Odisha News Portal

ସ୍ବାମୀ ସ୍ତ୍ରୀ ଙ୍କର ଏହି ଭୁଲ କାରଣ ପାଇଁ ସନ୍ତାନ ହୋଇଥାଏ ବିକଳାଙ୍ଗ ! ଆପଣ କରୁଛନ୍ତି ଏହି ଭୁଲ . ଜାଣିରଖନ୍ତୁ….

0 2

ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯେ କାହିଁକି ସନ୍ତାନ ମାନେ ବିକଳାଙ୍ଗ ଜନ୍ମ ନିଅନ୍ତି ଏବଂ ଅକାଳ ମୃତ୍ୟୁ ବରଣ କରିଥାନ୍ତି । ସନ୍ତାନଟି ସୁନ୍ଦର , ଦୀର୍ଘାୟୁ , ଧାର୍ମିକ , ଧନଶାଳୀ ହେବା ପାଇଁ ହେଲେ କଣ ସବୁ ନିୟମ ମାନିବାକୁ ପଡିଥାଏ । ଏହାର ଜ୍ୟୋତିଷ ମତ କଣ ଅଟେ । ତେବେ ଚାଲନ୍ତୁ ଜାଣିବା ।ଜ୍ୟୋତିଷ ଶାସ୍ତ୍ରରେ ଏହି ବିଷୟରେ ଅନେକ କଥା ବର୍ଣ୍ଣିତ ଅଛି । ପ୍ରଥମ କଥା ନାରୀମାନେ ଗର୍ଭଧାରଣ କରିଥିବା ସମୟରେ ଯଦି ଶିବ ଦର୍ଶନ କରନ୍ତି ତେବେ ସେହି ଗର୍ଭରେ ଥିବା ସନ୍ତାନ ବିକଳାଙ୍ଗ କିମ୍ବା ଅଳ୍ପାୟୁଷ ହୋଇଥାନ୍ତି । ଏହାସହିତ ସ୍ବାମୀ ସ୍ତ୍ରୀଙ୍କର ମିଳନରେ ମଧ୍ୟ ଅନେକ ନିୟମ ରହିଛି ଜ୍ୟେତିଷଶାସ୍ତ୍ରରେ । ସେହି ନିୟମକୁ ନମାନି ସ୍ବାମୀ ସ୍ତ୍ରୀ ମିଳନ ହେଲେ ସନ୍ତାନମାନେ ବିକଳାଙ୍ଗ ତଥା ଅଳ୍ପାୟୁଷ ହୋଇଥାନ୍ତି ବା ମୃତ ସନ୍ତାନ ଜନ୍ମ ନିଅନ୍ତି ।

ତେବେ ସେହି ନିୟମ ଗୁଡିକ ହେଲା ପୂର୍ଣ୍ଣମୀ କିମ୍ବା ଅମାବାସ୍ୟା ତିଥିରେ ସ୍ବାମୀ ସ୍ତ୍ରୀଙ୍କର ମିଳନରେ ସନ୍ତାନ ଉତ୍ପତି ହେଲେ ସେହି ସନ୍ତାନ ନିଶ୍ଚୟ ବିକଳାଙ୍ଗ ହୋଇଥାଏ । ନାରୀ ଋତୁମତୀ ହେବାର 3 ଦିନ ଭିତରେ ସ୍ବାମୀ ସ୍ତ୍ରୀଙ୍କର ମିଳନ ହେଲେ ନିଶ୍ଚିତ ସନ୍ତାନଟି ବିକଳାଙ୍ଗ, ଅକାଳ ମୃତ୍ୟୁବରଣ ଏବଂ ମୃତ ସନ୍ତାନ ଜନ୍ମ ନେଇଥାଏ ।


