Dr Nimisha Mrinal – ଶୀତଦିନେ ଥଣ୍ଡା, ଜ୍ୱର: ” Winter Cold & Cough “କେମିତି ରୋକିବା ? ଜାଣନ୍ତୁ ଏହାର ସଠିକ ଚିକିତ୍ସା…

ଶୀତ ଦିନେ ସାଧାରଣତଃ ଥଣ୍ଡା, ଜ୍ଵର ଆଦି ଅଧିକ ଦେଖିବା ପାଇଁ ମିଳିଥାଏ ଏହାର କାରଣ ହେଉଛି ଏକ ଭାଇରସ। ଶୀତ ଦିନେ ଯେଉଁ ଶୁଷ୍କ ଜଳବାୟୁ ଆସିଥାଏ ସେହି ସେହି କାରଣରୁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ ଯାହା ଫଳରେ କି ଆମ ପାଖରେ ଥଣ୍ଡା ଜ୍ଵର ଆଦି ଦେଖା ଯାଇଥାଏ। ବହୁତ୍ ଜଣଙ୍କ ନାକରେ ଜଳାପୋଡା ଭଳି ଅନୁଭବ ହୋଇଥାଏ ତଣ୍ଟି ବସି ଯାଇଥାଏ। କେହି କେହି କଥା ସ୍ପଷ୍ଟ ଭାବେ କହି ପାରି ନଥାନ୍ତି। ଥକା ଅନୁଭବ ହେବା ଦୁର୍ବଳ ଲାଗିବା ଭୋକ ନହେବାଶୋଷ ଅଧିକା ଲାଗିବା କାଶ ମଧ୍ୟ କିଛି କ୍ଷେତ୍ରରେ ଦେଖା ଯାଇଥାଏ କେତେକ କ୍ଷେତ୍ରରେ ଝାଡା ବାନ୍ତିର ସମ୍ଭାବନା ମଧ୍ୟ ରହିଥାଏ ଏହି ଭଳି ଅନେକ ସମସ୍ୟା ଶୀତ ଦିନେ ଦେଖିବାକୁ ମିଳି ଥାଏ।

ଶୀତଦିନେ ଥଣ୍ଡା ଜ୍ବର ହେଲେ କେମିତି ନେବେ ନିଜର ଯତ୍ନ:-

ଥଣ୍ଡା ଏକ ବାୟୁ ଜନିତ ରୋଗ ଏହା ଖୁବ୍ ସହଜରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିଥାଏ। ଯଦି ପରିବାର ଜଣଙ୍କୁ ଥଣ୍ଡା ହୋଇଛି ଏହା ଅତି ଶୀଘ୍ର ଆଉ ଜଣଙ୍କ ପାଖରେ ଦେଖା ଯାଇ ପାରେ। ତେବେ ଯଦି ଘରେ କେହି ଥଣ୍ଡା ରୋଗୀ ରହିଛନ୍ତି ତାକୁ ସର୍ବଦା ମାସ୍କ ପିନ୍ଧିବା ପାଇଁ କୁହନ୍ତୁ ଅଧିକ ଜନ ଗହଳିପୂର୍ଣ୍ଣ ସ୍ଥାନ ଆଦିକୁ ଯାଆନ୍ତୁ ନାହିଁ। ଯେତେ ବେଳେ ଆପଣଙ୍କୁ କାଶ ଲାଗୁଛି କି ଛିଙ୍କ ଲାଗୁଛି ମୁଁହରେ ହାତ ଦେଇ କାଶନ୍ତୁ। ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ନିହାତି ଭାବରେ ନିଜେ ନିଜର ଯତ୍ନ ନିଅନ୍ତୁ।

ଶୀତ ଦିନେ ଆମେ ପାଣି ଖୁବ୍ କମ୍ ପିଇ ଥାଉ। କେହି କେହି ଆଦୌ ପାଣି ପିଇ ନଥାନ୍ତି। କିନ୍ତୁ ଏମିତି କରିବା ଆଦୌ ଉଚିତ୍ ହୋଇ ନଥାଏ। କମସେ କମ୍ ଦିନକୁ ୪-୫ ଲିଟର ପାଣି ନିହାତି ପିଇବା ପ୍ରିଜ୍ ରେ ଥିବା ଆଇସକ୍ରିମ କୋଲ୍ଡ ଡ୍ରିଙ୍କସ୍ କୁ ସଂପୂର୍ଣ୍ଣ ଆଭୋଏଡ୍ କରନ୍ତୁ। ଘର ତିଆରି ଖାଦ୍ୟ ଖାଆନ୍ତୁ ସବୁଜ ପନିପରିବାକୁ ଅଧିକ ଖାