ବନ୍ଧୁଗଣ ବର୍ତମାନ ପ୍ରାୟ ସମସ୍ତେ ନିଜର ସୌନ୍ଦର୍ଯ୍ୟକୁ ନେଇ ବହୁତ ଚିନ୍ତିତ ଅଛନ୍ତି, ନିଜ ମୁହଁର କୌଣସି ଦାଗ କିମ୍ବା ପିପଲସ କାରଣରୁ ବହୁତ ଚିନ୍ତାରେ ମଧ୍ୟ ରୁହନ୍ତି |ନିଜ ମୁହଁର ଗ୍ଲୋ ବଢାଇବା ପାଇଁ ଅନେକ ଜଣ ବିଭିନ୍ନ ଫ୍ରେସ ୱାଷ ସହିତ ଅନେକ କ୍ରିମ ମଧ୍ୟ ବ୍ୟବହାର କରନ୍ତି ମାତ୍ର ତାହାର ଅନେକ ପ୍ରକାର ସାଇଡ ଇଫେକ୍ଟ କାରଣରୁ ମୁହଁର ଗ୍ଲୋ କମିଯିବା ସହିତ ପିପଲସ ବାହାରିଯାଏ |ମୁଁ ଆଜି ଆପଣକୁ ପ୍ରାକୃତିକ ଉପାୟରେ ନିଜ ମୁହଁର ଗ୍ଲୋ କିପରି ପାଇବେ ସେ ବିଷୟରେ କହିବି |ଆପଣ ମହୁକୁ ବ୍ୟବହାର କରି ନିଜ ମୁହଁର ଗ୍ଲୋକୁ ବଢ଼ାଇ ପାରିବେ ତାହା ସହିତ ମୁହଁର କଳା ଦାଗ ଓ ପିପଲସ ଆଦି ଦୂର କରିପାରିବେ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ମହୁରେ ଆପଣ କିପରି ଫେସପେକ ପ୍ରସ୍ତୁତ କରିବେ ଓ କିପରି ଫେସରେ ବ୍ୟବହାର କରାଯାଏ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ପ୍ରଥମ ଟିପ୍ସ :-
ଆପଣ ଏଥିପାଇଁ ଏକ କାଚ ବାୱେଲ ନିଅନ୍ତୁ, ସେଥିରେ ଆପଣ ଏକ ଚାମୋଚ ମହୁ ନିଅନ୍ତୁ |ଏହି ମହୁରେ ଆପଣ 1/4ଟିସ୍ପୋନ ହଳଦୀ ନେଇ ତାହାକୁ ଭଲରେ ମିକ୍ସ କରି ଦିଅନ୍ତୁ |ପରେ ଏହାକୁ ଆପଣ ନିଜ ଫେସରେ ଲଗାନ୍ତୁ, ଏହାକୁ ଆପଣ ମୁହଁରେ ରାତି ସମୟରେ ଲଗାଇ ପାରିବେ |ଏହି ପେକକୁ ଆପଣ ଭଲରେ ଲଗାଇ 15ମିନିଟ ପ୍ରଯ୍ୟନ୍ତ ଛାଡି ଦିଅନ୍ତୁ, ଏହାପରେ ଆପଣ ନର୍ମାଲ ପାଣିରେ ନିଜ ମୁହଁକୁ ଭଲରେ ଧୋଇ ଦିଅନ୍ତୁ |ଏହି ପରି ଆପଣ କିଛି ଦିନ ଲଗାତାର ଭାବରେ କରନ୍ତୁ ଦେଖିବେ ଆପଣଙ୍କ ମୁହଁ ଧୀରେ ଧୀରେ ଗ୍ଲୋ କରିବା ଆରମ୍ଭ କରିଦେବ ଏବଂ ଆପଣ ସୁନ୍ଦର ଦେଖାଯିବେ |
ଦ୍ୱିତୀୟ ଟିପ୍ସ :-
ଏହି ଦ୍ୱିତୀୟ ଟିପ୍ସରେ ଆପଣଙ୍କୁ ଆବଶ୍ୟକ ପଡିବ ମହୁ ଓ ଲେମ୍ବୁ, ଆପଣ ଏକ ବାୱେଲରେ ଏକ ଚାମୋଚ ମହୁ ନିଅନ୍ତୁ |ଏହି ଏକ ଚାମୋଚ ମହୁରେ ଆପଣ ଅଧା ଚାମୋଚ ଲେମ୍ବୁ ରସ ପକାଇ ତାହାକୁ ଭଲ ଭାବରେ ମିକ୍ସ କରନ୍ତୁ |ଏହାକୁ ଆପଣ ମିକ୍ସ କରି ସାରିବା ପରେ ଆପଣଙ୍କ ଫେସରେ ଲଗାନ୍ତୁ, ଏହି ଫେସ ପେକକୁ ଆପଣ ମୁହଁରେ ଭଲ ଭାବରେ ଲଗାନ୍ତୁ |ଏହାକୁ ଆପଣ 5ମିନିଟ ଲଗାଇ ରଖିବା ପାଇଁ ଦିଅନ୍ତୁ ତାପରେ ଆପଣ ମୁହଁକୁ ନିର୍ମାଲ ପାଣିରେ ଭଲରେ ଧୋଇ ଦିଅନ୍ତୁ |
ଏହି ଫେସ ପେକ ଆପଣ ସକାଳ ବ୍ୟବହାର କରନ୍ତୁ |ଆପଣ ଏହି ଫେସ ପେକ ବ୍ୟବହାର କଲେ କୌଣସି ଫ୍ରେସ ୱାସ ବ୍ୟବହାର କରିବେ ନାହିଁ |ଏହି ପେକ ଆପଣ କିଛି ଦିନ ବ୍ୟବହାର କଲେ ଆପଣଙ୍କ ମୁହଁର ଗ୍ଲୋ ବଢିବା ସହିତ ଆପଣଙ୍କ ମୁହଁର ଦାଗ, ପିଗମିଟେସନ ଆଦି ସମ୍ପୂର୍ଣ ଦୂର ହୋଇଯିବ |ଆପଣଙ୍କ ସୌନ୍ଦର୍ଯ୍ୟ ଜନିତ ଟେନସନ ସମ୍ପୂର୍ଣ ଦୂର ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।