Odisha News Portal

ସ୍ତନ୍ୟପାନ କରୁଥିବା ସମୟରେ କ୍ଷୀର ହେଉନଥିଲେ ଆପାଣାନ୍ତୁ ଏହି ପ୍ରାକୃତିକ ଉପାୟ…ପ୍ରତ୍ୟେକ ମା” ମାନଙ୍କୁ ଏହି କଥାର ଧ୍ୟାନ୍ନ ଦିଅନ୍ତୁ….

ସାଧାରଣତଃ ମାଁ କ୍ଷୀର ଶିଶୁ ପାଇଂ ଅମୃତ ବୋଲି କୁହାଯାଏ । ଯେଉଂ ଶିଶୁ ମାନେ ମାଁର କ୍ଷୀର ଖାଇ ନଥାନ୍ତି ସେମାନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥାନ୍ତି । କାରଣ ଗୋଟିଏ ଶିଶୁ ପାଇଂ ମାଁର କ୍ଷୀର ବହୁତ ଲାଭ ଦାୟକ ତଥା ଫାଇଦା ଯୁକ୍ତ ହୋଇଥାଏ । ମାଁ ର ପ୍ରଥମ କ୍ଷୀର ଶିଶୁକୁ ଜୀବନ ସାରା ବହୁ ରୋଗରୁ ଲଢିବା ପାଇଂ ଶକ୍ତି ଦେଇ ଥାଏ । କେବଳ ସେତିକି ନୁହେଁ ସ୍ତନ୍ୟପାନ କରାଇବା ଦ୍ବାରା ମହିଳା ମାନେ ବହୁତ ଗମ୍ଭିର ରୋଗ ରୁ ନିଜକୁ ବଞ୍ଚାଇ ପାରନ୍ତି ।ତେବେ ଅନେକ ସମୟରେ ଅଧିକାଂଶ ମହିଳାଙ୍କ ଠାରେ କ୍ଷୀରର ଅଭାବ ଦେଖା ଦେଇ ଥାଏ ।

ଯାହାକି ମାଁ ଓ ଛୁଆଁଙ୍କ ପାଇଂ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରି ଥାଏ । ତେବେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଟିପସ୍ । ଯାହା ଦ୍ବାରା ଆପଣ ପ୍ରାକୃତିକ ଉପାୟରେ ନିଜ ଦେହରେ କ୍ଷୀର ସୃଷ୍ଟି କରି ପାରିବେ ।

ତେବେ ରସୁଣ ଖାଇବା ମାଁ ପାଇଁ ବହୁତ ଲାଭ ହୋଇଥାଏ । ଏହା ଖାଇବା ଦ୍ବାରା କ୍ଷିର ହେବାର କ୍ଷମତା ବଢିଥାଏ । ରସୁଣକୁ କଞ୍ଚା ଖାଇବା ବଦଳରେ ତାକୁ ରାନ୍ଧି କରି ଖାଆନ୍ତୁ , ଯଦି ଆପଣ ନିୟମିତ ଭାବରେ ରସୁଣ ଖାଇବେ ତାହେଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ତୁଳସୀ ଏବଂ କଲରା ଏହି ଦୁଇଟି ଜିନିଷ ରେ ଭିଟାମିନ ମିଳିଥାଏ । ଯାହାକୁ ଖାଇବା ଦ୍ବାରା ସ୍ତନରେ କ୍ଷୀରର ମାତ୍ରା ବଢିଥାଏ । ତୁଳସୀକୁ ମହୁ କିମ୍ବା ସୁପ୍ ସହିତ ଖାଇ ପାରିବେ ନଚେତ ଚା ସହିତ ମିଶାଇ ପିଇ ପାରିବେ । ପାନମଧୁରୀ ସେବନ କରିବା ଦ୍ବାରା ସ୍ତନରେ କ୍ଷୀର ବୃଦ୍ଧି ହୋଇଥାଏ । ତେବେ କ୍ଷୀରର ମାତ୍ରା ଠିକ କରିବା ପାଇଂ ପାନମଧୁରୀ ସେବନ କରିପାରିବେ ।


ବାଦାମ , କାଜୁ ଏବଂ ପିସ୍ତାବଳି ଓ ଶୁଖିଲା ଫଳ ମଧ୍ୟ କ୍ଷୀର ବଢେିବାରେ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ ଡ୍ରାଏ ଫ୍ରୁଡସ୍ ଭିଟାମିନ, ମିନେରାଲ ଏବଂ ପ୍ରୋଟିନରେ ଭରପୁର ଥାଏ । ଏହାକୁ କଞ୍ଚା ଖାଇବା ଦ୍ବାରା ବେଶି ଲାଭ ହୋଇଥାଏ । ଏହାସହିତ ଆପଣ କ୍ଷୀର ସହିତ ମଧ୍ୟ ଏହାକୁ ଖାଇପାରିବେ ।

ମାନସିକ ଚିନ୍ତା କିମ୍ବା ଚିଡଚିଡା ତଥା ଉତ୍ତେଜିତ ହେଲେ ସାଧାରଣତଃ ସ୍ତନରେ ଦୁଗ୍ଧର ମାତ୍ରା କମି ଯାଇଥାଏ । ଏମିତି ହେଲେ ସମୟ ପୂର୍ବରୁ ମାଁଙ୍କର କ୍ଷୀର ଶୁଖିଯାଏ । ଏହିସବୁ ବ୍ୟତିତ ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ବାରମ୍ବାର ବଦଳାଇବା ଉଚିତ, ଏଥିରେ ଶରୀରରେ କ୍ଷୀରରେ ଉତ୍ପାଦନ ବୃଦ୍ଧି ହୋଇଥାଏ । ଏମିତି କରିବା ଦ୍ବାରା ଶିଶୁ ଠିକସେ କ୍ଷୀର ମଧ୍ୟ ଖାଇପାରିଥାଏ । ଗୋଟିଏ ଥର ସ୍ତନ୍ୟପାନ କରେଇଲେ ମିନିମମ ଦୁଇରୁ ତିନି ଥର ସ୍ତନ ବଦଳାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।