Odisha News Portal

ସ୍ୱାମୀ ସ୍ତ୍ରୀଙ୍କର ଏହି ଭୁଲ ପାଇଁ ସନ୍ତାନ ହୋଇଥାଏ ବିକଳାଙ୍ଗ ! ଆପଣ ଏହି ମହାନ ଭୁଲ କରୁଛନ୍ତି କି ?

ଆଜି ଆମେ ଆପଣ ମାନଙ୍କୁ କହିବୁ କି କାହିଁକି ସନ୍ତାନ ମାନେ ବିକଳାଙ୍ଗ ହୋଇଥାନ୍ତି ଏବଂ ଅକାଳ ମୃତ୍ୟୁ ବରଣ କରିଥାନ୍ତି । ମନ୍ତାନଟି , ସୁସ୍ଥ , ସୁନ୍ଦର , ଦୀର୍ଘାୟୁ , ଧାର୍ମିକ ଏବଂ ଧନଶାଳୀ ହେବା ପାଇଁ ହେଲେ କଣ ସମସ୍ତ ନିୟମ ମାନିବାକୁ ପଡିଥାଏ ଏବଂ ଏହାର ଜ୍ୟୋତିଷ ମତ କଣ ହୋଇଥାଏ ତାହା ଆଜି ଆମେ ଆପଣ ମାନଙ୍କୁ କହିବୁ । ନାରୀ ମାନେ ଗର୍ଭ ଧାରଣ କରିଥିବା ସମୟରେ ଯଦି ଶିବ ମନ୍ଦିର ବା ଶିବ ଦର୍ଶନ କରନ୍ତି ତେବେ ସେହି ଗର୍ଭରେ ଥିବା ସନ୍ତାନ ବିକଳାଙ୍ଗ ବା ଅଳ୍ପ ଆୟୁ ବିଶିଷ୍ଟ ହୋଇଥାନ୍ତି ।

ଏହା ସହିତ ସ୍ୱାମୀ ସ୍ତ୍ରୀଙ୍କର ମିଳନରେ ମଧ୍ୟ ଅନେକ ନିୟମ ରହିଛି , ଜ୍ୟୋତିଷଶାସ୍ତ୍ର ଅନୁସାରେ ସେହି ନିୟମକୁ ନମାନି ସ୍ୱାମୀ ସ୍ତ୍ରୀ ସଂପର୍କ ରଖିଲେ ସନ୍ତାନ ମାନେ ବିକଳାଙ୍ଗ ବା ମୃତ ସନ୍ତାନ ଜନ୍ମ ନେଇଥାନ୍ତି । କିଛି କ୍ଷେତ୍ରରେ ମଧ୍ୟ ସନ୍ତାନ ଜନ୍ମ ପରେ ପରେ ମୃତ୍ୟୁ ବରଣ କରିଥାନ୍ତି । ତେବେ ସେହି ନିୟମ ଗୁଡିକ କଣ ଆସନ୍ତୁ ଜାଣିବା ।

1–ପୂର୍ଣ୍ଣମି ବା ଅମବସ୍ୟା ତିଥିରେ ସ୍ୱାମୀ ସ୍ତ୍ରୀ ମିଳନ ହେଲେ ସେହି ସନ୍ତାନ ବିକଳାଙ୍ଗ ହୋଇଥାଏ । ଏହା ସହିତ ଅକାଳରେ ମୃତ୍ୟୁ ବରଣ ମଧ୍ୟ କରିଥାଏ ।

2–ନାରୀ ଋତୁମତି ହେବାର ତିନି ଦିନ ଭିତରେ ସ୍ୱାମୀ ସ୍ତ୍ରୀ ମିଳନ ହେଲେ ନିଶ୍ଚିତ ରୂପରେ ସନ୍ତାନଟି ବିକଳାଙ୍ଗ ହୋଇଥାଏ । ଏହା ସହିତ ଅକାଳ ମୃତ୍ୟୁ ବରଣ ମଧ୍ୟ କରିଥାଏ । ମୃତ ସନ୍ତାନ ଜନ୍ମ ନେଇଥାଏ ଏହା ସହିତ ରୋଗିଣା ମଧ୍ୟ ହୋଇଥାଏ । 4 ଦିନରେ ସ୍ୱାମୀ ସ୍ତ୍ରୀ ମିଳନ ହେଲେ ସନ୍ତାନ ଅଳ୍ପ ଆୟୁଷ ଏବଂ ଦରିଦ୍ର ହୋଇଥାଏ । 5 ଦିନରେ ମିଳନ ହେଲେ ସନ୍ତାନଟି ସୁନ୍ଦର ହୋଇଥାଏ । 6 ଦିନରେ ମିଳନ ହେଲେ ସନ୍ତାନଟି ବଦଗୁଣ ସଂପନ୍ନ ହୋଇଥାଏ । 7 ଦିନରେ ମିଳନ ହେଲେ ଅପୁତ୍ରିକ ହୋଇଥାଏ । ଏହା ସହ କନ୍ୟା ହେଲେ ପର ପୁରୁଷ ଗାମୀ ହୋଇଥାଏ । 8 ଦିନରେ ମିଳନ ହେଲେ ଧନବାନ , ସୁଖୀ ଧାର୍ମିକ ଏବଂ ପୁତ୍ରବାନ ହୋଇଥାଏ ।

