ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ଦେବା ଦେବୀ ଙ୍କ ଆମେ ମାନେ ପୂଜା ଅର୍ଚନା କରିଥାଉ ଓ ତାଙ୍କର ଆରାଧନା କରିଥାଉ | ତେବେ ସେମାନଙ୍କ ମଧ୍ୟରୁ ମା ଲକ୍ଷ୍ମୀ ଙ୍କ ଆମେ ମାନେ ଅର୍ଣ୍ଣପୂର୍ଣ୍ଣା ବୋଲି କୁହାଯାଇଥାଏ | ତେବେ ସେହି ମା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ଯଦି ଆମ ଘର ଉପରେ ପଡିଥାଏ ତାହେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ | ତେବେ ମା ଲକ୍ଷ୍ମୀ ଙ୍କ ପ୍ରସନ୍ନ କରିବା ର ଉପାୟ ହେଉଛି ମହିଳା ମାନେ ସେମାନଙ୍କର ପାଦ ରେ ଅଳତା ଲଗାଇବା ଉଚିତ | ତେବେ ଆସନ୍ତୁ ଜାଣିବା ଅଳତା କୁ କେଉଁ ଭଳି ଉପାୟରେ ଆମେ ମାନେ ଲଗେଇବା ଓ ଅଳତା ଲଗାଇବାର କଣ ସବୁ ଉପାୟ ରହିଛି ସେ ସମସ୍ତ କଥା ବିଷୟରେ |
ତେବେ ଆମେ ଜାଣିଛୁ କି ସ୍ତ୍ରୀ ଲୋକ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଉଥିବା ବେଳେ ଝିଅ ମାନଙ୍କୁ ଗୌରୀ ବୋଲି କୁହାଯାଇଥାଏ | ତେବେ ଏମାନେ ଅଳତା ଲଗାଇବା ବହୁତ ଶୁଭ ବୋଲି କୁହାଯାଇଥାଏ | ତାହା ବ୍ୟତୀତ ଅଳତା ଲଗାଇବା ଦ୍ୱାରା ରାହୁ ଙ୍କର କୁ ପ୍ରଭାବ ଆମ ଉପରେ ପଡ଼ି ନ ଥାଏ ବୋଲି କୁହାଯାଇଥାଏ | ତେବେ ଅଳତା ଲଗାଇବା ର ମଧ୍ୟ କେତେକ ନିୟମ ଗୁଡିକ ରହିଛି ଆସନ୍ତୁ ତାହେଲେ ସେହି ନିୟମ ଗୁଡିକ କଣ ଜାଣିବା |
1- କୁହାଯାଏ କି ସ୍ତ୍ରୀ ଲୋକ ମାନେ ଅଳତା ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ | ଆଉ ଅଳତା ଲଗାଉଥିବା ସ୍ତ୍ରୀ ଲୋକ ଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |ତେଣୁ ଝିଅ ଓ ମହିଳା ମାନେ ଅଳତା ଲଗାଇବା ଉଚିତ ବୋଲି କୁହାଯାଏ |
2- କୁହାଯାଏ କି ଘରର ବୋହୂ ସକାଳେ ଗାଧେଇ ସାରିଲା ପରେ ଅଳତା ଲଗାଇବା ସହିତ ତାଙ୍କର ଶାଶୂ ଓ ନଳନ୍ଦ କୁ ମଧ୍ୟ ଅଳତା ପିନ୍ଧାଇବେ ଶୁଭ ହୋଇଥାଏ |
3-ଅଳତା କୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ ଓ ତାହା ବ୍ୟତୀତ ସାଧବା ନାରୀ ର ଯଦି ମୃତ୍ୟୁ ହୋଇ ଯାଇଥାଏ ତାହେଲେ ମଧ୍ୟ ଅଳତା ଦିଆଯାଏ |
4- କୁହାଯାଏ କି ଅଳତା କୁ କେବେବି ଦକ୍ଷିଣ ଦିଗ କୁ ମୁହଁ କରିକି ବସିକି ପିନ୍ଧିବା ଉଚିତ ନୁହଁ ଯାହା ଅଶୁଭ ହୋଇଥାଏ |
5- ଘରର ଦୁଆର ବନ୍ଧ ବା ଘର ର ମୁଖ୍ୟ ଦ୍ଵାର ରେ ବସିକି ଅଳତା ପିନ୍ଧିଲେ ତାହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ବୋଲି କୁହାଯାଉଛି
6- ଅଳତା କୁ କେବେ ବି ଆପଣଙ୍କର ପିରିୟଡ଼ସ ସମୟରେ ପିନ୍ଧିବା କଥା ନୁହଁ | ଯାହା ଅଶୁଭ ହୋଇଥାଏ ବୋଲି କୁହାଯାଉଛି |
7- ତେବେ ମା ଲକ୍ଷ୍ମୀ ଙ୍କର ଅଳତା ଅତି ପ୍ରିୟ ହୋଇଥିବାରୁ ବୁଧୁବାର ଦିନ ରାତିରେ ଅର୍ଥାତ ଭୋର ଗୁରୁବାର ଦିନ ଉଠି ପୂଜା ଘରେ ବା ଦୁଆର ମୁହଁରେ ମା ଲକ୍ଷ୍ମୀ ରହୁଥିବା ସ୍ଥାନରେ ଅଳତା ରେ ମା ଲକ୍ଷ୍ମୀ ଙ୍କର ପାଦ କରିକି ସେଥିରେ ଦୁବ, କୁସୁମ ଫୁଲ, ସିନ୍ଦୁର ଦେଇ ପୂଜା କରିଲେ ଶୁଭ ଫଳ ମିଳିଥାଏ |
ତେବେ ଏହା ଥିଲା ଅଳତା ର ବ୍ୟବହାର ବିଷୟରେ ଆମ ଶାସ୍ତ୍ର ରେ କଣ ଲେଖା ଯାଇଛି ସେ ସବୁ ବିଷୟରେ ସମସ୍ତ କଥା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।