ବନ୍ଧୁଗଣ ବର୍ତମାନ ପ୍ରାୟ ସମସ୍ତଙ୍କ ପାଖରେ ତୁଣ୍ଡ ଘା ପରି ସମସ୍ୟା ଦେଖା ଦେଉଛି,ଏହି ସମସ୍ୟା ଦେଖାଗଲେ ବ୍ୟକ୍ତି ବହୁତ ଟେନସନ ହେବା ସହିତ କିଛି ଖାଇ ପରେ ନାହିଁ |ଏହି ତୁଣ୍ଡ ଘା ପିଲା ଠାରୁ ବୁଢା ପ୍ରଯ୍ୟନ୍ତ ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଏ, ପିଲା ମାନଙ୍କ ଠାରେ ଏହି ସମସ୍ୟା ଗଲେ ସେମାନେ ବହୁତ କଷ୍ଟ ପାଇଁ ଥାନ୍ତି |କୌଣସି ଖାଦ୍ୟ ଖାଇବା ପାଇଁ ଇଚ୍ଛା ହେଉନଥାଏ ତେଣୁ ସେମାନେ ଦୁର୍ବଳ ହୋଇ ପଡନ୍ତି |ମୁଁ ଆଜି ଆପଣଙ୍କୁ ତୁଣ୍ଡ ଘା ହେଲେ ତାହାର କିପରି ଚିକିତ୍ସା କଲେ ଆପଣ ସୁସ୍ଥ ହୋଇ ଯିବେ ସେ ବିଷୟରେ କହିବି |ତୁଣ୍ଡ ଘାର ହିଲିଙ୍ଗ କିପରି ପୁରିବ ସେ ବିଷୟରେ ଜଣେଇବି, ତେବେ ଆସନ୍ତୁ ଜାଣିବା ଏହାର ପ୍ରପୋର ଚିକିତ୍ସା ବିଷୟରେ |
ତୁଣ୍ଡ ଘା ହେଲେ ପାଟିରେ ଏକ ହିଲିଙ୍ଗ ହୋଇଯାଏ, ଯାହାକି ବହୁତ ବ୍ୟଥା ହେବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ |ଏହି ତୁଣ୍ଡ ଘା ପାଟିର ଇନର ହୋଇଥାଏ, ଏହା ପାଟିର ପଲେଟରେ, ଗାଲରେ ଭିତର ସାଇଡରେ, ଜିଭରେ ଏବଂ ଦାନ୍ତ ମାଢିରେ ହୋଇଥାଏ |କେବଳ ଦାନ୍ତକୁ ଛାଡି ଦେଲେ ଆଉ ଯେକୌଣସି ପାର୍ଟରେ ଲିଜନ ହେଲେ ତାହାକୁ ଆମେ ତୁଣ୍ଡ ଘା ବୋଲି କହିଥାଉ |ଏହି ଘା ନର୍ମାଲି ସାତ ଦିନ ରହିଲା ପରେ ଏହା ଆପେ ଅପେ ଭଲ ହୋଇଯାଏ |ଏଥି ପାଇଁ କୌଣସି ଚିକିତ୍ସା ଆବଶ୍ୟକ ପଡେ ନାହିଁ |
ଯଦି ଆପଣଙ୍କ ତୁଣ୍ଡ ଘା ସାତ ଦିନରୁ ଅଧିକ ଦିନ ହେଉଛି ମାତ୍ର ତାହା ହିଲିଙ୍ଗ ହେଉନାହିଁ କି ଭଲ ହେଉନାହିଁ, ଏହା ଅଧିକ ସ୍ପ୍ରେଡ଼ କରୁଛି ତେବେ ଏଥିପାଇଁ ଆପଣ ପ୍ରୋପର ଚିକିତ୍ସା କରନ୍ତୁ |ଏହି ସମସ୍ୟାରେ ଥିଲେ ଆପଣ ଅଧିକ କନସିଅସ ହୋଇ ଜଣେ ଡେଣ୍ଟିଷ୍ଟଙ୍କୁ ଦେଖିବା ଉଚିତ, କାରଣ ଏହା କ୍ୟାନ୍ସର ଆଡକୁ ନେଇ ପରେ |ଏହାର ପ୍ରପର ଡାଇଗ୍ନୋସିସ କରି ଏହାର ଚିକିତ୍ସା କରିବା ଉଚିତ |
ଯଦି ଆପଣଙ୍କ ଦାନ୍ତ ସାରଫ ଥାଏ ତେବେ ଏହା ଗାଲର କିଛି ଅଂଶ ଚୁବିହୋଇ ଆଲସର ହେଉଛି ତେବେ ଏହି କ୍ଷେତ୍ରରେ ଦାନ୍ତ ହାଲକା ଗ୍ରାଇଣ୍ଡିଙ୍ଗ କରିଦେବା ଉଚିତ |ଯଦି ଆପଣଙ୍କର କୌଣସି ଖରାପ ହେବିଟି କିଛି ରହିଛି ତେବେ ଆପଣ ଏହାକୁ ବନ୍ଦ କରିଦିଅନ୍ତୁ ତାହା ଦ୍ଵାରା ଆପଣଙ୍କ ଏହି ତୁଣ୍ଡ ଘା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |ଯଦି ଆପଣ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି ତେବେ ଏହି କ୍ଷେତ୍ରରେ ଆଲସାର ହିଲିଙ୍ଗ ହେବାପାଇଁ ସମୟ ଲାଗିବ ତେଣୁ ଆପଣ ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ଗ୍ରହଣ କରନ୍ତୁ |ଏହି ପରି ଆପଣ କିଛି ଦିନ ଚିକିତ୍ସାରେ ରହିବା ଦ୍ଵାରା ଆପଣଙ୍କ ଏହି ତୁଣ୍ଡ ଘା ସମ୍ପୂର୍ଣ ଭଲ ହୋଇଯିବ ଏବଂ ଆପଣ ସୁସ୍ଥ ହୋଇଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।