ଦେଖନ୍ତୁ ଭିଡ଼ିଓ – ସୋସିଆଲ ମିଡିଆରେ Femous ହେବା ପାଇଁ ମରଣ ସହିତ ଚ୍ୟାଲେଞ୍ଜ କଲା ଯୁବତୀ ।। ହାତ ଛାଡ଼ି ଜ୍ୟାକେଟ ଖୋଲିଲା, ଆଉ ତା’ ପରେ…

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ଆଜି କାଲି ର ଯୁବ ପିଢ଼ି ମାନେ ସବୁବେଳେ ସୋସିଆଲ ମିଡ଼ିଆ ପ୍ରତି ଅଧିକ ସମୟ ବିତାଇ ଥାନ୍ତି। ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ କରି ସୋସିଆଲ ମିଡିଆ ରେ ଅପଲୋଡ଼ କରି ପ୍ରସିଧ ହେବା ପାଇଁ ଚେଷ୍ଟା କରି ଥାଆନ୍ତି ।

ପ୍ରସିଧ ହେବା ପାଇଁ ଅନେକ ପ୍ରକାର ରିସ୍କ ଥିବା କାର୍ଯ୍ୟ ମଧ୍ୟ କରି ଥାଆନ୍ତି ।ଅନେକ ସମୟରେ ଏହି ଭିଡିଓ ପାଇଁ ଅନେକ ଯୁବ ପିଢ଼ି ମାନଙ୍କର ଜୀବନ ଯିବାର ଓ ଅନ୍ୟ ସମସ୍ୟା ହେବାର ମଧ୍ୟ ଦେଖି ଥାଉ । ସୋସିଆଲ ମିଡ଼ିଆ ରେ ଆମେ ପ୍ରତିଦିନ ଏମିତି ଭିଡିଓ ଦେଖିବାକୁ ପାଇଥାଉ। ତେବେ ସେମିତି ଏକ ଭିଡ଼ିଓ ମଧ୍ୟ ଆଜି ସାମ୍ନା କୁ ଆସିଛି ଯେଉଁଠି ଏକ ଝିଅ ଏକ ବହୁତ୍ ବିପଦପୂର୍ଣ୍ଣ ସ୍ତଣ୍ଟ କରିଛି ଆଉ ଏହା ପରେ ସମସ୍ୟା ରେ ପଡିଛି। ତେବେ କଣ ରହିଛି ସମ୍ପୂର୍ଣ ତଥ୍ୟ ଆସନ୍ତୁ ଜାଣିବା ;

ଗୁଜୁରାଟ ରେ ସୁରଟ ରେ ରହୁଥିବା ଏକ ଝିଅ ଗୋଟିଏ ହାତ ରେ ବାଇକ୍ ଚଳାଇ ବର୍ତ୍ତମାନ ଲୋକ ଲୋଚନ କୁ ଆସିଛି। ସୂଚନା ଅନୁସାରେ ସୁରଟର ଡୁମସ ରୋଡରେ ଥିବା VR ମଲ ପାଖରେ ପ୍ରିନ୍ସ ପ୍ରସାଦ ନାମକ ଜଣେ ଯୁବତୀ ବହୁତ୍ ସ୍ପିଡ୍ ରେ ହାତ ଛାଡ଼ି ଗାଡି ଚଳାଇ ଭିଡିଓ କରିଥିଲେ । ତେବେ ପ୍ରିନ୍ସ ପ୍ରସାଦ ଙ୍କ ଦେଞ୍ଜର ସ୍ତନ୍ତ୍ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହୋଇଛି ଯାହା ଫଳରେ ପୋଲିସ ନଜର ମଧ୍ୟ ଏହି ଭିଡିଓ ପଡିଛି।

ଭିଡିଓ ଟିରେ ସମ୍ପୂର୍ଣ ଭାବେ ଦେଖିବାକୁ ମିଳିଛି ଯେ ପ୍ରିନ୍ସ ପ୍ରସାଦ କିପରି ହାଇ ସ୍ପିଡ ରେ ଗାଡି ଚଳାଇ ହାତ ଛାଡ଼ି ଅଛନ୍ତି ଓ ନିଜ ଜାକେଟ ମଧ୍ୟ ଖୋଲି ଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଟି ଯେତେବେଳେ ପୋଲିସ୍ ହାତରେ ପଡ଼ିଲା ପୋଲିସ୍ ବାଇକ୍ କୁ ଜବତ କରି ଅଛନ୍ତି । ତେବେ ପ୍ରିନ୍ସ କୁ ସୋସିଆଲ ମିଡ଼ିଆ ରେ ପ୍ରାୟ ୩,୨୭,୦୦୦ ଲୋକ ଫଲୋ କରନ୍ତି ଆଉ ସେ ନିଜ ବାଇକ୍ ରେ ବିଭିନ୍ନ ପ୍ରକାରର ସ୍ତଣ୍ଟ କରି ସୋସିଆଲ ମିଡିଆ ରେ ଅପଲୋଡ଼ କରନ୍ତି ।

ତେବେ ସୋସିଆଲ ମିଡିଆରେ ଏହିଭଳି ସ୍ତଣ୍ଟ କରି ଅପଲୋଡ଼ କରିବା ସୁରକ୍ଷିତ ନୁହେଁ। ଲୋକ ମାନଙ୍କ ଉପରେ ଏହାର ଖରାପ୍ ପ୍ରଭାବ ପଡିବା ସହିତ ଏହା ଖୁବ୍ ବିପଦପୂର୍ଣ୍ଣ ଅଟେ । ପବ୍ଲିକ ପ୍ଲେସ ରେ ଏହା କରିବା ସୁରକ୍ଷିତ ନୁହେଁ ଅନେକ ଦୁର୍ଘଟଣା ର ଏହା କାରଣ ହୋଇଥାଏ । ତେବେ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଝିଅ ଟି ଏମିତି ଗାଡି ଚଳାଉ ଥିବା ବେଳେ ସେ ମାସ୍କ୍ କି ହେଲମେଟ ପିନ୍ଧି ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment