Odisha News Portal

ହେ ଭଗବାନ ! ପୁଣି ଡିସେମ୍ବର ମାସ 14 ତାରିଖ ସୋମବାର ଦିନ ଏ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ! ଜାଣନ୍ତୁ ଗ୍ରହଣ ଲାଗିବାର ସଠିକ୍ ସମୟ ଏବଂ ସଠିକ୍ ନିୟମ…….

0 19

ଡିସେମ୍ବର ମାସ 14 ତାରିଖରେ ଅର୍ଥାତ ଆସନ୍ତା ସୋମବାର ଦିନ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ବହୁତ ଲମ୍ବା ଏବଂ ଡିସେମ୍ବର 14 ଏବଂ 15 ତାରିଖରେ ଲାଗୁଥିବାରୁ ଏହା ହେଉଚି ଖଣ୍ଡଗ୍ରାସ ସୂର୍ଯ୍ୟପରାଗ । ଏହିପରି ସୂର୍ଯ୍ୟପରାଗ ବହୁତ କମ ଦେଖିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ସୂର୍ଯ୍ୟ ପରାଗର ସମୟ ସୀମା କେବେ ଆରମ୍ଭ ହେବ ଏବଂ କେବେ ସେଷ ହେବ । ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ ।

ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ । ଏହି ପରାଗ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇଛି । ଏହା ହେଉଛି ବର୍ଷର ଅନ୍ତିମ ଏବଂ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗର ଗ୍ରାସ ସମୟ ହେଉଛି 14 ଡିସେମ୍ବର ସନ୍ଧ୍ୟା 7 ଟା 3 ରୁ ଆରମ୍ଭ ହେବ ଏବଂ 14 ଡିସେମ୍ବର ମଧ୍ୟରାତ୍ରି ପରେ ଅର୍ଥାତ 15 ଡିସେମ୍ବର ରାତ୍ରି 12.23 ମିନିଟରେ ଶେଷ ହେବ ।

ଏହି ସବର୍ଯ୍ୟପରାଗ ମହାକାଶରେ ପ୍ରାୟ 5 ଘଣ୍ଟା 18 ମିନିଟ ଦୃଶ୍ୟମୟ ହେବ । ଏହି ସୂର୍ଯ୍ୟପରାଗ ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟସ୍ତ ପରେ ଲାଗୁଥିହାରୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ ଆଫ୍ରିକାରେ ଦୃଶ୍ୟମାନ ହେବ ।


ଏହି ସମୟଟି ଗର୍ଭବତୀ ମହିଳା ମାନଙ୍କ ପାଇଁ ସମ୍ବେଦନ ଶୀଳ ଏବଂ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସୂର୍ଯ୍ୟପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି । ଏହି ସମୟରେ କୌଣସି ଜିନିଷ କଟାକଟି ଏବଂ ସିଲେଇ କରିବା ଅନୁଚିତ ହୋଇଥାଏ । ଏହି ସମୟରେ କୌଣସି କଳାରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରିବା ଅନୁଚିତ । ଜ୍ୟୋତିଷ ସାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ କାରଣରୁ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି ।

ଯେହେତୁ ଏହା ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ତେଣୁ ଏହା ଗ୍ରହ ମାନଙ୍କ ଉପରେ ବିସେଷ ପ୍ରଭାବ ପକାଇଥାଏ । ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କ ଉପରେ ଏହାର ଅଶୁଭ ପ୍ରବାବ ପକାଇଥାଏ । କେତେକ ରାଶି ମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଶୁଭ ପ୍ରଭାବ ପଡିବାକୁ ମଧ୍ୟ ଯାଉଛି । ଯାହା ଦ୍ୱାରା କି ସେହି ରାଶି ମାନଙ୍କ ମଧ୍ୟରେ ବହୁତ ପ୍ରକାର ପରିବର୍ତ୍ତନ ଦେଖାଦେବ । ଏହା ସହିତ ସେମାନଙ୍କର ସମସ୍ତ ସଂଙ୍କଟ ମଧ୍ୟ ଦୂର ହେବ । ଆର୍ଥିକ ଲାଭ ପ୍ରାପ୍ତ ହେବ । ସେହି ରାଶି ଗୁଡିକ ହେଲେ ବୃଷ ରାଶି , କନ୍ୟା ରାଶି, ଧନୁ ରାଶି , ମକର ରାଶି , ସିଂହ ରାଶି ଏବଂ ମୀନ ରାଶି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।