4 ଦିନରେ ସ୍ବାମୀ ସ୍ତ୍ରୀଙ୍କ ମିଳନ ହେଲେ ସନ୍ତାନ ଅଳ୍ପାୟୁଷ ଏବଂ ଦରିଦ୍ର ହୋଇଥାଏ । 5 ଦିନରେ ମିଳନ ହେଲେ ସନ୍ତାନଟି ସୁନ୍ଦର ହୋଇଥାଏ ଏବଂ 6 ଦିନରେ ମିଳନ ହେଲେ ସନ୍ତାନଟି ମଧ୍ୟ ବଦ୍ ଗୁଣ ସଂମ୍ପର୍ଣ୍ଣ ହୋଇଥାଏ । 7 ଦିନରେ ମିଳନ ହେଲେ ଅପୁତ୍ରିକ ହୁଏ ଏବଂ କନ୍ୟା ହେଲେ ପରପୁରୁଷଗାମୀ ହେବ । 8ଦିନରେ ମିଳନ ହେଲେ ଧନବାନ , ସୁଖୀ, ଧାର୍ମିକ ଏବଂ ପୁତ୍ରବାନ ହୋଇଥାଏ । 9 ଦିନରେ ମିଳନ ହେଲେ ସନ୍ତାନଟି ସୁନ୍ଦର ହୁଏ ଏବଂ କନ୍ୟା ହେଲେ ସତୀ, ପତିବ୍ରତା ସଦାଚାରିଣୀ ହୋଇଥାଏ । 10ଦିନରେ ମିଳନ ହେଲେ ସନ୍ତାନ ବଳିଷ୍ଠ ଓ ସୁଖୀ ହୁଏ ।


11 ଦିନରେ ମିଳନ ହେଲେ ଧର୍ମହୀନ ଏବଂ 12ଦିନରେ ମିଳନ ହେଲେ ସୁସନ୍ତାନ ଲାଭ ହୁଏ । 13 ଦିନରେ ସ୍ବାମୀ ସ୍ତ୍ରୀଙ୍କ ମିଳନ ହେଲେ ସନ୍ତାନ ମହାପାପୀ ଏବଂ 14 ଦିନରେ ମିଳନ ହେଲେ ସନ୍ତାନଟି ସୁସ୍ଥ, ସୁନ୍ଦର , ସୁଶିଳ, ଧର୍ମପରାୟଣ ଏବଂ ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇଥାଏ । 15 ଦିନରେ ମିଳନ ହେଲେ ଧାର୍ମିକ, କନ୍ୟା ହେଲେ ପତି ପରାୟଣ, 16ଦିନରେ ମିଳନ ହେଲେ ଭାଗ୍ୟବାନ , ମହାତ୍ମ୍ୟା , ଭାଗ୍ୟବାନ , ଶାନ୍ତ ସ୍ବଭାବର ହୁଏ ।


ସ୍ବାମୀ ସ୍ତ୍ରୀ ମିଳନର ରାତ୍ରି ପ୍ରହର ରହିଛି । ତେବେ ଦିନ 4ପ୍ରହର ଏବଂ ରାତି 4ପ୍ରହର ହୋଇଥାଏ । ସଂନ୍ଧ୍ୟା6-9 ପର୍ଯ୍ୟନ୍ତ ପ୍ରଥମ ପ୍ରହର , ଏହି ପ୍ରହରରେ ମିଳନ ହେଲେ ସନ୍ତାନ ମୃତ୍ୟୁ ମୁଖରେ ପଡିଥାଏ । 9-12 ପର୍ଯ୍ୟନ୍ତ 2ୟ ପ୍ରହରରେ ମିଳନ ହେଲେ ସନ୍ତାନ ଦରିଦ୍ରରେ ପଡିଥାଏ । , 12-3ଟା 3ୟ ପ୍ରହର ମିଳନ ହେଲେ ସନ୍ତାନ କୁଶ୍ଚିତମନା ଏବଂ କାଙ୍ଗାଳ ହୋଇଥାଏ । ଏବଂ 3-6 4ର୍ଥ ପ୍ରହରରେ ମିଳନ ହେଲେ ସନ୍ତାନ ଦୀର୍ଘାୟୁ , ଧନବାନ , ସୁନ୍ଦର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।