେ । ତେବେ ଯଦି ଆପଣ ମାନେ ସେପରି କିଛି କାମ କରୁଛନ୍ତି ତେବେ ସେଥିରୁ ନିବୃତ୍ତ ରୁହନ୍ତି , ପିତା ମାତା ହେଉଛନ୍ତି ସ୍ୱୟଂ ଭଗବାନଙ୍କର ଅନ୍ୟ ରୂପ । ତେବେ ଆପଣ ମାନେ ତାଙ୍କୁ ଭଗବାନଙ୍କ ପରି ଘରେ ପୂଜା କରନ୍ତୁ କେବେବି ଅବହେଳା କରନ୍ତୁ ନାହିଁ । ଯଦି ବାପା ମାଙ୍କୁ ଅବହେଲା କରିବେ ତେବେ ଆପଣ ମାନେ ହିଁ ଅସୁବିଧାର ସମ୍ମୁଖୀନ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।