ସକାଳେ ପେଟ ସଫା ( Constipation ) କେମିତି ହେବ ଘରୋଇ ଉପଚାର – Health Tips

ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ସବୁବେଳେ କିଛି ନା କିଛି ଛୋଟ ହେଉ ବା ବଡ଼ ସମସ୍ୟା ମାନ ଲାଗିକି ରହିଥାଏ | ଆଉ ଆମ ଶରୀରରେ ଯଦି କିଛି ବି ସମସ୍ୟା ଦେଖା ଯାଇଥାଏ ତାହେଲେ ଆମକୁ ବହୁତ କଷ୍ଟ ଅନୁଭବ ହୋଇଥାଏ ତାହା ସହିତ ଆମ ଶରୀରରେ ସମସ୍ୟା କୌଣସି ବଡ଼ ରୋଗ ମଧ୍ୟ ସୃଷ୍ଟି କରିଥାଏ ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ସେହି ଭଳି ଗୋଟିଏ ରୋଗ ବିଷୟରେ କହିବାକୁ ଯାଉଛି ଯାହାକୁ ଅନେକ ସାଧାରଣ ଭଳି ଭାବିଥାନ୍ତି ତାହା ହେଉଛି ପେଟ ରୋଗ, ବା ଝାଡା କ୍ଲିୟର ନ ହେବା ବା ପେଟ ସଫା ନ ହେବା ଭଳି ସମସ୍ୟା | ଆଉ ଯାହା ବଡ଼ ରୋଗ ର କାରଣ ହେବା ସହିତ ଅର୍ଶ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ସେହିଭଳି ପେଟ ଜନିତ ରୋଗ ର କାରଣ ଓ ନିରାକରଣ ବିଷୟରେ ଆଲୋଚନା କରିବା |
ପେଟ ଜନିତ ସମସ୍ୟା ର କାରଣ :-

ତେବେ କୁହାଯାଉଛି କି ଆପଣଙ୍କ ଶରୀରରେ ପେଟ ଜନିତ ସମସ୍ୟା ର ମୁଖ୍ୟ କାରଣ ଟି ହେଉଛି ପାଣି କମ ପିଇବା | ତାହା ସହିତ ଅଧିକ ତେଲିଆ ଓ ଚର୍ବି ଜାତୀୟ ଖାଦ୍ୟ ର ସେବନ କରିବା | ଏହା ବ୍ୟତୀତ ଆହୁରି ମଧ୍ୟ କୁହାଯାଉଛି କି ଯଦି ଆପଣ ଅଧିକ ପରିମାଣରେ ସ୍ମକିଙ୍ଗ ଓ ଡ୍ରିଙ୍କିଙ୍ଗ କରୁଥିବେ ନିଶା ଦ୍ରବ୍ୟ ର ସେବନ କରୁଥିବେ ତାହେଲେ ମଧ୍ୟ ଆପଣଙ୍କ ଶରୀରରେ ପେଟ ଜନିତ ସମସ୍ୟା ଦେଖା ଯିବ ବୋଲି କୁହାଯାଉଛି | ଏହା ସହିତ ଏହି ପେଟ ସମସ୍ୟା ଦିନେ ଅର୍ଶ ରେ ପରିଣତ ହେବାର ମଧ୍ୟ ସମ୍ଭାବନା ରହିଛି |


ପେଟ ଜନିତ ସମସ୍ୟାର ନିରାକରଣ :-ଟିପ୍ସ -1:-ପେଟ ସମସ୍ୟା ର ନିରାକରଣ ପାଇଁ ଆପଣ ଯଦି ରାତିରେ ଉଷୁମ କ୍ଷୀର ପିଉଥିବେ ତାହେଲେ ସେହି କ୍ଷୀରରେ ଗୋଟିଏ ଚାମଚ ଘିଅ ମିଶାଇ ପିଇବା ଭଲ ହୋଇଥାଏ, ଯାହା ପେଟ ସମସ୍ୟା କୁ ଦୂର କରିଥାଏ ବୋଲି କୁହାଯାଉଛି |

Wo

ଟିପ୍ସ -2:-ଏହା ସହିତ ଆପଣ କ୍ଷୀରରେ ତ୍ରିଫଳା ଗୁଣ୍ଡ ମିଶାଇ ଯଦି ପ୍ରତେକ ଦିନ ସେବନ କରିବେ ତାହେଲେ ପେଟ ଜନିତ ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଯିବେ |ଟିପ୍ସ -3:-ଆପଣ ଯଦି ପ୍ରତେକ ଦିନ ଖାଇ ସାରିବା ପରେ ଜୁଆଣି ସହିତ ବିଟ ଲୁଣ କୁ ମିଶାଇ ଖାଇବେ, ତାହେଲେ ମଧ୍ୟ ଏହିଭଳି ସମସ୍ୟା ଆଉ ଆପଣଙ୍କ ପାଖରେ ଦେଖା ଯିବ ନାହିଁ |
ତେବେ ଏହା ଥିବା ପେଟ ଜନିତ ସମସ୍ୟା ର କାରଣ ଓ ନିରାକରଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment