ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ମାନଙ୍କର ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ସ୍କିନ ବା ତ୍ୱଚା ଜନିତ କେତେକ ସମସ୍ୟା ମଧ୍ୟ ଦେଖା ଯାଇଥାଏ | ତେବେ ସାଧାରଣତଃ ସବୁ ଋତୁ ଆପେକ୍ଷା ଶୀତ ଦିନରେ ତ୍ୱଚା ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ କାରଣ ଶୀତ ଦିନେ ଆମର ଦେହରେ ଜଳୀୟ ଅଂଶ କମିଯିବାରୁ ଆମର ଦେହ ଫାଟିଯାଏ ଓ ଅଧିକ ସମୟ ଶୀତ ଦିନେ ଖରାରେ ବସିଲେ ମଧ୍ୟ ତାହା ଆମର ତ୍ୱଚା ଉପରେ ପ୍ରଭାବ ପକାଇଥାଏ | ଆସନ୍ତୁ ଟାହେଲେ ଏହି ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି ପାଇବାର କଣ ରହିଛି ଉପାୟ ସେ ବିଷୟରେ ଜାଣିବା |
ଶୀତ ଦିନେ ସାଧାରଣତଃ ସମସ୍ତେ କମ ପାଣି ପିଇ ଥାଆନ୍ତି ଆଉ ଯାହା ଫଳରେ ଶରୀରରେ ଜଳୀୟ ଅଂଶ କମିବାକୁ ଲାଗିଥାଏ | ତେଣୁ ଦେହ ଫାଟିବା ଓଠ ଫଟୋବା ଭଳି ବିଭିନ୍ନ ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଯଦି ଆପଣଙ୍କ ଶରୀରରେ ସେଭଳି କିଛି ସମସ୍ୟା ଦେଖା ଯାଉଛି ତାହେଲେ ସେଥିରୁ ମୁକ୍ତି ପାଇବାର ଘରେଇ ଉପଚାର ମଧ୍ୟ ରହିଛି | ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଘରେ ମରା ଯାଇଥିବା ନଡ଼ିଆ ତେଲ କୁ ବ୍ୟବହାର କରାଯାଇଥାଏ ଓ କେତେକ କ୍ଷେତ୍ରରେ ଆମେ ଅଧିକ ସମୟ ଖରାରେ 10-12 ସମୟ ଭିତରେ ବସିବା ଯୋଗୁ ମଧ୍ୟ ଦେହ ରେ ଜଳୀୟ ଅଂଶ ଶୁଖିଯାଏ ଓ ଦେହ ଫାଟିଯାଏ ଶୀତ ଦିନରେ ବୋଲି କୁହାଯାଏ |
ତେବେ ବିଶେଷ କରିକି ଶୀତ ଦିନରେ ଓଠ ଫାଟିଯାଏ ଏହା ର କାରଣ ହେଉଛି କି ଆମର ଓଠ ର ଚମଡା ବହୁତ ପତଳା ହୋଇଥାଏ ଓ ଯାହା ଫଳରେ ଶୀତ ଦିନେ ଶରୀରରେ ପାଣି ଅଭାବ ହେଲେ ଫାଟିଯାଏ | କେତେକ କ୍ଷେତ୍ରରେ ଭିଟାମିନ ଅଭାବ କାରଣ ରୁ ମଧ୍ୟ ଏହିଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ | ଏହା ଉଭୟ ପୁରୁଷ ଓ ମହିଳା ଙ୍କ ପାଖରେ ଦେଖା ଯାଏ |
ଶୀତ ଦିନେ ମୁହଁରେ ଗ୍ଲୋ ପାଇଁ କଣ ଖାଇବେ :-
ଶୀତ ଦିନେ ପାଣି ଅଧିକ ପିଇବା ସହିତ ପନିପରିବା ଫଳ ଇତ୍ୟାଦି ଅଧିକ ପରିମାଣରେ ଖାଇବା ଆବଶ୍ୟକ | ଏହା ବ୍ୟତୀତ ଗଜା ମୁଗ, ଗଜା ବୁଟ, ପଇଡ଼ ପାଣି ଓ ଲେମ୍ବୁ ସର୍ବତ ମଧ୍ୟ ପିଇବା ଆବଶ୍ୟକ |ଯାହା ଆମକୁ ଶୀତ ଦିନରେ ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି କରିଥାଏ |ଡାକ୍ତର ଙ୍କ ପରାମର୍ଶ :-ଶୀତ ଦିନେ ନିଜର ତ୍ୱଚା ର ଯତ୍ନ ଅଧିକ ନିଅନ୍ତୁ, ତାହା ବ୍ୟତୀତ କୁହାଯାଉଛି କି ଯଦି ଶୀତ ଦିନରେ ଏଲର୍ଜି ଭଳି କିଛି ସମସ୍ୟା ଥାଏ ତାହେଲେ ବାହାରର କୌଣସି ମେଡ଼ିସିନ ନ ଖାଇ ବା ଦେହରେ ନ ଲଗାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ସବୁ କିଛି କରିବା ଆବଶ୍ୟକ |
ତେବେ ଏହା ଥିଲା ଶୀତ ଦିନେ ନିଜର ତ୍ୱଚା ର ଯତ୍ନ କେମିତି ନେବା ସେ ବିଷୟରେ ସମସ୍ତ କଥା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।