Odisha News Portal

ସ୍ତ୍ରୀଙ୍କ ଇଚ୍ଛା ବିନା ଘରେ ରହିବା ପଇଁ ବାଧ୍ୟ କରି ପାରିବେ ନାହିଁ ସ୍ୱାମୀ , ସୁପ୍ରିମକୋର୍ଟଙ୍କ ଆଦେଶ

ଜଣେ ନାରୀ ବା ଜଣେ ସ୍ତ୍ରୀ କୌଣସି ପ୍ରକାର ସ୍ଥାବର ସମ୍ପତ୍ତି ନୁହଁ ବା କୌଣସି ବସ୍ତୁ ନୁହଁ , ନା ସେ ଜଣେ ଗୋଲାମ ସେ ବି ଜଣେ ସାଧାରଣ ମଣିଷଟିଏ । ଜଣେ ପୁରୁଷ ସ୍ତ୍ରୀ ସହିତ ରହିବା ପାଇଁ ଚାହୁଁଥିଲେ ମଧ୍ୟ ସ୍ତ୍ରୀ ଉପରେ କୌଣସି ପ୍ରକାର ଚାପ ସୃଷ୍ଟି କରି ପାରିବେ ନାହିଁ । ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚନ୍ୟାଳୟ , ସୁପ୍ରିମକୋର୍ଟରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି କରିଥିବା ଆବେଦନର ଶୁଣାଣି କରି ଏପରି ଏକ ରାୟ ଶୁଣାଇଛନ୍ତି । ଏହି ମାମଲା ପାଇଁ ଆବେଦନ କରୁଥିବା ସ୍ୱାମୀ ଜଣକ ସ୍ତ୍ରୀ ସହ ପୁଣି ରହିବା ସହ , ଏକ ସଙ୍ଗେ ରହି ପୁଣି ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ତାଙ୍କୁ ଆଦେଶ ଦିଆଯାଉ ବୋଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଯଷ୍ଟିସ ସଞ୍ଜୟ କିଶନ କୋର ଓ ଯଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଖଣ୍ଡପିଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ । କହିଥିଲେ କି ତୁମେ ଖଣ ଭାବୁଛ ପତ୍ନୀ ଏକ ବସ୍ତୁ ଯାହାକୁ ଆମେ ଆଦେଶ ଦେବା ମନ ଇଚ୍ଛା ବ୍ୟବାହାର କରିବା । ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ ଯାହାକୁ ଆମେ ଆପଣଙ୍କ ସହ ଯିବା ପାଇଁ ଆଦେଶ ଦେବୁ , ସେ ତାଙ୍କ ଇଚ୍ଛା ହେଲେ ଯିବେ ଏହା ତାଙ୍କ ଉପରେ ନିର୍ଭର କରେ । ହିନ୍ଦୁ ବିବାହ ଅଧିନିୟମ ଧାରା 9 ଆଧାରରେ ପୁରୁଷଙ୍କ ପକ୍ଷରେ ସାମ୍ୱିଧାନିକ ଅଧିକାର ନେଇ ଗତ 2019 ଏପ୍ରିଲ 1 ତାରିଖରେ ଗୈରବପୁରର ଏକ ଫେମିଲ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପତ୍ନୀ ଜଣକ ସେତେବେଳେ ଫେମିଲି କୋର୍ଟରେ ନିଜ ପକ୍ଷ ରଖି କହିଥିଲେ 2013ରେ ସେ ବିବହା ପରଠାରୁ ସ୍ୱାମୀ ଯୌତୁକ ପାଇଁ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ । ତେଣୁ ଇଚ୍ଛା ନଥିଲେ ସୁଦ୍ଦା କୌଣସି ଉପାୟ ନପାଇଁ ଅତ୍ୟାଚାରରେ ଅତିଷ୍ଠ ହୋଇ ଅଲଗା ରହିବା ପାଇଁ ଚାହୁଛନ୍ତି । ତେବେ ଛାଡପତ୍ର ଆବେଦନ କରି 2015ରେ ସେ ସ୍ୱାମୀ ଠାରୁ ଭୋରଣ ପୋଷଣ ଓ ଭର୍ତ୍ତା ପାଇବା ପାିଁ କୋର୍ଟରେ ଆବେଦନ କରିଥିଲେ । ପତ୍ନୀକୁ ମାସିକ 20 ହଜାର ଟଙ୍କା ଦେବା ପାଇଁ ପତିକୁ ଆଦେଶ ଦେଇଥିଲେ ଗୋରଖପୁର ଫେମିଲି କୋର୍ଟ ।

ଏହା ପରେ ପୁଣି ସ୍ୱାମୀ ଫେମିଲ କୋର୍ଟର ଦ୍ୱାରସ୍ଥ ହୋଇ ନିଜ ସାମ୍ୱାଧାନିକ ଅଧିକାର ବଞ୍ଚାଇବା ପାଇଁ ପ୍ରାର୍ଥନା କରିଥିଲେ କିନ୍ତୁ ଏଥିରେ ନିରାଶ ହୋଇଥିଲେ । ତେବେ ଗୋରଖପୁର ପରିବାର କୋଟ ଦ୍ୱିତୀୟଥର ପାଇଁ ସମାନ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସ୍ୱାମୀ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ , ତେବେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଫେମିଲି କୋଟ ଆଦେଶକୁ କାଏଫ ରଖି ମାମଲାକୁ ଖାରଜ କରିଦେଇଥିଲେ । ଶେଷରେ ଆବେଦନକାରୀ ଜଣକ ସୁପ୍ରିମକୋଟରେ କହିଥିଲେ କିନ୍ତୁ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଏଠାରେ ମଧ୍ୟ ସ୍ୱାମୀଙ୍କ ଅନୁରୋଧକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।