Odisha News Portal

ଦେଖନ୍ତୁ ଭିଡ଼ିଓ : ସୁନା ପାଇଁ ଯୌତୁକ ଜୁଇ ରେ ଶୋଇଲା ନବ ବିବାହିତା, ସମ୍ପୂର୍ଣ ଘଟଣା ଜାଣିଲେ ହେବେ ଦୁଃଖିତ

କେହି ଜଣେ ମରିଯିବା ପରେ ମଶାଣି ରେ ଯୁଇ ଜଳି ଥାଏ। କିନ୍ତୁ ବର୍ତମାନ ଆମ ସାମ୍ନା କୁ ଏମିତି ଏକ ଜୁଇ ର ଫଟୋ ଆସିଛି ତାହା କୌଣସି ମଶାଣି ର ଜୁଇ ନୁହଁ ତାହା ହେଉଛି ଯୌତୁକ ଜୁଇ। ଆଜିର ଶିକ୍ଷିତ ସମାଜ ରେ ବି ଏମିତି ଘଟଣା ଘଟିଛି । ଯେଉଁ ଘରକୁ ପାଟ ଶାଢ଼ୀ ପିନ୍ଧି , ହାତରେ ମେହେନ୍ଦି , ପାଦ ରେ ଅଳତା ଲଗାଇ , ମୁଣ୍ଡରେ ଓଢଣା ପକାଇ ଆସିଥିଲେ ସେହି ଘର ସାମ୍ନା ରେ ଆଜି ତାଙ୍କର ଜୁଇ ଜଳୁଛି । ବିବାହ ବେଦିରେ ସାତ ଜନ୍ମ ପାଇଁ ସାଥି ହେବାର ପ୍ରତିଜ୍ଞା ଗ୍ରହଣ କରି ଥାଆନ୍ତି ଆଉ ଦଶ ଦୋଷ କ୍ଷମା କରିବେ ବୋଲି ପ୍ରତିଜ୍ଞା କରି ଥାଆନ୍ତି କିନ୍ତୁ ସାମାନ୍ୟ କିଛି ଟଙ୍କା ପାଇଁ ଆଉ କିଛି ଜିନିଷ ପତ୍ର ପାଇଁ ନବ ବଧୁ କୁ ମାରିଦେଲେ ଶଶୁର ଘର ଲୋକେ ।

ପାଲିଙ୍କି ରେ ଆସିଥିଲେ ଆଉ କୋକେଇ ରେ ଗଲେ ନବ ବଧୁ । ବାହାଘର ପରେ ଯୌତୁକ ଆଣି ନଥିବାରୁ ନବ ବଧୁ ଙ୍କୁ ମାରି ଦେଇ ଥିବାର ଅଭିଯୋଗ ଆସିଛି । ମୃତ ନବ ବଧୁ ଙ୍କ ଘରଲୋକ ଅଭିଯୋଗ ଆଣିଛନ୍ତି ଯେ ଯୌତୁକ ପାଇଁ ଶଶୁର ଘର ଲୋକ ଝିଅ କୁ ନିର୍ଯାତନା ଦେଉଥିଲେ ଆଉ ଶେଷରେ ତାକୁ ବିଷ ଦେଇ ମାରି ଦେଇଛନ୍ତି । ଝିଅ କୁ ମାରି ଦେଇଥିବା ର ଅଭିଯୋଗ ଦେଇ ବାପା ଘର ଲୋକ ମାନେ ଝିଅ ର ଶଶୁର ଘର ସାମ୍ନା ରେ ଝିଅ ର ଶବ ଦାହ କରିଛନ୍ତି ।

ଦେଖନ୍ତୁ ଅନ୍ତିମ ସଂସ୍କାର ର ଦୃଶ୍ୟ ;

ମହାରାଷ୍ଟ୍ର ର ବାରାଣସୀ ର ସମ୍ପୀ ଗ୍ରାମ ରେ ଏହି ଘଟଣା ଘଟିଛି। ବର୍ଷକ ପୂର୍ବେ ୨୧ ବର୍ଷୀୟ ଗୀତାଞ୍ଜଳି ଙ୍କ ବିବାହ ଅଭିଷେକ ସହିତ ହୋଇଥିଲା । ମେ ୨୪ ତାରିଖ ରେ ତାଙ୍କର ବିବାହ ବାର୍ଷିକ ଥିଲା । ଏହାର କିଛି ଦିନ ପରେ ଗୀତାଞ୍ଜଳି ଙ୍କ ସମ୍ପର୍କୀୟ କୁ ଅଭିଷେକ ଫୋନ୍ କରି କହିଥିଲେ ସେ ବିଷ ପିଇ ଦେଇଛନ୍ତି । ଗୁରୁତର ଅବସ୍ଥା ରେ ତାଙ୍କୁ ବାରାଣସୀ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା । ଏହାପରେ ତାଙ୍କୁ ପୁନେ ସ୍ଥିତ ଏକ ହସ୍ପିଟାଲ କୁ ସ୍ଥାନତରିତ କରାଯାଇ ଥିଲା । ହେଲେ ତା ପର ଦିନ ୧୨ ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୀତାଞ୍ଜଳି ଙ୍କ ମୃତ୍ୟୁ ପରେ ଗୀତାଞ୍ଜଳି ଙ୍କ ପରିବାର ଲୋକ ତାଙ୍କ ଶଶୁର ଘର ବିରୁଦ୍ଧ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ବାହାଘର ରେ ଶାଶୁଘର ଲୋକ ୫୧ ଭରି ସୁନା ଗୀତାଞ୍ଜଳି ଙ୍କୁ ଆଣିବା ପାଇଁ କହିଥିଲେ ହେଲେ ଘରର ଅବସ୍ଥା ଠିକ୍ ନଥିବାରୁ ତାଙ୍କର ଏହି ଡିମାଣ୍ଡ ପୂରଣ କରି ପାରିନଥିଲେ ବୋଲି ଗୀତାଞ୍ଜଳି ଙ୍କ ପରିବାର ଲୋକ କହିଛନ୍ତି । ବିବାହ ପରେ ତାଙ୍କୁ ସୁନା ଅଳଙ୍କାର ଓ କପଡା କୁ ନେଇ ତାଙ୍କ ଶାଶୁଘର ଲୋକ ତାଙ୍କୁ ଟାହି ଟାପରା କରିବା ଆରମ୍ଭ କରିଥିଲେ ଓ ଶେଷରେ ବିଷ ଦେଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗୀତାଞ୍ଜଳି ଙ୍କ ପରିବାର ଲୋକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।