ପୁଣି ଏକାଠି ହେଲେ ଓଲିଉଡ଼ ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର।ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ମଧ୍ୟରେ ଯେଉଁ ପାରିବାରିକ ଝଡ ଉଠିଥିଲା ତାହା ଆଜି ଆପୋଷ ବୁଝାମଣା ରେ ସମାଧାନ ହୋଇଛି। ଆଜି ଉଭୟ ମହିଳା ଥାନା ରେ ପହଁଚି ଥିଲେ ଏବଂ ଦୀର୍ଘ ସମୟ ଧରି ଆଇଆଇସି ଏବଂ ଏସିପି ଙ୍କ ସହିତ ଆଲୋଚନା କରିଥିଲେ। ଯାହାବି ଉଭୟଙ୍କ ବିରୋଧରେ ଆରୋପ ପ୍ରତ୍ୟାରୋପ ଥିଲା ସେ ବାବଦରେ ମଧ୍ୟ କହିଥିଲେ ଏବଂ ଉଭୟ ଉଭୟଙ୍କ ପକ୍ଷ ମଧ୍ୟ ରଖିଥିଲେ। ଆଉ ଏହାପରେ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଛି ବୋଲି ଉଭୟ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ସୂଚନା ଦେଇଛନ୍ତି।
ହ୍ୟୁମାନ କହିଛନ୍ତି କି ଆମ ଭିତରେ ଯାହା ପ୍ରୋବେଲମ ଚାଲିଥିଲା ସେ ସବୁ ର ସମାଧାନ ହୋଇ ଯାଇଛି। ସେମିତି କିଛି ଆଉ କଥା ପ୍ରୋବେଲମ ନାହିଁ। ମୁଁ ବହୁତ୍ ଖୁସି ଅଛି ଶ୍ରୀୟା ଏବେ ମୋ ପାଖରେ ରହିବେ। ଆମେ ଦୁହେଁ ଏକାଠି ରହିବୁ। ଏପଟେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ଙ୍କ ମା ମଧ୍ୟ ସମାନ କଥା କହିଛନ୍ତି।ହ୍ୟୁମାନ ଙ୍କ ମା କହିଛନ୍ତି ମୁଁ କିଛି ନିଷ୍ପତି ନେଇନାହିଁ ଯାହା ହୋଇଛି ଉଭୟଙ୍କ ଆପୋଷ ବୁଝାମଣା ରେ ସମାଧାନ ହୋଇଛି। ତେବେ ଆଗକୁ କଣ ହେବ ସେ ବାବଦରେ ମାସେ ପରେ ଜଣାଇବେ ବୋଲି ହ୍ୟୁମାନ ଙ୍କ ମା କହିଛନ୍ତି।
ତେବେ ସବୁଠୁ ବଡ଼ କଥା ହେଉଛି କି ଏ ସବୁ କଥା ମଧ୍ୟ ରେ ଅନ୍ୟ ଏକ ବଡ ଖବର ସାମ୍ନାକୁ ଆସି ଥିଲା। କୁହା ଯାଉଥିଲା କି ହ୍ୟୁମାନ ସାଗର ଅସୁସ୍ଥ ହୋଇ ପଡିଛନ୍ତି। ଅତ୍ୟାଧିକ ନିଶା ସେବନ ମଦ୍ୟପାନ କରିବାରୁ ହ୍ୟୁମାନ ଅସୁସ୍ଥ ହୋଇ ପଡିଛନ୍ତି ଏବଂ ତାଙ୍କ ର ଲିଭର୍ ଜନିତ ସମସ୍ୟା ମଧ୍ୟ ରହିଛି। ତେବେ ଏ କଥାକୁ ଖଣ୍ଡନ କରିଛନ୍ତି ହ୍ୟୁମାନ ସାଗର। ହ୍ୟୁମାନ ସାଗର କହିଛନ୍ତି କି ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ରହିଛନ୍ତି।
ହ୍ୟୁମାନ କହିଛନ୍ତି ତାଙ୍କର କିଛି ହୋଇ ନଥିଲା ସେ ପ୍ରଥମେ ଡ଼ାଇଟିଂ ରେ ରହି ଥିଲେ ଏଥି ସହ ବହୁତ୍ ଗୁଡ଼ିଏ ଶୋ କୁ ଯିବା ପାଇଁ ପଡୁଥିଲା। ଆଉ ଏପଟ ସେପଟ ଟ୍ରାଭେଲ ରେ ହ୍ୟୁମାନ ଝଡି ଯାଇଛନ୍ତି। କିନ୍ତୁ ତାଙ୍କର ଦେହ ଖରାପ୍ ହୋଇନି ସେ ସୁସ୍ଥ ଅଛନ୍ତି। ଅତ୍ୟାଧିକ ନିଶା ସେବନ ମଦ୍ୟପାନ ପାଇଁ ଯେଉଁ ଲିଭର୍ ଜନିତ ସମସ୍ୟା ପାଇଁ ହ୍ୟୁମାନ ଅସୁସ୍ଥ ହୋଇ ପଡିଛନ୍ତି ଖବରଟି ମିଥ୍ୟା ପ୍ରଚାର ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।