ଦେଖନ୍ତୁ ଭିଡ଼ିଓ – ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ କୁ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ କୁ ଏବେ ସୁଦ୍ଧା 1 ଲକ୍ଷ ଲୋକ ଦେଖି ସାରିଲେଣି ଏବଂ ସେୟାର କରୁଛନ୍ତି
ସକାଳେ ଭୁଲ୍ କଲେ ଆଉ ସନ୍ଧ୍ୟାରେ କ୍ଷମା ମାଗିଲେ। ଦର୍ଶକ ବନ୍ଧୁ ଏହି ଶୀର୍ଷକ ଟି ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ତ ନିଶ୍ଚିତ। କିନ୍ତୁ ଏହା କହିବାର କାରଣ ଟା ବି ସେମିତି। ଯାହାକୁ ଶୁଣିଲା ପରେ ଆପଣ ବି ଅବାକ୍ ହୋଇଯିବେ। ଆମେ ଆପଣଙ୍କୁ ଗୋଟିଏ କଥା ପଚାରିବାକୁ ଚାହୁଁଛୁ ଯେ ଆପଣ କଣ କେବେ ସ୍କୁଟି ଚଳାଇବା ସମୟରେ ଫେସ୍ ବୁକ୍ ରେ ଲାଇଭ ଆସି ପାରିବେ । ତା ପୁଣି ଏକା ଗାଡ଼ି ଚଳାଇ ନୁହଁ ବରଂ ଗାଡ଼ିରେ 3 ଜଣଙ୍କୁ ବସାଇ। ତେବେ ଏହି ଯୁବତୀ ଜଣଙ୍କୁ ଭଲକରି ଥରେ ଆପଣ ଦେଖନ୍ତୁ କିଭଳି ଭାବରେ ସେ ହାଇ ୱେ ଉପରେ ସେ ସ୍କୁଟିରେ 3 ଜଣଙ୍କୁ ବସାଇ ଗାଡ଼ି ଚଳାଇ ଫେସ୍ ବୁକ୍ ଲାଇଭ ଭିଡିଓ କରୁଛନ୍ତି।
ଆପଣ ସାଧାରଣ ଲୋକ ତେଣୁ ଆପଣ ଆଇନ୍ କୁ ଡରି ଏପରି କାର୍ଯ୍ୟ କରିବାକୁ ନିଶ୍ଚିତ ସାହସ କରିବେ ନାହିଁ। କାରଣ ଧରା ପଡିଲେ ଆପଣଙ୍କୁ ମୋଟା ଅଙ୍କର ଫାଇନ ମଧ୍ୟ ଦେବାକୁ ପଡ଼ିବ। କାରଣ ବିନା ହେଲମେଟ ରେ ଗାଡ଼ି ଚଳାଇବା ଦ୍ବାରା ଏହା ଆପଣଙ୍କ ପ୍ରତି ଯେତିକି ବିପଦ ଆଉ ଧରା ପଡ଼ିଲେ ଆପଣଙ୍କ ପକେଟ୍ କୁ ଖାଲି କରିବାକୁ ଏହା ସେତିକି ଫଳପ୍ରଦ ହୋଇଥାଏ। ହେଲେ ଏ ଭିଡିଓ ରେ ଥିବା ମହିଳା ଜଣଙ୍କ କାହିଁକି ବା ଦରିବେ ଏସବୁ ଆଇନ୍ କୁ। କାରଣ ସେ ହେଉଛନ୍ତି ଜିଲ୍ଲା ପରିଷଦ। ସାଧାରଣ ଲୋକେ ସିନା ଡରି ମରି ଆଇନ୍ କୁ ମାନିବାକୁ ବାଧ୍ୟ, କିନ୍ତୁ ସେ ପରା ଜିଲ୍ଲା ପରିଷଦ। ଆଇନ୍ କୁ ସେ କାହିଁକି ଡରିବେ? କିଏ ତାଙ୍କର କଣ କରିବ?
ସଡ଼କ ସୁରକ୍ଷା ଜୀବନ ରକ୍ଷା। ହେଲମେଟ ପିନ୍ଧନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ। ଏମିତି କେତେ କଣ ଆପଣଙ୍କ ମୁହଁରେ ମୁଖସ୍ଥ ହୋଇଥିବ। ରାସ୍ତାରେ ଦୁର୍ଘଟଣା କମାଇବା ପାଇଁ ଏମିତି ଅନେକ ସ୍ଲୋଗାନ ଦିଆ ଯାଉଛି ଏବଂ ନିୟମ ଖିଲାପ କାରୀ ଙ୍କ ବିରୋଧରେ ଅନେକ ଦୃଢ଼ କାର୍ଯ୍ୟାନୁଷ୍ଠାନ ବି ନିଆ ଯାଉଛି। ଆଉ ଏହାର ଉଲ୍ଲଂଘନ ଯିଏ ବି କରିଛି ସେ ଦୁର୍ଘଟଣା ର ଶିକାର ହୋଇଛି। ଆମେ ନିଜେ ଆପଣଙ୍କୁ ଅନେକ ଖବର ଦେଖାଇଛୁ। ହେଲେ ଏ ଭିଡିଓ ରେ ଥିବା ମହିଳା ଜଣଙ୍କ ସାଧାରଣ ଯାତ୍ରୀ ନୁହଁ।ସେ ହେଉଛନ୍ତି ଶାସକ ଦଳର ନିର୍ବାଚିତ ଲୋକ ପ୍ରତିନିଧି। ପରିବହନ ନିୟମ କୁ ଖୋଲାଖୋଲି ଉଲଂଘନ କରୁଛନ୍ତି ସେ।
ଆପଣଙ୍କୁ କହି ରଖୁଛୁ ଏହି ମହିଳା ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ୭ ନମ୍ୱର୍ ଜୋନ୍ ର ମହିଳା ଜିଲ୍ଲା ପରିଷଦ ସଦସ୍ୟା ହେଉଛନ୍ତି ମାମିନା ମଲିକ। ତେବେ ସକାଳେ କରିଥିବା ଏହି ଭୁଲ୍ କୁ କିନ୍ତୁ ଅପରାହ୍ନରେ ସେ ମାନି ନେଇଛନ୍ତି ଏବଂ ଭୁଲ୍ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି।ସେ କହିଛନ୍ତି ତାଙ୍କର ଏଭଳି କରିବାର ନଥିଲା ସେ ଏମିତି ଏକ ଭିଡିଓ କରି ଦେଇଥିଲେ ଯାହା ପାଇଁ ସେ ଦୁଃଖିତ।
ତାଙ୍କର ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।