Odisha News Portal

ସୋସିଆଲ ଡିଷ୍ଟାନ୍ସରୁ ଅଦ୍ଭୁତ ମାମଲା : କାଠଗଡ଼ାରେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ,ଅଦାଲତରେ ଦେବାକୁ ପଡ଼ିଲା ପୁରୁଷତ୍ବର ପରୀକ୍ଷା….

0 3

ବର୍ତ୍ତମାନ ସମୟରେ ଆମ ଦୁନିଆରେ ,ପ୍ରତ୍ୟେକ ଦିନି କିଛି ନାଁ କିଛି ବିଚିତ୍ର କଥା ତଥା ଅଜବ ପ୍ରକାର ଘଟଣା ସବୁ ସାମ୍ନାକୁ ଆସୁଛି । ପ୍ରତିଦିନ ଆମେ ଆପଣଙ୍କୁ ଏହିପରି ଅନେକ ଘଟଣା ସବୁ ଭେଟି ଦେଉଛୁ , ଯାହା ଶୁଣିବା ପରେ ଆପଣ ମାନେ ବିଶ୍ବାସ ତ କରିଥାନ୍ତି କିନ୍ତୁ ବିଶ୍ବାସ କରିବା ପାଇଁ କିଛି ସମୟ ନେଇଥାନ୍ତି । ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ସେହି ଘଟଣାଟି ଠିକ୍ ସେହିପରି , ଯାହା ଆପଣ ମାନେ ଶୁଣିଲେ ଅବାକ୍ ହୋଇଯିବେ ।

ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଘଟଣାଟି ହେଉଛି କରୋନା କାଳରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣେ ଯୁବକ ପତ୍ନୀଙ୍କ ଠାରୁ ସାମାଜିକ ଦୂରତା ରକ୍ଷା କରିଥିଲେ

ଏପରି ପରିସ୍ଥିତିରେ ସେହି ଯୁବକଙ୍କ ସ୍ତ୍ରୀ ଫ୍ୟାମିଲି କୋର୍ଟକୁ ପହଞ୍ଚିଥିଲେ ଏବଂ ଛାଡ଼ପତ୍ର ପାଇଁ ଦାବି କରିଥିଲେ। ମହିଳା ତାଙ୍କ ସ୍ବାମୀଙ୍କ ପୌରୁଷତା ଉପରେ ସନ୍ଦେହ କରିଥିଲେ। ଏହା ପରେ ସ୍ବାମୀଙ୍କୁ ନିଜ ପୁରୁଷପଣିଆର ପ୍ରମାଣ ଦେବାକୁ ପଡ଼ିଥିଲା। ଯାହା ପରେ ମାହୋଲ୍ ଶାନ୍ତ ହୋଇଥିଲା।

ସୂଚନାଯୋଗ୍ୟ, କରୋନା ସମୟରେ ଜୁନ୍ 29ତାରିଖରେ ଭୋପାଳ ବାସିନ୍ଦା ଜଣେ ଯୁବକଙ୍କ ବିବାହ ହୋଇଥିଲା। ଆଉ ସେହି ସମୟରେ ତାଙ୍କ ଶଶୁର ଘରର କେତେକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ ଯାହା ଫଳରେ କରୋନା​‌ ଭୟରେ ସେ ନିଜ ପତ୍ନୀଙ୍କଠୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରିଥିଲେ। ଏପରିକି ସେ ବିବାହ ପରେ ନିଜ ଦାମ୍ପତ୍ୟ ଦାୟିତ୍ବ ନିର୍ବାହ କରିନଥିଲେ। ଏହି କାରଣରୁ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ହୋଇଥିଲେ ଏବଂ ବାପଘରକୁ ଚାଲି ଯାଇଥିଲେ।

ସୂଚନା ଅନୁସାରେ, ବାପଘରକୁ ଯିବାର ପ୍ରାୟ 5ମାସ ପରେ ଡିସେମ୍ବର 2ତାରିଖରେ ପତ୍ନୀ ଭୋପାଳ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ସେ କହିଥିଲେ, ତାଙ୍କ ସ୍ବାମୀ ଫୋନରେବହୁତ ଭଲ କଥା କହୁଛନ୍ତି କିନ୍ତୁ କେବେ ବି ତାଙ୍କ ପାଖକୁ ଆସୁ ନାହାନ୍ତି। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ମଧ୍ୟ ହୋଇଥିଲା,କିନ୍ତୁ ଏହାର କିଛି ସମାଧାନର ବାଟ ବାହାରିନଥିଲା। ଏପରି କ୍ଷେତ୍ରରେ ଫ୍ୟାମିଲି କୋର୍ଟରେ ଉଭୟଙ୍କ କାଉନସିଲିଂ କରାଯାଇଥିଲା।

ସୂଚନାଯୋଗ୍ୟ,ଛାଡ଼ପତ୍ର ଆବେଦନରେ ମହିଳା ନିଜ ସ୍ବାମୀଙ୍କ ଉପରେ ନଂପୁସକତା ଅଭିଯୋଗ କରିଥିଲେ।ତେଣୁ କାଉନସିଲିଂ ସମୟରେ ସ୍ବାମୀଙ୍କୁ ମେଡିକାଲ୍ ଟେଷ୍ଟ୍ କରିବାକୁ କୁହାଯାଇଥିଲା। ଆଉ ସ୍ବାମୀ ନିଜର ମେଡିକାଲ୍ ଟେଷ୍ଟ୍ କରାଇଥିଲେ ଏବଂ ତାଙ୍କ ସାର୍ଟିଫିକେଟ୍ କୋର୍ଟରେ ଜମା କରାଇଥିଲେ। ତାପରେ ଜଣା ପଡ଼ିଥିଲା ଯେ ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ୍।

ଫ୍ୟାମିଲି କୋର୍ଟ ଉଭୟଙ୍କୁ ବୁଝାଇଥିଲେ ଏବଂ ମହିଳାଙ୍କୁ ତାଙ୍କ ସ୍ବାମୀ ସହ ଶାଶୁ ଘରକୁ ପଠାଇଥିଲେ। ତେବେ ସ୍ବାମୀ ଜଣକ କାଉନସିଲିଂରେ କହିଥିଲେ ବିବାହ ପରେ ତାଙ୍କ ପତ୍ନୀଙ୍କ ଘରଲୋକେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ଡର ଥିଲା ଯେ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପାରନ୍ତି। ଏହି କାରଣରୁ ସେ ନିଜ ସ୍ତ୍ରୀଙ୍କ ପାଖକୁ ଯାଇନଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।