Odisha News Portal

ଗୁରୁବାର ଦିନ ସ୍ୱାମୀ ସ୍ତ୍ରୀ କାହିଁକି ମିଳନ ହୁଅନ୍ତି ନାହିଁ ! କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ….

0 3

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଗୁରୁବାର ଦିନ ସ୍ୱାମୀ ସ୍ତ୍ରୀ କାହିଁକି ମିଳନ ହୁଅନ୍ତି ନାହିଁ । ଆମର ଆମର ଓଡିଆ ପରମ୍ପରାରେ ଏମିତି କିଛି କଥା ରହିଛି ଯାହାକୁ ଲୋକମାନେ ପ୍ରାଚୀନ କାଳରୁ ମାନି ଆସୁଛନ୍ତି । ସେଥି ମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୁରୁବାର ଦିନ ସ୍ୱାମୀ ଓ ସ୍ତ୍ରୀ କାହିଁକି ମିଳନ ହୁଅନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କାରଣ ବିଷୟରେ କହିବୁ , ଯେଉଁଥିରେ କି କାହିଁକି ସ୍ୱାମୀ ସ୍ତ୍ରୀ ମାନେ ଗୁରୁବାର ଦିନ ମିଳନ ହେବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ତେବେ ଆପଣ ମାନେ ଏହା ଜାଣିଥିବେ କି ସପ୍ତାହରେ ସାତ ଦିନ ରହିଥାଏ । ସେହି ସପ୍ତାହର ସାତ ବାର ମଧ୍ୟରୁ ଗୁରୁବାରକୁ ଲୋକମାନେ ଶ୍ରେଷ୍ଟ ବାର ବୋଲି ମାନିଥାନ୍ତି । ତେବେ ଏହି ଗୁରୁବାରରେ ଏମିତି କିଛି କାମ ରହିଛି ଯାହାକୁ ଏହି ଦିନରେ କରିବା ମୋଟେ ଉଚିତ ନୁହେଁ । ଯେମିତିକି ଜମିବାଡି କାମ ଗୁରୁବାର ଦିନ କରାଯାଇନଥାଏ ।

ଏହି ବାର ଦିନ ଘରୁ ଧନ ମଧ୍ୟ ବାହାରକୁ ଦେବା ଉଚିତ ନୁହେଁ । କାହାକୁ କରଜ ଦେବା ଉଚିତ ନୁହେଁ । କାହା ପାଖରୁ ପଇସା ଧାର ନେବା କି ପଇସା ଧାର ଦେବା ମଧ୍ୟ ଏହି ବାରରେ ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଧନର ଦେବୀ ମାତା ଲକ୍ଷ୍ମୀ ରାଗି ଯାଆନ୍ତି । କାରଣ ଏହି ଗୁରୁବାର ହେଉଛି ମାତା ଲକ୍ଷ୍ମୀଙ୍କର ପବିତ୍ର ବାର ଅଟେ ।

ଏହି ବାରରେ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ଏବଂ ତାଙ୍କୁ ଆରାଧନା ମଧ୍ୟ କରାଯାଇଥାଏ । ତେବେ ଏହି ବାରରେ ଆପଣ ମାନେ ଧ୍ୟାନ ରଖିକରି କାମ କରିବା ଉଚିତ କାରଣ ମାତା ଲକ୍ଷ୍ମୀ ହେଉଛନ୍ତି ଧନର ଦେବା ଏଥିପାଇଁ ତାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ବାରରେ କିଛି ଏମିତି କାମ ଅଛି ଯାହାକୁ କେବେବି କରିବା ଉଚିତ ନୁହେଁ । କାରଣ ମାତା ଲକ୍ଷ୍ମୀଙ୍କର ନାପସନ୍ଦ କାମ କଲେ ସେ ଆପଣଙ୍କ ଉପରେ କ୍ରୋଧିତ ହେବେ ଏବଂ ଆପଣଙ୍କର ଦାଣ୍ଡର ଭିକାରୀ ମଧ୍ୟ କରି ଦେଇପାରନ୍ତି ।

ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଆମର ଓଡିଆ ପରମ୍ପରାରେ ବୋହୂ ମାନଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଏ । ଯେହେତୁ ପରମ୍ପରା ଅନୁସାରେ ବୋହୂ ମାନଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ଏହି ଦିନଟିକୁ ମାତା ଲକ୍ଷ୍ମୀଙ୍କର ବାର ବୋଲି ମାନାଯାଏ ସେଥିପାଇଁ ଏହି କାରଣରୁ ସ୍ୱାମୀ ଓ ସ୍ତ୍ରୀ ଗୁରୁବାର ଦିନ ସଂପର୍କ ରଖିବା ଉଚିତ ନୁହେଁ । ତେବେ ଏହି କାରଣ ପାଇଁ ସ୍ୱାମୀ ସ୍ତ୍ରୀ ମାନେ ମିଳନ ନହେବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।