Odisha News Portal

ସୁଟିଂ ସେଟ୍ ରେ ହିରୋଇନ୍ ଏଲିନାଙ୍କ ଚୁଟି କାଟିଦେଲେ ଫିଲ୍ମ ନିର୍ଦେଶକ ଅଶୋକ ପତି ! ତା ପରେ ଯାହା ହେଲା ଜାଣିଲେ ଆପଣ ହସି ହସି ବେହାଲ୍ ହୋଇଯିବେ….

0 3

ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି 24 ବର୍ଷୀୟା ଏଲିନା ସାମନ୍ତରାୟ।

ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଆଉ ଓଡ଼ିଆ ସିନେମା ଦୁନିଆରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ । ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି। ସେ 22 ଜୁଲାଇ 1996ରେ ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଏଲିନାଙ୍କ ପରିବାରରେ ତାଙ୍କ ବାପା,ମାଁ ଏବଂ ଭାଇ ଅଛନ୍ତି ।

ତେବେ ଏଲିନା ସାମନ୍ତରାୟ କିଏ ହେବ ମୋ ହିରୋଇନ୍ ରୁ ତାଙ୍କର ଫିଲ୍ମ ଜୀବନ ଆରମ୍ଭ କରିଥିଲେ । ଆଉ ତାଙ୍କର ପ୍ରଥମ ଫିଲ୍ମ ଥିଲା ଇସ୍କ ତୁ ହି ତୁ (2015) । ସେ 10ରୁ ଅଧିକ ଫିଲ୍ମ କରି ସାରିଲେଣୀ । ଆଉ ସେବେ ଠାରୁ ତାଙ୍କ ପାଇଁ ସମସ୍ତେ ଦିୱାନ ହୋଇ ଯାଇଛନ୍ତି ।

ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ କିଛିଦିନ ଧରି କରନା ମହାମାରୀ କାରଣରୁ ସମସ୍ତଙ୍କ ଭଳି ଫିଲ୍ମ୍ ଦୁନିଆରୁ ଟିକେ ଦୂରରେ ରହିଥିଲେ।ତେବେ ଏବେ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି।


ତେବେ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ବର୍ତ୍ତମାନ ଗୋଟିଏ ନିଆରା ମୁଭି ସୁଟିଂ ଚାଲିଛି ଯାହାର ନାମ ରହିଛି ପାପ । ତେବେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ କିଛି ଦିନ ପୂର୍ବରୁ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଥିଲେ ଏବଂ କୁହାଯାଉଥିଲା ଅଭିନେତ୍ରୀ କିଛି ଗୋଟିଏ ପାପ କରି ଦେଇଛନ୍ତି । ଫିଲ୍ମରେ ତରଙ୍ଗ ସିନେ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ଏଲିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ।ଏଥିରେ ସେ ନିର୍ଦେଶକ ଅଶୋକ ପତିଙ୍କ ସହିତ ଅଭିନୟ କରିବାର ନଜର ଆସିବେ।

ବର୍ତ୍ତମାନ ଏହି ଫିଲ୍ମ ସୁଟିଂ ସେଟରେ ବହୁତ ମଜା ମସ୍ତି କରୁଥିବାର ନଜରରେ ଆସିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ତେବେ ସେ ତାଙ୍କର ଫିଲ୍ମ ପାପ ପାଇଁ ବହୁତ ସକ୍ରିୟ ରହିଛନ୍ତି ଏବଂ ତାଙ୍କର ଚରିତ୍ରକୁ ପୂରା ଜୀବନ୍ତ କରି ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ଜଣା ପଡୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।