ଆଜି ଆମେ ଆପଣ ମାନଙ୍କୁ ସୁନାର ଦର ବିଷୟରେ କିଛି କଥା କହିବୁ , କାରଣ ଆପଣ ମାନେ ଜାଣିଛନ୍ତି କି ଏହି କିଛି ଦିନ ତଳେ ସୁନାର ଦର ବହୁତ ମାତ୍ରାରେ ପୁଣି ଥରେ ବୃଦ୍ଧି ପାଇଥିଲା ତେବେ ସେହି ଦର ଏବଂ କେତେ ରହିଛି କମିଛି ନା ପୁଣିଥରେ ସେହି ଦରରେ ବୃଦ୍ଧି ହୋଇଛି ଆସନ୍ତୁ ଜାଣିବା ସେ ବିଷୟରେ । ବର୍ତ୍ତମାନର ସୁନା ଦାମକୁ ନେଇ କରି ବହୁତ ହିଁ ବଡ ଖବର ଆସିଛି । ଯାହାକି ଆମେରିକା ଡଲର ମଜବୁତ ହେବା ଫଳରେ ଆନ୍ତଜାତୀକ ସ୍ତରରେ ସୁନାର ଦାମ ଖସିବାରେ ଲାଗିଛି । ମଲ୍ଟି କମ୍ପିଲ୍ସ ଏକ୍ସସରେ ସୁନାର ଦାମ ହ୍ରାସ ପାଇଁ 2 ସପ୍ତାହ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି ।
ଯାହା ଦ୍ୱାରା କି ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି । ଘରୋଇ ବଜାରରେ ମଧ୍ୟ ସୁନାର ଦାମ ହ୍ରାସ ପାଇବାରେ ଲାଗିଛି । ଦିଲ୍ଲୀ ଗହଣା ବଜାରରେ ସୁନାର 10 ଗ୍ରାମ ପ୍ରତି ଏକ କିଲୋଗ୍ରାମ 51000 ଟଙ୍କାରେ ପହଞ୍ଚିଛି । ସେହିପରି ରୂପାର ଦାମ ମଧ୍ୟ 753 ଟଙ୍କା ହ୍ରାସ ପାଇଛି ।
ଏଠାରେ କହିରଖୁଛୁ କି ଗତ ଅଗଷ୍ଟରେ ସୁନାର ଦାମ 10 ଗ୍ରାମ ପିଛା 56200 ରହିଥିଲା । ସେବେଠାରୁ ଏବେ ଯାଏ ସୁନାର ଦର 55000 ଟଙ୍କାରେ ହ୍ରାସ ପାଇଲାଣି । ସେହିପରି ଦିଲ୍ଲୀ ଗହଣା ବଜାରରେ ସୁନାର ଦାମ 10 ଗ୍ରାମ ପିଛା ହ୍ରାସ ପାଇଛି । ଏବେ ସୁନାର ଦର 10 ଗ୍ରାମ ପିଛା 51000 ଟଙ୍କାରେ ରହିଛି । ଏହା ପୂର୍ବରୁ ଦାମ 51093 ଟଙ୍କାରେ ରହିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଦର ଆଉନ୍ସ ପିଛା 1901ଡଲର ରହିଛି । ତେବେ ଦୀପାବଳୀ ସମୟରେ ସୁନାର ଦାମ ଆହୁରି ମଧ୍ୟ ବୃଦ୍ଧି ହୋଇପାରେ । ଡିସେମ୍ବର ସୁଦ୍ଧା ସୁନାର ଦର ସର୍ବାଧିକ ଦର ଛୁଇଁପାରେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।
ଲଗାତାର ବାବରେ ଗତ କିଛି ମାସ ହେଲା ସୁାନର ଦାମ କମିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଏବେ 24 କ୍ୟାରେଟ ଏବଂ 22 କ୍ୟାରେଟ ସୁନାର ମୂଲ୍ୟ ଏବେ 10 ଗ୍ରାମ ପ୍ରତି 52100 ଟଙ୍କାରେ ପହଞ୍ଚିଥିବା ବେଳେ 22 କ୍ୟାରେଟ ସୁନାର ମବଲ୍ୟ 48600 ଟଙ୍କାରେ ଛୁଇଁଛି । ତେବେ ଦିଲ୍ଲୀରେ ଏହି ଦର ଯଥାକ୍ରମେ 55200 ଟଙ୍କା ଏବଂ 50600 ଟଙ୍କାରେ ରହିଛି ।
ଦକ୍ଷିଣ ବାରତ ପ୍ରମୁଖ ସହର ଚେନ୍ନାଇରେ 24 କ୍ୟାରେଟ ସୁନାର ମୂଲ୍ୟ 54280 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ ରହିଛି 48700 ଟଙ୍କା । ସେହିପରି ପୂର୍ବ ଭାରତ ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 51700 ଟଙ୍କା ଏବଂ 49200 ଟଙ୍କାରେ ରହିଛି । ଅନ୍ୟପଟେ ରୂପା ଦାମ ମଧ୍ୟ କିଲୋଗ୍ରାମ ପ୍ରତି 62530 ଟଙ୍କାରେ ପହଞ୍ଚି ଥିବା ନେଇ ରେକର୍ଡ ହୋଇଛି । ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛି ମାତ୍ରାରେ ପରିବର୍ତ୍ତନ ଦେଖାଦେଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।