ତେବେ ଆମେ ମାନେ ସମସ୍ତେ ଆମର ତ୍ୱଚା କୁ ନେଇକି ଅଧିକ ଯତ୍ନବାନ ଥାଉ | ଆଉ ତ୍ୱଚା ଜନିତ ସମସ୍ୟା କୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣେଇ ଥାଉ | ଆମେ ଜାଣିଛି କି ତ୍ୱଚା କି ସୌନ୍ଦର୍ଯ୍ୟ ର ମୁଖ୍ୟ କାରଣ ହୋଇଥାଏ |ତେବେ ଦେଖିବାକୁ ମିଳିଥାଏ କି ଆମେ ମାନେ ଆଜିକାଲି ବିଭିନ୍ନ ପ୍ରକାରର କେମିକାଲ ପ୍ରଡକଟ୍ସ ଓ ଫେସ ୱାଶ ବ୍ୟବହାର କରିବା ଯୋଗୁ ଆମ ମାନଙ୍କର ମୁହଁରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ 3 ଟି ଘରେଇ ଉପଚାର ବିଷୟରେ ଜାଣିବା ଯାହାକୁ ବ୍ୟବହାର କରିକି ଆମେ ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |
ଆବଶ୍ୟକୀୟ ଉପକରଣ :-କ୍ଷୀର, ବେସନ, ଲେମ୍ବୁ, ଅଲମଣ୍ଡ ଅଏଲ, କମଳା ଚୋପା ପାଉଡର, ଦହି, ମହୁ, ଯଅ ପାଉଡର, ଟମାଟୋ
ପ୍ରସ୍ତୁତି ପ୍ରଣାଳୀ :-1-ପ୍ରଥମ ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ପ୍ରଥମେ ଆମେ କ୍ଷୀର ନେବା | ଆଉ ତାହା ପରେ ସେହି କ୍ଷୀର ରେ ଆମେ ଗୋଟିଏ ଚାମଚ ବେସନ ପକାଇବା ଆଉ ତାହାକୁ ଭଲ ଭାବରେ ପେଷ୍ଟ ପ୍ରସ୍ତୁତ କରିବା | ତାହା ପରେ ସେହି ପେଷ୍ଟ ରେ ଆମେ ମିଶାଇବା ଗୋଟିଏ ଫାଳ ଲେମ୍ବୁ ର ରସ ମିଶାଇବା | ଆଉ ତାହା ପରେ ସେହି ପେଷ୍ଟ କୁ ମୁହଁକୁ ଭଲ ଭାବରେ ଧୋଇବା ପରେ ପେଷ୍ଟ କୁ ଲଗାଇବା | ଆଉ ତାହାକୁ 15 ମିନିଟ ମୁହଁରେ ରଖି ମୁହଁକୁ ଭଲ ଭାବରେ ଧୋଇ ଦେବା ଓ ଅଲମଣ୍ଡ ଅଏଲ ଲଗାଇବା |
2-ଦ୍ଵିତୀୟ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେବେ ଆମକୁ ଆବଶ୍ୟକ ପଡିବ ତାହା ହେଉଛି କମଳା ଲେମ୍ବୁ ର ଚୋପା କୁ ଶୁଖାଇ ପ୍ରସ୍ତୁତ କରିଥିବା ପାଉଡର | ଆଉ ସେହି ପାଉଡର ରେ ଆମେ ମିଶାଇବା ଗୋଟିଏ ଚାମଚ ଦହି | ଆଉ ତାହା ପରେ ସେଥିରେ ଆମେ ମିଶାଇବା ଗୋଟିଏ ଚାମଚ ମହୁ | ଆଉ ସବୁ କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବା | ଆଉ ତାହାକୁ ମଧ୍ୟ ମୁହଁରେ 15 ମିନିଟ ରଖି ଭଲ ଭାବରେ ମୁହଁକୁ ଧୋଇ ନେବା ଓ ଶେଷରେ ଅଲମଣ୍ଡ ଅଏଲ କୁ ଲଗାଇବା |
3-ତୃତୀୟ ଉପଚାର ପାଇଁ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ଯଅ ପାଉଡର ଆଉ ସେଥିରେ ଆମେ ମିଶାଇବା କମଳା ଚୋପା ରୁ ପ୍ରସ୍ତୁତ ପାଉଡର | ଆଉ ଶେଷରେ ସେଥିରେ ଆମେ ଟମାଟୋ ର କୁ ଗ୍ରାଇଣ୍ଡିଂ କରିକି ପେଷ୍ଟ ପକାଇବା | ଆଉ ସବୁକୁ ମିଶ୍ରଣ କରିକି ପେଷ୍ଟ ପ୍ରସ୍ତୁତ କରିବା | ଆଉ ତାହାକୁ 15 ମିନିଟ ରଖି ଭଲ ଭାବରେ ମୁହଁକୁ ଧୋଇ ନେବା ଓ ଶେଷରେ ଅଲମଣ୍ଡ ଅଏଲ କୁ ଲଗାଇବା |ବ୍ୟବହାର :-ଏହି ଭଳି ତ୍ୱଚା ର ସୁରକ୍ଷା ପାଇଁ ଏହି ଘରେଇ ଉପଚାର କୁ ସପ୍ତାହରେ 2 ଥର ବ୍ୟବହାର କରିବା, ଆଉ ମୁହଁରେ ଚମକ ଆଣି ପାରିବା |ତେବେ ଏହା ଥିଲା ତ୍ୱଚା ଜନିତ ସମସ୍ୟା ଦାଗ ବ୍ରଣ ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।