9ଦିନରେ ମିଳନ ହେଲେ ଶିଶୁ ସୁନ୍ଦର ହୋଇଥାଏ ଏବଂ କନ୍ୟା ପତିବ୍ରତା , ସଦାଚାରିଣୀ ହୋଇଥାଏ । 10 ଦିନରେ ମିଳନ ହେଲେ ସନ୍ତାନ ବଳିଷ୍ଟ ଏବଂ ସୁଖା ହୋଇଥାଏ । 11 ଦିନରେ ଧର୍ମ ହୀନ ହୋଇଥାଏ ଏବଂ 12 ଦିନରେ ମିଳନ ହେଲେ ସୁସନ୍ତାନ ଲାଭ ହୋଇଥାଏ ।

13 ଦିନରେ ମିଳନ ହେଲେ ସନ୍ତାନ ମହାପାପୀ ହୋଇଥାଏ ଏବଂ 14 ଦିନରେ ମିଳନ ହେଲେ ସନ୍ତାନଟି , ସୁସ୍ଥ , ସୁନ୍ଦର , ଧର୍ମପରାୟଣ ଏବଂ ବିଚକ୍ଷଣ ବୁଦ୍ଧି ଯୁକ୍ତ ହୋଇଥାଏ । 15 ଦିନରେ ମିଳନ ହେଲେ ସନ୍ତାନଟି ଧାର୍ମିକ ହୁଏ ଏବଂ କନ୍ୟା ପରିପରାୟଣ ହୋଇଥାଏ । 16 ଦିନରେ ମିଳନ ହେଲେ ଶିଶୁଟି ମହାତ୍ମା , ଭାଗ୍ୟବାନ , ଧାର୍ମିକ , ସୁଶୀଳ ଶାନ୍ତ ସ୍ୱଭାବର ହୋଇଥାଏ ।

3–ସ୍ୱାମୀ ସ୍ତ୍ରୀ ମିଳନର ରାତ୍ରି ପ୍ରହର ନିୟମ ମଧ୍ୟ କିଛି ରହିଛି । ଯଦି ସ୍ୱାମୀ ସ୍ତ୍ରୀ କାମାନ୍ଧ ହୋଇ ପ୍ରହରର ନିୟମ ନମାନନ୍ତି ତେବେ ସନ୍ତାନ ବିକଳାଙ୍ଗ ଏବଂ ଅଳ୍ପ ଆୟୁଷ ହୋଇଥାଏ । ଆମର ଓଡିଆ ସମୟ ଅନୁସାରେ ଦିନ ଚାରି ପ୍ରହର ଏବଂ ରାତ୍ରି ଚାରି ପ୍ରହର ହୋଇଥାଏ ।

ରାତିର ପ୍ରଥମ ପ୍ରହର ଅର୍ଥାତ ସନ୍ଧ୍ୟା 6 ରୁ 9 ଟା ଭିତରେ ସ୍ୱାମୀ ସ୍ତ୍ରୀ ମିଳନ ହେଲେ ସନ୍ତାନଟି ମୃତ୍ୟୁ ମୁଖରେ ପଡିଥାଏ । ସେହିପରି ଦ୍ୱିତୀୟ ପ୍ରହର ଅର୍ଥାତ ରାତି 9 ରୁ 12 ଯାଏ ମିଳନ ହେଲେ ସନ୍ତାନଟି ଦରିଦ୍ର ହୋଇଥାଏ । ଏହାପରେ ତୃତୀୟ ପ୍ରହର ଅର୍ଥାତ ରାତି 12 ରୁ 3 ଭିତରେ ମିଳନ ହେଲେ ସନ୍ତାନଟି କ୍ୱଶ୍ଚିତ ମନା ଏବଂ କାଙ୍ଗାଳ ହୋଇଥାଏ । ଏହା ପରେ ଶେଷ ପ୍ରହର ଅର୍ଥାତ ରାତି 3 ରୁ ସକାଳ 6 ପର୍ଯ୍ୟନ୍ତ ମିଳନ ହେଲେ ସନ୍ତାନଟି ଦୀର୍ଘାୟୁ , ସୁନ୍ଦର ଏବଂ ଧାର୍ମିକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।