ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ସୁପରଷ୍ଟାର ବାବୁସାନ ଙ୍କ ବିଷୟରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଓଡିଶା ର ଘରେ ଘରେ ପରିଚିତ ସମସ୍ତଙ୍କର ଅତି ପ୍ରିୟ ର ହିରୋ ବାବୁସାନ ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ବର୍ତ୍ତମାନ ବାବୁସାନ ଙ୍କର ଏକ ଭିଡିଓ ଭାଇରାଲ ହେବାରେ ଯାଉଛି | ଆଉ ଯେଉଁଠି ବାବୁସାନ ତାଙ୍କର ମା ଓ ନିଜ ର ସ୍ତ୍ରୀ ଙ୍କ ସହିତ ତାଙ୍କର ଆଗକୁ ଆସୁଥିବା ଏକ ନୂଆ ଫ୍ଲିମ ଟିକୁ ଦେଖିବାକୁ ଯାଇଛନ୍ତି ହଲ କୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କି ବାବୁସାନ ଆଉ ତୃପ୍ତି ଙ୍କ ମଧ୍ୟରେ ପାରିବାରିକ ବିବାଦ ଜୋର ସୋର ରେ ଚାଲିଥିଲା | ଆଉ ଯେଉଁଥିପାଇଁ ତୃପ୍ତି ତାଙ୍କର ବାପା ଙ୍କ ଘରେ ରହୁଥିଲେ | ଆଉ ସେପରେ ବାବୁ ସାନ ଙ୍କର ମଧ୍ୟ କୌଣସି ନୂଆ ଫ୍ଲିମ ଆସି ନ ଥିଲା ହଲ କୁ |ତେବେ ବର୍ତ୍ତମାନ ବାବୁସାନ ଙ୍କର ଏକ ଦମଦାର ଫ୍ଲିମ ରେ ଆସିବାକୁ ଯାଉଛି | ଆଉ ଯେଉଁଥିପାଇଁ ପାଇଁ ବାବୁସାନ ଙ୍କ ସହିତ ତାଙ୍କର ମା ଅପରାଜିତା ଓ ତାଙ୍କର ସ୍ତ୍ରୀ ମଧ୍ୟ ଯାଇଛନ୍ତି ହଲ କୁ | ଆଉ ଦେଖିବାକୁ ମିଳିଥିଲା କି ଗୋଟିଏ ପଟେ ମା ଙ୍କର ଆଶ୍ରିବାଦ ରହିଥିବା ବେଳେ ଅନ୍ୟ ପଟେ ସ୍ତ୍ରୀ ର ଭଲ ପାଇବା ଦେଖିଥିଲେ ଦର୍ଶକ |
ତେବେ ଏତେ ଦିନ ର ବିବାଦ ପରେ ବାବୁସାନ ଙ୍କ ଉପରେ ସମସ୍ତ ମାନ ଆଉ ଅଭିମାନ କୁ ପଛରେ ପକାଇ ବାହାରି ପଡିଛନ୍ତି ସ୍ୱାମୀ ଙ୍କର ଫ୍ଲିମ “ଦମନ ” ଦେଖିବା ପାଇଁ | ଆଉ ଯାହା କୁହାଯାଉଛି କି ଫ୍ଲିମ ଟି ଏକ ନୂଆ ଶୌ ଳି ରେ ହୋଇଛି | ଆଉ ଯେଉଁ ଫ୍ଲିମ ରେ ହିରୋଇନ ନାହିଁ କି ଏକ୍ସନ ଆଉ ଫାଇଟିଙ୍ଗ ସିନ ମଧ୍ୟ ଦେଖିବାକୁ ମିଳିନି | ତେବେ ଖାଲି ଦେଖିବାକୁ ମିଳିଛି ପ୍ରକୃତିର ସୁଷମା |
ଆଉ ଯେଉଁଠି କୁହାଯାଇଛି କି ଫ୍ଲିମ ରେ କୋରାପୁଟ ଭଳି ଗୋଟିଏ ଉପାନ୍ତ ଅଞ୍ଚଳରେ ଜଣେ ଡାକ୍ତର ଙ୍କର ସଂଘର୍ଷ ବିଷୟରେ କୁହାଯାଇଛି ଏହି ଫ୍ଲିମ ରେ | ଆଉ ଲୋକ ମାନଙ୍କର ସେବା ସହିତ ଯାତାୟାତ, ଗମନାଗମନ ସେହି ଅଂଚଳକୁ ତାହା ସହିତ ସ୍ୱାସ୍ଥ୍ୟ ଏମିତି ବିଭିନ୍ନ ବିଷୟରେ ଏହି ଫ୍ଲିମ ଟିରେ ଦର୍ଶା ଯାଇଛି | ତେବେ ଏହିଭଳି ଏକ ଭିନ୍ନ ଧାରଣା ର ଫ୍ଲିମ ଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି | ଆଉ ଯେଉଁ ଫ୍ଲିମ କୁ ଦେଖିବା ପାଇଁ ବାବୁସାନ ତାଙ୍କର ପରିବାର ସହିତ ଯାଇଥିବାର ଦେଖିବାକୁ ମିଳିଛି |ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।