Viral video – ଶ୍ରଦ୍ଧାଞ୍ଜଳି ଖୋଲିଲେ ଅର୍ଚନା କଳାକରନାମାର ଗୁମର,କହିଲେ ସବୁ ରହସ୍ୟର କଳା କାହାଣୀ….

ହଁ ଦର୍ଶକ ବନ୍ଧୁ ଗୋଟିଏ ପରେ ଗୋଟିଏ ସତ୍ୟ ସାମ୍ନା କୁ ଆସୁଛି ଅର୍ଚନା ନାଗ ଙ୍କୁ ନେଇକି | ତାହା ସହିତ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି ଅର୍ଚନା ନାଗ, ଶ୍ରଦ୍ଧାଞ୍ଜଳି ଙ୍କୁ ନେଇକି ଚାଲିଥିବା ଘମାଘଟ ବିବାଦ | ଆଉ ଏହି ବିବାଦ ରେ ବର୍ତମାନ ଅର୍ଚ୍ଚନା ନାଗ ଙ୍କ ସହିତ ଶ୍ରଦ୍ଧାଞ୍ଜଳି ଙ୍କୁ ମଧ୍ୟ ଇଡି ଜେରା କରୁଛି ଆଉ ତାହାର ପରିସର ଭିତରକୁ ନେଇଛି ବୋଲି କୁହାଯାଉଛି | ତେବେ ସାମ୍ନା ସାମ୍ନୀ ଶ୍ରଦ୍ଧାଞ୍ଜଳି କୁ ନେଖିକି ରକ୍ତ ଚାଉଳ ଚୋବାଇଛନ୍ତି ଅର୍ଚନା ନାଗ | ତାହା ସହିତ ଅନେକ ସତ ସାମ୍ନା କୁ ଆସିଥିବା ବେଳେ ଅନେକ କଥା ଲୁଚେଇଛନ୍ତି ଅର୍ଚ୍ଚନା ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଆଜି ଶ୍ରଦ୍ଧାଞ୍ଜଳି ଙ୍କୁ ମାରାଥନ ଜେରା କରିବା ପାଇଁ ଇଡି ପରିସର ଭିତରକୁ ନେଇଛନ୍ତି ଅଧିକାରୀ ମାନେ | ତେବେ ପ୍ରଥମେ ଏକାକି ଜେରା କରିଥିବା ବେଳେ ବର୍ତ୍ତମାନ ଅର୍ଚ୍ଚନା ନାଗ ଙ୍କ ସାମ୍ନା ରେ ଦୁଇଜଣ ଙ୍କୁ ଜେରା କରାଯାଇଥିଲା | ଏହି ସବୁ ଜେରା ଖଣ୍ଡଗିରି ଥାନା ରେ ହୋଇଥିବା ଅଭିଯୋଗ ଆଧାରରେ କରାଯାଉଛି ବୋଲି କୁହାଯାଇଛି | ତେବେ ଶ୍ରଦ୍ଧାଞ୍ଜଳି ଙ୍କୁ ବ୍ଲାକମେଲର ବୋଲି କହି ଥିବା କଥା କୁ ନେଇକି ମଧ୍ୟ ସମସ୍ତ ଘଟଣା ର ତଦନ୍ତ କରିଛି ଇଡି ବୋଲି କୁହାଯାଉଛି |

ଆଉ ଏଥିରେ ପଚାରା ଯାଇଛି କି ଶ୍ରଦ୍ଧାଞ୍ଜଳି ଙ୍କୁ କେଉଁଠି ହନିଟ୍ରାପ ହୋଇଥିଲା |ତାହା ସହିତ କାହାକୁ ବ୍ଲାକମେଲିଙ୍ଗ କରିଥିଲେ ଅର୍ଚ୍ଚନା |କାହା ସହିତ ସମ୍ପର୍କ ରଖିବା ପାଇଁ କହୁଥିଲେ ଶ୍ରଦ୍ଧାଞ୍ଜଳି ଙ୍କୁ ଅର୍ଚ୍ଚନା | କାହା ପାଖରୁ କେତେ ଟଙ୍କା ଆଣିଥିଲେ, ନୟାଗଡ ର ବ୍ୟବସାୟୀ ଜଣଙ୍କ କିଏ ଆଉ ତାଙ୍କ ପାଖରୁ କେତେ ଟଙ୍କା ଆଣିଥିଲେ ତାହାକୁ ନେଇକି ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ ଇଡି ଶ୍ରଦ୍ଧାଞ୍ଜଳି ଙ୍କୁ ବୋଲି କୁହାଯାଇଛି | ଏହା ବ୍ୟତୀତ ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କ ଠାରୁ କେତେ ଟଙ୍କା ଆଣିଥିଲେ, ସେ ଟଙ୍କା କେଉଁଠୁ ଆସିଲା ବୋଲି ଜେରା କରାଯାଇଥିଲା |

ଏହା ସହିତ 50 ହଜାର ଟଙ୍କା ପାଇଁ ସେମାନଙ୍କ ଭିତରେ କାହିଁକି ବିବାଦ ହେଲା ବୋଲି ମଧ୍ୟ ପ୍ରଶ୍ନ କରିଥିଲା ଇଡି ଶ୍ରଦ୍ଧାଞ୍ଜଳି ଙ୍କୁ |ଏହା ବ୍ୟତୀତ ଅକ୍ଷୟ ପରିଜାଙ୍କୁ କେମିତି ବ୍ଲାକ ମେଲିଂ କରିଲେ, କେଉଁଠି ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡ଼ିଓ ସୁଟିଂ ହୋଇଥିଲା ଆଉ ଘୋଗେଶ୍ୱର କେମିତି ସେହି ଭିଡ଼ିଓ ସବୁ ସୁଟ କରିଥିଲେ ତାହାକୁ ନେଇକି ମଧ୍ୟ ପ୍ରଶ୍ନ ପଚରା ଯାଇଥିଲା |କିଭଳି ଡିଲ ହୋଇଥିଲା, କେତେ ଟଙ୍କା ଡିଲ ହୋଇଥିଲା ଆଉ 3 କୋଟି ପଛରେ ଥିବା ରହସ୍ୟ ମଧ୍ୟ ପଚାରିଥିଲେ ଇଡି |ଆଉ ଏହି ସବୁ ଘଟଣା ର ତଦନ୍ତ ଅର୍ଚନା ଓ ଶ୍ରଦ୍ଧାଞ୍ଜଳି ଙ୍କୁ ସାମ୍ନା ସାମ୍ନୀ ପଚରା ଯାଇଥିଲା ଆଉ କେତେକ କଥା ସେମାନେ ସତ କହିଥିବା ବେଳେ କେତେକ କଥା କୁ ମଧ୍ୟ ଲୁଚାଇ ଥିଲେ | ଆଉ ତାହା ସହିତ ଶ୍ରଦ୍ଧାଞ୍ଜଳି ଙ୍କୁ ଦେଖିକି ରାଗି ଯାଇଥିଲେ ଅର୍ଚ୍ଚନା ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment