Odisha News Portal

ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ଯୋଗାଇ ଦିଆଯିବ ସ୍ମାର୍ଟ ଫୋନ୍। ଆଜି ଏମିତି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ…….

ବର୍ତ୍ତମାନ ର ସବୁଠୁ ବହୁତ ବଡ ଖବର । ତେବେ ଖବର ଅନୁଯାୟୀ ମାଲକାନଗିରି ସ୍ବାଭିମାନ ଅଞ୍ଚଳ ର ସବୁ ପରିବାର କୁ ସ୍ମାର୍ଟ ଫୋନ୍ ଯୋଗାଇ ଦିଆ ଯିବ । ଆଜି ସ୍ବାଭିମାନ ଅଞ୍ଚଳ ବାସୀ ଙ୍କ ସହିତ ଏ କଥା ହେବା ଅବସର ରେ ଏହି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂପୃକ୍ତି ଅଞ୍ଚଳରେ ସ୍ମାର୍ଟ ଫୋନ୍ ବଣ୍ଟନ ବ୍ୟବସ୍ଥା ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାଭିମାନ ଅଞ୍ଚଳରେ 4 ଟି ମୋବାଇଲ୍ ଟାୱାର ହୋଇଛି ଏବଂ ଖୁବ୍ ଶିଘ୍ର 4ଜି ସୁବିଧା ଥିବା ଆଉ 3 ଟି ଟାୱାର ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

ତେବେ ସେପଟେ ହିଂସା ଛାଡି ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତା ସହିତ ସ୍ବାଭିମାନ ଅଞ୍ଚଳ ର ବିକାଶ ପାଇଁ 100 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି ନବୀନ ସରକାର ।

ରାସ୍ତା ଘାଟ ଏବଂ ବିଦ୍ୟୁତ ସେବା ଡିପ୍ ବ୍ୟୁରୁଏଲ୍ ଜରିଆ ରେ ଜମିକୁ ଜଳ ସେଚନ ଲାଗି ଏହି ଅର୍ଥ ଖର୍ଚ୍ଚ କରା ଯିବ । ମାଓ କ୍ୟାଡାର ମାନେ ହିଂସା ଛାଡି ମୁଖ୍ୟ ଧାରା କୁ ଫେରି ଆସି ବିକାଶ ରେ ସାମିଲ ଦେବାକୁ ଆହ୍ବାନ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ବିଷୟରେ ଭଲ ଭାବରେ ଜାଣିବା ।

ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି କି , ସ୍ବାଭିମାନ ଅଞ୍ଚଳର ବିକାଶ କାମ କୁ ଆଗେଇ ନେବାକୁ ମୁଁ ସେତେ ବେଳେ ସେହି୍ ଯୋଜନା ରେ ଶହେ କୋଟି ଟଙ୍କାର ସ୍ପେସାଲ୍ ପ୍ୟାକେଜ ଘୋଷଣା କରି ଥିଲି । ପରେ ଏହାକୁ 215 କୋଟି ଟଙ୍କା ବୃଦ୍ଧି କରା ଯାଇଛି । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଏଥିରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା , ସ୍ବାସ୍ଥ୍ୟ ସେବା , ଯୋଗାଯୋଗ, ପିଇବା ପାଣି୍, ଜଳ ସେଚନ୍ , ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆ ଯାଇଛି ।

ତେବେ ବିଜୁଳି ସେବା ପାଇଁ 33/11 Kb ସବଷ୍ଟେସନ୍ କାମ ଖୁବ୍ ଶିଘ୍ର ଶେଷ ହେବ ଏବଂ 11 Kb 36 ଲ୍ୟାଣ୍ଡ କନେକ୍ସନ ଗାଁ ରୁ କମ୍ପିଲିଟ୍ ରାସ୍ତା ପର୍ଯ୍ୟନ୍ତ ଆରମ୍ଭ କରି 78 କିଲୋମିଟର ବ୍ଲାକଟପ୍ ରୋଡ ଏବଂ 7 ଟି ସେତୁ ପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ କରା ଯିବ । ତେବେ ମୁଖ୍ୟମନ୍ତ୍ରୀ ଙ୍କ ଏହି ଘୋଷଣା ପରେ ସ୍ବାଭିମାନ ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ନୂଆ ଆଶାର ଆଲୋକ ଭରି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।