Odisha News Portal

ସରକାରଙ୍କ ନୂଆ ନିୟମ: ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ , ଏବଂ କମେଣ୍ଟ କରନ୍ତୁ ?

ବ୍ରାହ୍ମଣ ବିକାଶ ବୋର୍ଡ ଙ୍କ ଐତିହାସିକ ନିଷ୍ପତି, ବ୍ରାହ୍ମଣ ଝିଅକୁ ବ୍ରାହ୍ମଣ ପୁଅ ବିବାହ କଲେ ମିଳିବ 3 ଲକ୍ଷ ଟଙ୍କା । ତେବେ ଘଟଣା ଅନୁଯାୟୀ, କର୍ଣ୍ଣାଟକ ସରକାର ଙ୍କ ଅଧୀନ ରେ କାମ କରୁ ଥିବା ବ୍ରାହ୍ମଣ ବିକାଶ ବୋର୍ଡ ବର୍ତ୍ତମାନ ସମୟ ରେ ଅରୁନ୍ଧତୀ ଏବଂ ମୈତ୍ରେୟୀ ନାମକ 2 ଟି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛି । ଆଉ ଏହି ଯୋଜନା ଅନୁଯାୟୀ ଯଦି ବ୍ରାହ୍ମଣ ଝିଅକୁ ବ୍ରାହ୍ମଣ ପୁଅ ବିବାହ କରେ ତେବେ ତାଙ୍କୁ ମୋଟ ରୀଶି ମିଳିବ । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ଏବଂ କଣ ଏହି ନିଷ୍ପତି ବିଷୟ ରେ । ଆଉ ତାଛଡା ଏଥିରେ ଆପଣ କେମିତି ଟଙ୍କା ପାଇ ପାରିବେ ଏବଂ ସେଥିପାଇଁ କଣ ସବୁ ନିୟମ ରହିଛି ।

ତେବେ ଅରୁନ୍ଧତୀ ଯୋଜନା ରେ ପ୍ରତି ବ୍ରାହ୍ମଣ ଯୁବତୀ ଙ୍କ ବିବାହ ସମୟ ରେ ତାଙ୍କ ପରିବାର କୁ ବୋର୍ଡ ତରଫରୁ 25,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରା ଯିବ । କିନ୍ତୁ ଯଦି ସେହି ଯୁବତୀ ଜଣକ ନିଜ ସମୁଦାୟ ର ବା ଜାତି ର ଜଣେ ପୁରୋହିତ କିମ୍ବା ମନ୍ଦିର ପୂଜାରୀ ଙ୍କୁ ବିବାହ କରିବେ, ତାହା ହେଲେ ତାଙ୍କୁ 3 ଲକ୍ଷ ଟଙ୍କା ମିଳିବ ।

ତେବେ ଏଥିପାଇଁ ସର୍ତ୍ତ ରଖା ଯାଇଛି କି, ବିବାହ ର 5 ବର୍ଷ ପରେ ଏହି ସହାୟତା ରାଶି ପ୍ରଦାନ କରା ଯିବ ଏବଂ ଏଥିପାଇଁ ଦମ୍ପତି କୁ ବୋର୍ଡ ର ୱେବସାଇଟ ରେ ପଞ୍ଜୀକରଣ କରି ବାକୁ ପଡ଼ିବ ।

ତେବେ ଏହା ସହିତ ସେମାନେ ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀ ର ହୋଇ ଥିବା ଦରକାର ଏବଂ ସେଥିପାଇଁ ସେମାନଙ୍କୁ ସେହି ଶ୍ରେଣୀର ବୋଲି ପ୍ରମାଣ ମଧ୍ୟ ଦାଖଲ କରିବାକୁ ପଡ଼ିବ ।

ତାଛଡା ବୋର୍ଡ ଆହୁରୀ ମଧ୍ୟ କହିଛି କି ଅନେକ ମନ୍ଦିର ପୂଜାରୀ ଏବଂ ପୁରୋହିତ ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁ ଥିବାରୁ ସେମାନ ଙ୍କୁ ସହାୟତା କରିବା ପାଇଁ ଏପରି ଯୋଜନା କରା ଯାଇଛି । ଆଉ ଏହି ଯୋଜନା ଫଳରେ ଲୋକ ମାନେ କିଛି ସହାୟତା ପାଇ ପାରିବେ ଯାହା ଭବିଷ୍ୟତରେ ତାଙ୍କର ଅନେକ କାମ ରେ ମଧ୍ୟ ଆସିବ ।

ତେବେ ଏହି ମୋଟା ଅଙ୍କର ରାଶି କୁ ବ୍ୟବହାର କରି ସେମାନେ କିଛି ଛୋଟ ବା କ୍ଷୁଦ୍ର ବ୍ୟବସାୟ ମଧ୍ୟ ଆରମ୍ଭ କରି ପାରିବେ । ଯାହା ଫଳରେ ସେମାନଙ୍କ ବିବାହିତ ଜୀବନ ସୁଖମୟ ହେବା ସହିତ ଜୀବନରେ ଅନେକ କିଛି ଉନ୍ନତି ମଧ୍ୟ କରି ପାରିବେ । ଆଉ ଭବିଷ୍ୟତରେ ସେହି ବ୍ୟବସାୟ କୁ ବଡ କରି ସେମାନ ସେମାନଙ୍କର ଗୁଜୁରାଣ ମଧ୍ୟ ମେଣ୍ଟାଇ ପାରିବେ ।

କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ବିରୋଧୀ ଦଳ ଗୁଡିକ ଏହାର ସମାଲୋଚନା କରିଛନ୍ତି । ସେମାନଙ୍କ କହିବା କଥା ହେଉଛି ବ୍ରାହ୍ମଣ ପରିବାର ର ଝିଅ ମାନେ ଯେପରି ଉଚ୍ଚ ଶିକ୍ଷା ହାସଲ କରି ପାରିବେ ଏବଂ ନିଜେ କିଛି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇ ପାରିବେ,

ସେଥିପାଇଁ ରାଜ୍ୟ ସରକାର କାହିଁକି ସହାୟତା ଦେଉ ନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ବିବାହ କ’ଣ କେବଳ ଜଣେ ବ୍ରାହ୍ମଣ ଯୁବତୀ ଙ୍କ ଜୀବନ ର ଏକମାତ୍ର ଚିର ଲକ୍ଷ୍ୟ ବୋଲି ସେମାନେ ସରକାର ଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।