ସୋରିଷ ତେଲରେ ଏହାକୁ ମିଶେଇ ଲଗାନ୍ତୁ, ଗୋଟି ଗୋଟି କେଶ କଳା ହୋଇଯିବ | White Hair to Black Hair Remedy

ଆଜିର ଦୁନିଆରେ ଚୁଟି ପାଇଁ ବହୁତ ସମସ୍ୟା ଦେଖା ଯାଉଚି,ଆଉ ଏହା ଜଣେ ଅଧେ ନୁହେଁ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି ଚୁଟିକୁ ନେଇ ଚିନ୍ତିତ ଥିବାର ।ତେବେ ଆପଣ ବହୁତ ସମୟରେ ଚୁଟି ଧଳା,ଘନ,ମୋଟା ଓ କଳା କରିବା ପାଇଁ ବହୁତ ଉପାୟ ଆପଣେଇ ଥିବେ ମାତ୍ର ଆଜିର ଏହି ଘରୋଇ ତେଲକୁ ତଥରେ ବ୍ୟବହାର କରି ଦେଖନ୍ତୁ କେମିତି ଥରକରେ ହିଁ ରେଜଲ୍ଟ ପାଇ ପାରିବେ ।

ତେଲ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ:-

-ଶୋରିଷ ତେଲ

-ମେହେନ୍ଦୀ ପାଉଡର

-ମେଥି ପାଉଡର

-ଅଁଳା ପାଉଡର

ତେଲ ପ୍ରସ୍ତୁତି ପ୍ରଣାଳୀ:-

ଏହି ତେଲ ତିଆରି କରିବା ପାଇଁ ଆପଣ ଏକ ଲୁହ କଡେଇ ନିଅନ୍ତୁ କାରଣ ଏଥିରେ ଥିବା ଆଇରନ ଚୁଟି ପାଇଁ ଖୁବ ଲାଭଦାୟୀ ଅଟେ ।ତେବେ ସେହି କଡେଇକୁ ଗ୍ୟାସରେ ବସାନ୍ତୁ ତାପରେ ସେଥିରେ ଏକ କପ ଶୋରିଷ ତେଲ ଢାଲନ୍ତୁ ,ତେବେ ଶୋରିଷ ତେଲରେ ଅମେଗା 3 ଫାଟି ଏସିଡ ରହିଛି ଯାହା ଚୁଟି ପାଇଁ ଏକ ରାମବାଣ ପରି କାମ କରିଥାଏ ।

ତେବେ ତେଲ ଗରମ ହେଲା ପରେ ସେଥିରେ ଦୁଇ ଚାମୁଚ ମେହେନ୍ଦୀ ପାଉଡର ପକାନ୍ତୁ ତାପରେ ଏବର ସେହି ତେଲରେ ଅଧା ଚାମୁଚ ମେଥି ପାଉଡର ପକାନ୍ତୁ ।ତାପରେ ସେଥିରେ ଅଧା ଚାମୁଚରୁ କମ ଅଁଳା ପାଉଡର ପକାନ୍ତୁ, ତେବେ ଏହି 3ଟି ଜିନିଷ ଚୁଟିକୁ କଲା,ମୋଟା ଓ ଘନ କରିବା ପରି ଅନେକ ସାହାଯ୍ୟ କରିଥାଏ ।ତେବେ ଏହି ସବୁକୁ ଗ୍ୟାସରେ ଲୋକ ଫ୍ଲେମରେ 5 ମିନିଟ ଯାଏ ଫୁଟାନ୍ତୁ ଯେତେବେଳେ ତେଲ ଫୁଟି କଳା ରଙ୍ଗ ହେଇ ଯିବ ସେତେବେଳେ ଗ୍ୟାସ ବନ୍ଦ କରି ଦିଅନ୍ତୁ ।ଆଉ ସେହି ତେଲକୁ ସେମିତି ଘୋଡେଇ 12 ଘଂଟା ଯାଏ ରଖି ଦିଅନ୍ତୁ ।

-12 ଘଂଟା ପରେ ସେହି ତେଲକୁ ଛାଣି ନିଅନ୍ତୁ ଆଉ ଏବେ ଏହି ତେଲ ତିଆରି ହେଇ ଗଲା ।

ତେଲର ବ୍ୟବହାର;-

-ଏହି ତେଲକୁ ଆପଣ ଦିନରେ 2ରୁ 3 ଥର ଲଗେଇ ପାରିବେ ଆଉ ମୁଣ୍ଡରେ ଲଗେଇଲା ବେଳେ ପୁରା ଚୁଟି ମୂଳରେ ଭଲ କରି ଲଗେଇବେ ।ପାଚିଲା ଚୁଟି ବି ଯେଉଁଠି ରହିଛି ସେଠାରେ ବି ଭଲ କରି ଲଗାନ୍ତୁ ତେବେ ତେଲ ଲଗେଇ 5 ମିନିଟ ଯାଏ ମାଲିସ କରନ୍ତୁ ତାପରେ 2 ଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ ।ତେବେ ଆପଣ ଆହୁରି ଭଲ ରେଜଲ୍ଟ ପାଇବା ପାଇଁ ରାତି ସାରା ବି ଲଗେଇ ରଖି ପାରିବେ ।

-ଏହି ତେଲ ଲଗେଇବାର ପ୍ରଥମ ଦିନରୁ ହିଁ ଆପଣ ଏହାର ରେଜଲ୍ଟ ଦେଖି ପାରିବେ ।ଆଉ ଧୀରେଧୀରେ ଆପଣଙ୍କ ଚୁଟି କଳା, ଘନ, ମଜବୁତ ହେବା ସହିତ ଅନ୍ୟାନ୍ୟ ସମସ୍ତ ଚୁଟି ସମସ୍ୟା କମିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment