Odisha News Portal

Vastu Shastra – ଶୋଇବା ସମୟରେ ମୁଣ୍ଡ କେଉଁ ଦିଗରେ ରହିବା ଉଚିତ ? ଶୁଭ ନା ଅଶୁଭ ଜାଣନ୍ତୁ

ମଣିଷ ସଂସାର ରୀତି ନୀତି ଅନୁସାରେ ଚାଲିବା ଉଚିତ ଯଦି ସେ ସଂସାର ର ଏହି ନିୟମରୁ ବାହାରି କିଛି କାମ କରିଥାଏ ତାହେଲେ ଏହାର କୁପ୍ରଭାବ ଆମ ଉପରେ ପଡିଥାଏ ।ତେବେ ଯେପରି ଖାଦ୍ୟ ଖାଇବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଠିକ ସେହିପରି ସମସ୍ତଙ୍କ ପାଇଁ ଆବଶ୍ୟକ ମୁତାବକ ଶୋଇବା ବି ଜରୁରୀ ଅଟେ ।ଦିନକୁ ପ୍ରତ୍ୟେକ ମଣିଷକୁ 5ରୁ 6 ଘଂଟା ଶୋଇବା ଦରକାର ଆଉ ତା ଠାରୁ କମ ହେଲେ ଆମ ଶରୀରର ଅସୁସ୍ଥ ହେଇଯିବ ।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ କାର୍ଯ୍ୟ କରିବାର କିଛି ନିୟମ ରହିଛି ଠିକ ସେହିପରି ଶୋଇବା ପାଇଁ ବି କିଛି ନୀତି ନିୟମ ରହିଛି ଯେଉଁ ନିୟମ ମାନିବା ଉଚିତ ।ତେବେ ଆମେ ସାଧାରଣତଃ ଶୋଇଲା ବେଳେ କୋଉ ପଟକୁ ମୁଣ୍ଡ ଓ ପାଦୁ କରି ଶୋଉ ତା ଉପରେ ଗୁରୁତ୍ୱ ଦେଇ ନଥାଉ କିନ୍ତୁ ଜାଣିଛନ୍ତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ତେବେ ଆଜିର ଏହି ସୂଚନାରୁ ଜାଣି ରଖନ୍ତୁ କୋଉ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ଓ କୋଉ ଦିଗକୁ ମୁଣ୍ଡ କରି ଶୋଇବା ଅନୁଚିତ ।

-ତେବେ ବନ୍ଧୁମାନେ ଉତ୍ତର ଦିଗକୁ ମୁଣ୍ଡ ଓ ଦକ୍ଷିଣ ଦିଗକୁ ପାଦ ଦିଗକୁ ଶୋଇବା ଅନୁଚିତ ।ତେବେ ଶାସ୍ତ୍ରରେ କୁହାଯାଇଛି କି ଦକ୍ଷିଣ ଦିଗରେ ଯମଙ୍କର ଉପସ୍ଥିତ ଥାଏ ଓ ମୃତ୍ୟୁ ସମୟରେ ମଣିଷଙ୍କୁ ଉତ୍ତର ଦିଗକୁ ମୁଣ୍ଡ କରି ଶୁଆ ଯାଏ ।ତେବେ ବୈଜ୍ଞାନିକ କାରଣ ଦୃଷ୍ଟିରୁ ପୃଥିବୀ ଏକ ସବୁଠୁ ବଡ଼ ଚୁମ୍ବକ ଅଟେ ।

-ଆଉ ସେଥିରେ ଥିବା ଚୁମ୍ବକୀୟ ଧାରା ଦଖିନରୁ ଉତ୍ତର ଦେଇ ଗତି କରିଥାଏ ତେବେ ଯଦି ଦକ୍ଷିଣ ଦିଗକୁ ମୁଣ୍ଡ ଓ ଉତ୍ତର ଦିଗକୁ ପାଦ କଲେ ଏହି ଧାରାର ଭଲ ପ୍ରଭାବ ଆମ ଶରୀର ଉପରେ ପକେଇ ଥାଏ ।କିନ୍ତୁ ଯଦି ଉତ୍ତର ଦିଗକୁ ଆମେ ମୁଣ୍ଡ କରି ଶୋଇବା ତେବେ ଏହି ଧାରାର ବିପରୀତ ପ୍ରଭାବ ଅସମ ଉପରେ ପକେଇ ଥାଏ ।

-ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଆମ ଦେହ, ମନ ଠିକ ରହେ ନାହିଁ, ଅଜବ ଅଜବ ସ୍ୱପ୍ନ ଆସିଥାଏ, ନିଦ ପୁରା ହୁଏ ନାହିଁ ଓ ଆମେ ଅଧିକାଂଶ ସମୟରେ ଅସୁସ୍ଥ ରହୁ ।

-ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ସବୁଠୁ ଉତ୍ତମ ମାନା ଯାଏ ।ଯେତେ ବେଳେ ଆପଣ ଦକ୍ଷିଣକୁ ମୁଣ୍ଡ କରି ଶୁଅନ୍ତି ଓ ସକାଳୁ ଉଠନ୍ତି ସେତେବେଳେ ଆପଣ ପ୍ରଥମେ ଉତ୍ତର ଦିଗକୁ ଦେଖନ୍ତି ଆଉ ଉତ୍ତର ଦିଗର ଅଧିକାରୀ କୁବେର ଅଟନ୍ତି ତେଣୁ ତାଙ୍କର କୃପା ଆମ ଉପରେ ରହିଥାଏ ।

-ଦକ୍ଷିଣ କୁ ମୁଣ୍ଡ କଲେ ବ୍ୟକ୍ତି ଧନବାନ, ଗୁଣବାନ ଓ ବୁଦ୍ଧିମାନ ହେଇଥାଏ ଓ ଆୟୁର ବୃଦ୍ଧି ହେଇଥାଏ ।

-ତେବେ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ବି ଏହା ଖୁବ ଭଲ ଅଟେ ।ସୂର୍ଯ୍ୟ ଦେବଙ୍କର ଆଶୀର୍ବାଦ ଆମ ଉପରେ ରହିଥାଏ ।ମାନସିକ ଚିନ୍ତା ଦୁର ହୁଏ,ଏକାଗ୍ରତା ବଡ଼ିଥାଏ

-ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ଏହାଦ୍ୱାରା ସୂର୍ଯ୍ୟ ଦେଵ ଓ ଅତିଥୀଙ୍କର ଅପମାନ ହେଇଥାଏ ତେଣୁ ଏହି ଦିଗକୁ ମନ୍ଦ କ୍ତି ଶୋଇବା ଅନୁଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।