ଶୀତଦିନେ ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହେଉଛି କି? ଜାଣନ୍ତୁ ଏହାର ଘରୋଇ ଚିକିତ୍ସା – Dr Pallavi

ବନ୍ଧୁଗଣ ବର୍ତମାନ ବହୁତ ଲୋକଙ୍କର ବହୁତ ଜିନିଷରେ ଆଲର୍ଜି ରହିଥିବାର ଦେଖାଯାଏ |ସାଧାରଣତଃ ବହୁତ ଲୋକ ହାଇପର ସେନ୍ସଟିଭ ହୋଇଥାନ୍ତି,ତେଣୁ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଆଲର୍ଜି ଦେଖିବାକୁ ମିଳିଥାଏ |ଅନେକ ବ୍ୟକ୍ତିମାନଙ୍କର ପ୍ରାୟ ସମୟରେ ଛିଙ୍କ ହୋଇଥାଏ ଓ ସେମାନେ ଛିଙ୍କି ଛିଙ୍କି ହାଲିଆ ହୋଇ ଯାଇଥାନ୍ତି |ସମସ୍ତେ ଭାବନ୍ତି ଏହା ଅଧିକ ଥଣ୍ଡା କାରଣରୁ ହୋଇଥାଏ କିନ୍ତୁ ଏହା ଥଣ୍ଡା ହୋଇନଥାଏ, ଏହା ଏକ ଆଲର୍ଜି ହୋଇଥାଏ |ମୁଁ ଆଜି ଆପଣକୁ ଏହି ଆଲର୍ଜି ବିଷୟରେ କହିବି, ଏହି ଆଲର୍ଜି କିପରି ହୋଇଥାଏ, ଏହାଦ୍ୱାରା କଣ ହୁଏ ଏବଂ ଏହାର ଚିକିତ୍ସା ବିଷୟରେ ସମ୍ପୂର୍ଣ କଥା ବିଷୟରେ କହିବି |

ଏହି ଆଲର୍ଜି ପିଲା ଠାରୁ ବୃଦ୍ଧ ଯାଏଁ ପ୍ରାୟ ସମସ୍ତଙ୍କ ପାଖରେ ଦେଖା ଯାଇଥାଏ |ଏହି ଆଲର୍ଜି ଋତୁ ଅନୁଯାଇ ମଧ୍ୟ ହୋଇଥାଏ, ସାଧାରଣତଃ ଏହା ବସନ୍ତ ଋତୁରେ ଅଧିକ ଦେଖାଯାଏ |ଏହି ଆଲର୍ଜି ଅଳ୍ପ ସମୟ ପାଇଁ ହୋଇଥାଏ, ଏହି ସମୟରେ ଫୁଲ ଫୁଟିଥାଏ, ଏହାର ରେଣୁ ପବନରେ ମିଶିଥାଏ |ଯଦି ବ୍ୟକ୍ତି ଏହି ରେଣୁ ଇନହାଲ କରେ ତେବେ ସେ କିଛି ସମୟ ପାଇଁ ଛିଙ୍କିଥାଏ |ଆମ ଘରେ ମଧ୍ୟ୍ୟ କିଛି ପ୍ରକାର ଫ୍ଲୋଙ୍ଗଲ ଆଲର୍ଜି ମଧ୍ୟ୍ୟ ହୋଇଥାଏ, ଧୂଳି ମଧ୍ୟ ବ୍ୟକ୍ତିର ନାକରେ ପଶିଲେ ଛିଙ୍କ ହୋଇଥାଏ |

