Odisha News Portal

ଡାକ୍ତର ପୁଅକୁ ମୃତ ଘୋଷିତ କଲେ, କାନ୍ଦି କାନ୍ଦି ମାଆ କହିଲେ ଉଠ ଧନ, ହଠାତ ଉଠି ବସିଲା ପୁଅ, ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଭିଡ଼ିଓ…ଲୋମ ଟାଙ୍କୁରୀ ଉଠିବ

ଆପଣ ମାନେ ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ପାଇଥାଉ। ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ କ୍ଷଣିକ ମଧ୍ୟରେ ଦେଶ ଦୁନିଆ ବିଷୟରେ ଜାଣି ପାରୁ, ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି ତାହାଲେ ଆମେ ଗୋଟିଏ ସ୍ଥାନରେ ବସି ସେହି ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ବେଳେ ବେଳେ ଏପରି କିଛି ଖବର ଶୁଣିବାକୁ ମିଳେ ଯାହା ଆମେ ବିଶ୍ୱାସ କରିପାରୁନା, କିନ୍ତୁ ବିଶ୍ୱାସ ନ ହେଲେ ମଧ୍ୟ ଘଟଣା ଗୁଡିକ ସତ୍ୟ ହୋଇଥାଏ। ତେବେ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗରେ ପ୍ରତ୍ୟେକ ଦିନ ଏପରି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏପରି କିଛି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ତେବେ ଘଟଣାଟି ହେଉଛି, ଡାକ୍ତର ମୃତ ଘୋଷଣା କରିଥିବା ପିଲା ମାଆ ଡାକ ଶୁଣି ହଠାତ ଉଠି ବସିଲେ, ତେବେ ବନ୍ଧୁଗଣ ଆପଣ ମାନେ ପୁରା ଘଟଣା ବିଷୟରେ ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ହରିୟାଣାର ବାହାଦୂର ଗଡ଼ର ଫୋର୍ଟ ମୋହଲା ନିବାସୀ ବିଜୟ ଶର୍ମାଙ୍କ ନାତି କୁନାଲ ଶର୍ମା, ତାଙ୍କ ଦେହ ଅତ୍ୟନ୍ତ ଖରାପ ହେଇଯାଇଥିବାରୁ, କୁନାଲଙ୍କ ବାପା ଓ ମା ତାଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ କୁନାଲ ଚିକିତ୍ସିତ ହେଉଥିଲେ। ହଠାତ ଖବର ମିଳିଲା ଯେ କୁନାଲଙ୍କ ମୃତ୍ୟୁ ହୋଇଯାଇଛି। ଏହା ପରେ ପୁଅର ମୃତ ଦେହକୁ ପ୍ୟାକ କରି ବାପା ହିତେଶ ଓ ମାତା ଜାନଭିଙ୍କୁ ହସ୍ତାନ୍ତର କରାଯାଇଥିଲା।ପୁଅର ମୃତ ଦେହକୁ ଧରି ବାହାଦୂରଗଡ଼ରେ ନିଜ ଘରେ ପହଁଚିଥିଲେ।

ତେବେ କୁନାଲଙ୍କ ମାମୁଁଙ୍କ ଘରେ ଶବ ସତ୍କାର ହେବ ବୋଲି ପିତା ଓ ମାତା ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ କୁନାଲ ଙ୍କ ଜେଜେ ମା କୁନାଲ ଙ୍କ ଚେହେରା ଦେଖିବା ପାଇଁ ଜିଦି କରୁଥିଲେ। ଜିଦି କରିବାରୁ କୁନାଲଙ୍କ ଶବ ଦେଖା ଯାଇଥିଲା, ଠିକ ସେତିକିବେଳେ କୁନାଲଙ୍କ ମା କୁନାଲଙ୍କୁ ଅତି ପ୍ରେମର କହୁଥିଲେ କି ପୁତ୍ର ତୁ ମୋତେ ଛାଡ଼ି ଯାଆନା ତୁ ଫେରିଆ ବୋଲି।

କୁନାଲଙ୍କ ବାପା ଯେତବେଳେ ପ୍ୟାକ ଭିତରୁ ମୃତ ଶରୀରକୁ ବାହାର କରି ପିଲାଟିର ପାଟିରେ ନିଶ୍ୱାସ ଦେବା ଆରମ୍ଭ କଲେ, କିଛି ସମୟ ନିଶ୍ୱାସ ଦେବା ପରେ ପାଖ ପଡୋଶୀ ସୁନୀଲ, କୁନାଲ ଉପରେ ଚାପ ପ୍ରୟୋଗ କଲେ ଯାହା ଫଳରେ କୀ ପିଲାଟି ବାପାଙ୍କ ଓଠଟିକୁ କାମୁଡ଼ିଥିଲା। ତାପରେ ସ୍ଥାନୀୟ ଅଂଚଳର ଲୋକମାନେ ମିଶି ପାଖ ହସ୍ପିଟାଲକୁ ଶିଶୁଟିକୁ ନେଇଯାଇଥିଲେ। ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ, ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।