Odisha News Portal

ସ୍ୱାମୀ ସାବଧାନ ! ସ୍ତ୍ରୀଙ୍କୁ ନିଜ ଦରମା ବିଷୟରେ ଲୁଚାଇ ପାରିବେନି ସ୍ୱାମୀ – ସୂଚନା ଅଧିକାର ଆଇନ

ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା କହିବୁ ତାହା ବିଶେଷ କରି ସ୍ତ୍ରୀ ମାନଙ୍କ ପାଇଁ ଏକ ବହୁତ ହିଁ ବଡ ଖୁସିର ଖବର ଅଟେ । କାରଣ ଜଣେ ସ୍ତ୍ରୀ ସର୍ବଦା ଚାହିଁଥାଏ କି ସେ ତାର ସ୍ୱାମୀ ବିଷୟରେ ସମସ୍ତ କଥା ଜାଣିବା ପାଇଁ । କାରଣ ଏହା ତାର ଅଧିକାର ଅଟେ । ତାର ସ୍ୱାମୀ ବିଷୟରେ ସମସ୍ତ କଥା ଜାଣିବା ତାର ଦରକାର । କାରଣ ଅନେକ ସମୟରେ ସ୍ୱାମୀ ମାନେ ତାଙ୍କର ସ୍ତ୍ରୀ ମାନଙ୍କୁ କିଛି କଥା ଲୁଚାଇଥାନ୍ତି । ସେମାନେ ଭାବନ୍ତି କି ଏହି କଥା ତାଙ୍କର ସ୍ତ୍ରୀ ମାନେ ଜାଣିବା ଦରକାର ନୁହେଁ । ମାତ୍ର ପ୍ରତ୍ୟେକ ସ୍ୱାମୀ ମାନେ ଏପରି କାର୍ଯ୍ୟ କରିନଥାନ୍ତି । ମାତ୍ର କେତେକ ଲୋକମାନେ ରହିଥାନ୍ତି ଯେଉଁମାନେ କି ତାଙ୍କର ସ୍ତ୍ରୀ ମାନଙ୍କୁ କେତେକ କଥା ଲୁଚାଇଥାନ୍ତି ।

ଯେମିତିକି ସେମାନେ ପର ନାରୀ ମାନଙ୍କ ସହ ସଂପର୍କ ରଖିଥାନ୍ତି ଏବଂ ନିଜ ସ୍ତ୍ରୀକୁ ଜଣାଇନଥାନ୍ତି । ତେବେ ଏହିଠାରେ ଆମେ ମାନେ ଆପଣ ମାନଙ୍କୁ ସେପରି କଥା କହୁନୁ ତଥାପି ପ୍ରତ୍ୟେକ ସ୍ୱାମୀ ମାନେ ନିଜର ସ୍ତ୍ରୀ ମାନଙ୍କୁ ସମସ୍ତ କଥା କହିବା ଦରକାର । ଏବେ ଯଦି ବି ସ୍ୱାମୀ ମାନେ ତାର ସ୍ତ୍ରୀ ମାନଙ୍କୁ କିଛି କଥା ନକହିବେ ତେବେ ମଧ୍ୟ ସ୍ତ୍ରୀ ମାନେ ତାହାକୁ ଜାଣିପାରିବେ । ତେବେ କଣ ସେହି କଥା ଏବଂ କେମିତି ଜାଣିପାରିବେ ଆସନ୍ତୁ ଜାଣିବା ସେ ବିଷୟରେ ।


ସୂଚନା ଯୋଗ୍ୟ କି ଯୋଧାପୁରର ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁ ଘଟଣାରେ ଯୋଧପୁରରେ ରହୁଥିବା ରହମତ ବାନୋ ନାମକ ଜଣେ ମହିଳା ନିଜ ପତିଙ୍କ ଆୟ ବାବଦରେ ଜାଣିବାକୁ ଚାହିଁଥିଲେ । ମାତ୍ର ଆୟକର ବିଭାବ ରହମତଙ୍କର ଏହି କଥାକୁ କାରଜ କରିଦେଇଥିଲେ । ମାତ୍ର ଦି ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ପ୍ରକାଶ ପାଇଥିଲା କି ଯେଉଁଥିରେ ସିଆଇସି ଆୟକର ବିଭାଗକୁ 15 ଦିନ ମଧ୍ୟରେ ଏହାର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆୟକର ବିଭାଗର ନିର୍ଦେଶ ପରେ ସ୍ତ୍ରୀ କରିଥିବା ଏହି ଆବେଦନ ଆରଟିଆଇ ର ଅଧିନରେ ଆସୁ ନଥିବା କାରଣରୁ ଆୟକର ବିଭାଗର ଦଲିଲକୁ ମଧ୍ୟ ସୂଚନା ଅଧିକାର ଆୟୋଗ ଖାରଜ କରି ଦେଇଛନ୍ତି।ପରେ ଏହାକୁ ନେଇ ସୂଚନା ପ୍ରକାଶ ପାଇଛି ।

ଯେଉଁଥିରେ କୁହାଯାଇଛି କି କୌଣସି ତୃତୀୟ ପକ୍ଷ ଏଭଳି ପ୍ରକାର ଆବେଦନ କରିପାରିବେ ନାହିଁ । ଏହା ବ୍ୟତୀତ ମହିଳା ମାନଙ୍କର ନିଜ ସ୍ୱାମୀଙ୍କ ଆୟ କିମ୍ବା ସେମାନଙ୍କର ଦରମା ବିଷୟରେ ଜାଣିବାର ସଂପୂର୍ଣ୍ଣ ଅଧିକାର ରହିଛି। ଆର୍ ଟି ଆଇ ଅଥବା ରାଇଟ ଟୁ ଇନଫର୍ମେସନ୍ ଜରିଆରେ ଏହାର ତଥ୍ୟ ସ୍ତ୍ରୀ ମାନଙ୍କୁ ଦିଆ ଯାଇ ପାରିବ ଏଥିରେ କୌଣସି ଅସୁବିଧା ନାହିଁ ।

ଯାହା ଫଳରେ କି କେନ୍ଦ୍ରୀୟ ସୂଚନା ଆୟୋଗ ସ୍ପଷ୍ଟ କରିଛନ୍ତି କି ଯଦି ଜଣେ ସ୍ତ୍ରୀ ତାର ସ୍ୱାମୀର ଆୟ କିମ୍ବା ବାର୍ଷିକ ଦରମା ବିଷୟରେ କୌଣସି ବି ତଥ୍ୟ ଜାଣିବା ପାଇଁ ଇଚ୍ଛା କରୁଛନ୍ତି ଏବଂ ଆର୍ ଟି ଆଇ ଅଥବା ରାଇଟ ଟୁ ଇନଫର୍ମେସନ୍ ଜରିଆରେ ଏହାର ସୂଚନା ପାଇଁ ଆବେଦନ କରିଛନ୍ତି ତେବେ ସେମାନଙ୍କୁ ଏହାର ତଥ୍ୟ ପ୍ରଦାନ କରାଯିବ ଏଥିରେ କୌଣସି ପ୍ରକାର ଅସୁବିଧା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।