ଏହି ଆଲର୍ଜି ହେଲେ ଆପଣକୁ କୌଣସି କାମ ଠିକରେ କରିବା ପାଇଁ ଇଛା ହୋଇନଥାଏ |ନାକ ସବୁବେଳେ ଇଚିଂ ହେଉଥିବ, ନାକରୁ ପାଣି ବାହାରୁଥିବ ଓ ନାକ ବେଳେବେଳେ ବନ୍ଦ ମଧ୍ୟ ହୋଇ ଯାଇଥାଏ |ଏହାଦ୍ୱାରା କୌଣସି କାର୍ଯ୍ୟରେ କଂସେଟରେସନ ରହି ନଥାଏ, ଛୋଟ ପିଲା ଯଦି ଏହି ଆଲର୍ଜିରେ ଆଫେକ୍ଟ ହୋଇଥାଏ ତେବେ ସେ ତା ସ୍କୁଲରେ ପାଠରେ ଧ୍ୟାନ ଦେଇ ପାରିନଥାଏ|ଏହି ଆଲର୍ଜି ହେଲେ ସର୍ବଦା ଇରିଟେସନ ଲାଗିଥାଏ ଏବଂ କୌଣସି କାମରେ ମନ ଲାଗିନାଥାଏ |ନାକ ବନ୍ଦ ହୋଇଗଲେ ଆପଣକୁ ଅଣନିଶ୍ୱାସୀ ଲାଗିଥାଏ ଏବଂ ଆପଣ ଶାନ୍ତିରେ ଶୁଇପାରନ୍ତି ନାହିଁ |

ଏହିପରି ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ହୁଅନ୍ତୁ, ଏଥିପାଇଁ ଆବଶ୍ୟକ ହେଲେ ଡାକ୍ତର ଭେକସିନ ମଧ୍ୟ୍ୟ ଡୋଜ ଅନୁସାରେ ଦେଇଥାନ୍ତି |ଏମିତିକି ଜଣେ ଜଣେ ବ୍ୟକ୍ତି ଏହା ବୋଷ୍ଟର ଡୋଜ ମଧ୍ୟ ନେଇଥାନ୍ତି |ଯଦି ବ୍ୟକ୍ତି କମ ମାତ୍ରାରେ ଏଥିରେ ଆଫେକ୍ଟ ଥାଏ ତେବେ ଡାକ୍ତରଙ୍କ ପରାମର୍ଶରେ ନାଜଲ ସ୍ପ୍ରେ ବ୍ୟବହାର କଲେ କିଛି ଦିନ ମଧ୍ୟ୍ୟରେ ଠିକ ହୋଇଯାଏ |କିନ୍ତୁ ବ୍ୟକ୍ତି ଯଦି ଅଧିକ ଆଫେକ୍ଟ ଥାନ୍ତି ତେବେ ତାଙ୍କୁ ଡାକ୍ତରଙ୍କ ପାଖରେ ରହି କିଛି ଦିନ ଚିକିତ୍ସା ହୋଇ ଠିକ ହେବାକୁ ପଡିଥାଏ |ବେଳେବେଳେ ଜଣ ଜଣକ ନାକରେ ମାଂସ ବଢ଼ିଯାଇଥାଏ, ଏହିପରି କ୍ଷେତ୍ରରେ ପସେଣ୍ଟର ଅପେରସନ ଆବଶ୍ୟକ ପଡିଥାଏ |ଏହି ଆଲର୍ଜି ଲୋକଙ୍କୁ ଏମିତିବି ଆଫେକ୍ଟ କରିଥାଏ ଯେ ବ୍ୟକ୍ତି ସବୁଦିନ ମେଡ଼ିସିନ ଖାଇଥାଏ, ମେଡ଼ିସିନ ବନ୍ଦ ହେଲେ ପୁଣି ଛିଙ୍କିବା ଆରମ୍ଭ ହୋଇଯାଏ |ଏହାର ସବୁଠାରୁ ଭଲ ଚିକିତ୍ସା ଆପଣ ଡାକ୍ତରଙ୍କ ପରାମର୍ଶରେ ଇମ୍ମ୍ୟୁନ ଥେରାପି କରନ୍ତୁ, ଏହାଦ୍ୱାରା କିଛି ବର୍ଷପାଇଁ ଏହି ଆଲର୍ଜି ଆଫେକ୍ଟ କରିପାରିବ ନାହିଁ |

Leave a Comment