Odisha News Portal

ରାତିରେ ଶୋଇବା ସମୟରେ ଭୁଲରେ ମଧ୍ୟ ବିଛଣା ଉପରେ କରନ୍ତୁ ନାହିଁ ଏହି କାମ !ଭୟଙ୍କର କଥା ……

ବିଛଣା ଉପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସମସ୍ତ କାମ ନହେଲେ ହୋଇପାରେ ବହୁତ ବଡ ବିପଦ । ଆମ ବାସ୍ତୁ ଶାସ୍ତ୍ର , ପୁରାଣ ଶାସ୍ତ୍ର ରେ ସମସ୍ତ ଶୁଭ ଅଶୁଭ ଭଲ ମନ୍ଦ ଆଦି ଯାହା ସବହୁ ଘଟିଥାଏ ତାହା ସବୁ ଆମର କର୍ମ ଉପରେ ନିର୍ଭର କରିଥାଏ । ତେଣୁ କରି ଆମେ ମାନେ ଯେତେ ଅତ୍ୟାଧୁନିକ ଜୀବନ ଶୈଳୀରେ ବଞ୍ଚିଲେ ମଧ୍ୟ ଆମର ବାସ୍ତୁ ଶାସ୍ତ୍ରର ନିୟମକୁ ମାନିବା ଆବଶ୍ୟକ ହୋଇଥାଏ । କାରଣ ଆମେ ମାନେ ନିତି ଦିନ ମାନି ଆସୁଥିବା କିଛି ନିତିଦିନ ଧାର୍ମିକ ଶୈଳୀ ଉପରେ ମଧ୍ୟ ଆମେ ବଞ୍ଚିଆସୁଥିବା ଶୈଳୀ ଉଲ୍ଲେଖ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଆପଣଙ୍କର ଘରେ ଶୋଇବା ଘର ମଧ୍ୟରେ ଥିବା ବିଛାଣା ଉପରେ କିଛି ତଥ୍ୟ ଯାହାକି ଭବିଷ୍ୟତରେ ହେବାକୁ ଯାଉଥିବା କେତେକ ବିପଦରୁ ଆମ ମାନଙ୍କୁ ରକ୍ଷା କରିପାରିବ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ବିଛଣା ଉପରେ ବା ବେଡ ଉପରେ କେଉଁ ସମସ୍ତ କାର୍ଯ୍ୟ କରିବା ଅନୁଚିତ ।

ଆମର ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ବେଡରୁମ ସବୁବେଳେ ଘରର ଦକ୍ଷିଣ ପୂର୍ବ ବା ଉତ୍ତର ଦିଗରେ ହେବା ଆବଶ୍ୟକ । ଏହା ସହିତ ଆପଣ ମାନେ ନିଜର ବେଡକୁ ସର୍ବଦା ଦକ୍ଷିଣ ପୂର୍ବ ଦିଗକୁ ଲଗାଇ ରଖନ୍ତୁ । ଏହା ସହିତ ମନେ ରଖିବା ଉଚିତ କି ଶୋଇବା ବେଳେ ମୁଣ୍ଡ ସର୍ବଦା ଦକ୍ଷିଣ ଦିଗକୁ ଏବ ଗୋଡ ଉତ୍ତର ଦିଗକୁ କିମ୍ବା ମୁଣ୍ଡ ପୂର୍ବ ଦିଗକୁ ଏବଂ ଗୋଡ ପଶ୍ଚିମ ଦିଗକୁ ହେବା ଆବଶ୍ୟକ ।

ଏହା ଆମ ଶରୀର ଏବଂ ଘର ପାଇଁ ବହୁତ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କେବେବି ପଶ୍ଚିମ ଦିଗକୁ ମୁଣ୍ଡ କରି ବା ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଠିକ ନୁହେଁ । ଏପରି ଶୋଇବା ଦ୍ୱାରା ଘରେ ଅର୍ଥନୈତିକ ପ୍ରଗତି ସହ ନକରାତ୍ମକତା ଦେଖା ଦେଇଥାଏ ।

ବାସ୍ତୁ ଶାସ୍ତ୍ର ସଂପୂର୍ଣ୍ଣ ରୂପରେ ବର୍ଣ୍ଣିତ ରହିଛି କି ଶେଇବା ବିଛଣା ଉପରେ କିଛି କାର୍ଯ୍ୟ ନକରିବା ପାଇଁ । ଯାହାକୁ ନମାନିବା ଦ୍ୱାରା ଆପଣ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କେହି କେହି ଜାଣିଶୁଣି ଏପରି ଭୁଲ କରିଥାନ୍ତି ତେବେ ଆସନ୍ତୁ ଜାଣିବା ଶୋଇବା ବେଡ ଉପରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ହୋଇନଥାଏ ।

1–ରାତିରେ ଶୋଇବା ସମୟରେ ପାଟିରେ କିଛି ନରଖି ଶୋଇବା ଉଚିତ । ପାଟିରେ ଯଦି କିଛି ଖାଦ୍ୟ ବା ନିଶାଦ୍ରବ୍ୟ ରଖି ଶୋଉଛନ୍ତି ତେବେ ମାତା ଲକ୍ଷ୍ମୀ ସେ ଘରେ ରହନ୍ତି ନାହିଁ ।

2–ସକାଳେ ଉଠିବା ପରେ ଶେଜକୁ ଭଲ ଭାବରେ ପରିଷ୍କାର କରି ସଜେଇବା ଉଚିତ ହୋଇଥାଏ । କେବେ ମଧ୍ୟ ବାସି ବିଛଣା ପଡିଥିବା ସମୟରେ ଘରେ ପୂଜା ପାଠ କରିବା ଅନୁଚିତ ।

3–ଭୁଲରେ ମଧ୍ୟ ବେଡ ବା ବିଛଣା ଉପରେ କାଗଜ ପକାଇ ଖାଦ୍ୟର ସେବନ କରନ୍ତୁ ନାହିଁ , ଏପରି କରିବା ଦ୍ୱାରା ଆପଣ କାଙ୍ଗାଳ ହୋଇଯିବେ । ଏମିତି କରିବା ମାତା ଲକ୍ଷ୍ମୀଙ୍କର ପସନ୍ଦ ହୋଇନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।