Odisha News Portal

ଟିଭିରେ ପ୍ରସାରିତ ହେଉଥିବା ଫେମସ୍ ଟିଭି ଶୋ୍ ଜୟ ଶ୍ରୀ କ୍ରିଷ୍ଣ ରେ କ୍ରୀଷ୍ଣଙ୍କର ଭୂମିକା କରୁଥିବା ଝିଅ ଏବେ ଦେଖିବାକୁ ଏତେ ସୁନ୍ଦର ଏବଂ ହଟ୍ ହୋଇଗଲେନି , ଦେଖିଲେ ଆପଣଙ୍କ ଆଖି ଲାଖିଯିବ…

0 10

ଆପଣ ମାନେ ନିଶ୍ଚିତ ଭାବରେ କଲରସ୍ ଟିଭିରେ ପ୍ରସାରିତ ହେଉଥିବା ଫେମସ୍ ଟିଭି ଶୋ୍ ଜୟ ଶ୍ରୀ କ୍ରିଷ୍ଣ ତ ନିଶ୍ଚୟ ଦେଖିଥିବେ । ଯାହା ଦର୍ଶକ ମାନଙ୍କ ହୃଦୟରେ ଗୋଟିଏ ଖାସ୍ ଜାଗା ସୃଷ୍ଟି କରି ପାରିଥିଲା । ଆଉ ଏହି ଆଧ୍ୟାତ୍ମିକ ତଥା ପୌରାଣୀକ ସିରିଏଲ୍ ର ଅଭିନୟ କରୁଥିବା କ୍ରିଷ୍ଣାଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପ୍ରକୃତ ନାମ ହେଉଛି ଧ୍ରୁତି ଭାଟିଆ । ଧ୍ରୁତି ଭାଟିଆ ଏହି ଜୟ ଶ୍ରୀ କ୍ରିଷ୍ଣ ଶୋ୍ ରେ କାହ୍ନାଙ୍କର ପିଲାଦିନ ରୋଲ ପ୍ଲେ କରିଥିଲେ । ଯାହା 2008ରେ କଲରସ୍ ଟିଭିରେ ଟେଲିକାଷ୍ଟ ହୋଇଥିଲା ।

ଏହି ଜୟ ଶ୍ରୀକ୍ରିଷ୍ଣ ଆଧ୍ୟାତ୍ମିକ ଟିଭି ଶୋ୍ ରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଅଭିନୟ କରୁଥିବା ଚାଇଲ୍ଡ ଆକଟ୍ରେସ୍ ଧୃତି ଭାଟିଆ ଏବେ 16 ବର୍ଷରେ ଉପନୀତ ହେଲେଣୀ । ତେବେ ସେ 3 ବର୍ଷ ବୟସରେ ଏହି ଚରିତ୍ରରେ ଅଭିନୟ କରିଥିଲେ । ଏହି ଶୋ୍ ମାଧ୍ୟମରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ବହୁତ ଅଧିକ ହୋଇ ଯାଇଥିଲା ଆଉ କିଛି ଦର୍ଶକ ତ ତାଙ୍କୁ ରିଏଲ୍ କୃଷ୍ଣ ବୋଲି ମଧ୍ୟ ମାନୁଥିଲେ ।


ତେବେ ଯେତେବେଳେ ଧୃତି କୃଷ୍ଣଙ୍କ ପିଲାଦିନ ଚରିତ୍ର ଭୂମିକାରେ ଅଭିନୟ କରୁଥିଲେ ସେ ବହୁତ ସୁନ୍ଦର ତଥା ଆକର୍ଷଣୀୟ ଲାଗୁଥିଲେ । ସେଥିପାଇଁ ସମସ୍ତେ ଏହି ସିରିଏଲ ଦେଖିବା ପାଇଁ ଅପେକ୍ଷା କରି ରହୁଥିଲେ । ସେ ତାଙ୍କର ମନଲୋଭା ହସ ତଥା ତାଙ୍କର ସୁନ୍ଦର ମୁଖ ପାଇଁ ସମସ୍ତଙ୍କ ମନ ଜିଣିନେଇଥିଲେ ।

ତେବେ ଏହି ସିରିଏଲ୍ ରେ ଅଭିନୟ କରିଥିବା ଧୃତି ପୂର୍ବ ଅପେକ୍ଷା ଆହୁରି ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ତଥା କ୍ୟୁଟ୍ ବି ଲାଗୁଛନ୍ତି । କିନ୍ତୁ ତାଙ୍କ ଚେହେରାରେ ପୂର୍ବ ପରି ସେହି ପିଲାଦିନର ହସ ତଥା ଚୁଲବୁଲି ନଟଖଟି ଗୁଣ ରହିଛି । ଆଉ ଧୃତିଙ୍କ ବାଳ ବି ବହୁତ ଲମ୍ବା ହୋଇ ଯାଇଛି । ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଜୟ ଶ୍ରୀକ୍ରିଷ୍ଣ ସିରିଏଲକୁ ଛାଡି ଆହୁରି ଅନେକ ସିରିଏଲରେ ମଧ୍ୟ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଅଭିନୟ କରି ସାରିଛନ୍ତି ।


ତେବେ ନିଜର ଭବିଷ୍ୟତକୁ ନେଇ ଧୃତି ଗୋଟିଏ ଇଣ୍ଟରଭିୟୁରେ କହିଛନ୍ତି ଯେ, ସେ କୋରିଓଗ୍ରାଫର ହେବାକୁ ଚାହାଁନ୍ତି । ଆଉ ବର୍ତ୍ତମାନ ସେ ଟିଭି ଇଣ୍ଡଷ୍ଟ୍ରିରୁ ବହୁତ ଦୂରରେ ରହିଛନ୍ତି ଏବଂ ନିଜର ସମସ୍ତ ସମୟ ପାଠ ପଢାରେ ଦେଉଛନ୍ତି । ଏହାସହିତ ସେ କ୍ଲାସିକାଲ୍ ଡ୍ୟାନ୍ସ୍ ମଧ୍ୟ ଶିଖୁଛନ୍ତି । ଧୃତିଙ୍କ ବାପା ଗଗନ ଭାଟିଆ ଜଣେ ବିଜନେସ୍ ମ୍ୟାନ୍ ଏବଂ ମାଁ ପୁନମ୍ ଭାଟିଆ ଜଣେ କୋରିଓଗ୍ରାଫର ହେବା ସହ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଆକ୍ଟରସ୍ । ତେବେ ବର୍ତ୍ତମାନ ଏହି ସିରିଏଲ ଟେଲି କାଷ୍ଟ ହେବାର ପ୍ରାୟ 12 ବର୍ଷ ହୋଇ ଗଲାଣି କିନ୍ତୁ ଆଜି ବି ଧୃିତି ଲୋକମାନଙ୍କ ହୃଦୟରେ ପୂ୍ର୍ବ ପରି ରାଜ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।