ସ୍ନିଗ୍ଧା ମହାନ୍ତି ଜଣେ ଓଡିଆ କଥାଚିତ୍ର ଅଭିନେତ୍ରୀ। ଆପଣ ମାନେ ତାଙ୍କର ଦମଦାର ଅଭିନୟକୁ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ।ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମା ରେ କାମ କରି ଢେର୍ ପ୍ରଶଂସା ସାଉଁଟି ଛନ୍ତି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି।୧୯୮୮ ମସିହାରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଲାଲ୍ପାନ ବିବି ରେ ପ୍ରଥମ ଥର ପାଇଁ ଅଭିନୟ କରିବାର ସୁଯୋଗ ପାଇଥିଲେ ସ୍ନିଗ୍ଧା ମହାନ୍ତି । ସବୁ ପ୍ରକାର ଭୂମିକାକୁ ଖୁବ୍ ସୁନ୍ଦର୍ ଭାବରେ ପରଦା ଉପରେ ଦେଖାଇଥାନ୍ତି ସ୍ନିଗ୍ଧା ମହାନ୍ତି। ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି ଅଭିନେତ୍ରୀ ଜଣଙ୍କ।
ତେବେ ଅଭିନେତ୍ରୀ ସ୍ନିଗ୍ଧାଙ୍କ ପିଲାଦିନ ଖୁବ୍ କଷ୍ଟରେ ଯାଇଥିଲା। ଅଭାବୀ ପରିବାର ଭିତରେ ସେ ଖୁବ୍ ସଂଘର୍ଷ କରି ନିଜର ପରିଚୟ ତିଆରି କରିଛନ୍ତି। ଦିନ ଥିଲା ସେ ଖାଇବାକୁ ମଧ୍ୟ ପାଉ ନଥିଲେ ବହୁତ୍ କଷ୍ଟ ରେ ସେ ମଣିଷ ହେଇଛନ୍ତି । ପିଲା ଦିନେ ମା ଆରପାରିକୁ ଚାଲି ଯାଇଥିଲେ ଆଉ ବାପା ତାଙ୍କୁ ଖୁବ୍ କଷ୍ଟରେ ପାଳି ପୋଷି ମଣିଷଟିଏ କରି ଗଢି ତୋଳିଛନ୍ତି। ବାପାଙ୍କୁ ମଧ୍ୟ ତାଙ୍କ ଜୀବନରେ ବହୁତ୍ ସଂଘର୍ଷ କରିବା ପାଇଁ ପଡ଼ିଛି। ଆଉ ସେ ନିଜେ ମଧ୍ୟ ଖୁବ୍ ଷ୍ଟ୍ରର୍ଗଲ କରି ଆଗକୁ ବଢି ପାରିଛନ୍ତି।
ଘର ଘର ବୁଲି ସେ ଟ୍ୟୁସନ୍ ମଧ୍ୟ କରିଛନ୍ତି।୫୦ ଟଙ୍କାରେ ସେ ଟ୍ୟୁସନ୍ କରୁଥିଲେ ପିଲା ମାନଙ୍କୁ। ସେ କହିଛନ୍ତି କି ସେ ବହୁତ୍ ଭଲ ପାଠ ପଢୁଥିଲେ। ଆଉ ଭଲ ପାଠ ପଢିଥିଲେ ବୋଲି ସେ ଆଜି ଏ ସ୍ଥାନରେ ପହଁଚି ପାରିଛନ୍ତି ଲୋକେ ତାଙ୍କୁ ଜାଣୁଛନ୍ତି ଆଉ ଭଲ ମଧ୍ୟ ପାଉ ଛନ୍ତି।ସ୍ନିଗ୍ଧା ମହାନ୍ତି ବର୍ତ୍ତମାନ ସମୟରେ ଭାରତୀୟ ଡ଼ାକ ବିଭାଗରେ ଚାକିରୀ କରୁଛନ୍ତି। ଏହା ସହିତ ଅଭିନୟ ମଧ୍ୟ ଜାରି ରଖିଛନ୍ତି।
ଅଭିନେତ୍ରୀ ସ୍ନିଗ୍ଧା
ଝିଅ ସମ୍ଭାବନା ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି ବର୍ତ୍ତମାନ ସେ ହିନ୍ଦୀ ମେଗା ଧାରାବାହିକରେ ଅଭିନୟ କରୁଛନ୍ତି। ତେବେ ନିଜ ଝିଅ ପାଇଁ ବି ମଧ୍ୟ ସେ ଖୁବ୍ ପରିଚିତ ଅଟନ୍ତି। ସମ୍ଭାବନା ମଧ୍ୟ ଖୁବ୍ ଭଲ ପାଠ ପଢନ୍ତି। ବାପା ମାଙ୍କ ପ୍ରତ୍ୟେକ କଥାକୁ ସେ ମାନି କରି ଚଳନ୍ତି। ନିଜ ବାପା ମାଙ୍କ ନାଁ ରଖିଛନ୍ତି ସମ୍ଭାବନା। ସମ୍ଭାବନା ପାଠ ଯେମିତି ଭଲ ପଢନ୍ତି ଅଭିନୟ ମଧ୍ୟ ସେମିତି କରନ୍ତି।ସ୍ନିଗ୍ଧା କହିଛନ୍ତି କି ମୋ ଝିଅ ହିନ୍ଦୀ ଧାରାବାହିକରେ ମୋ ଠାରୁ ମଧ୍ୟ ଭଲ ଅଭିନୟ କରୁଛି। ସେଥିପାଇଁ ମୁଁ ଖୁବ୍ ଗର୍ବିତ ମଧ୍ୟ। ଆଗକୁ ମଧ୍ୟ ସେ ଓଲିଉଡ଼ ଓ ବଲିଉଡ଼ ରେ ନିଜର ଅଭିନୟ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।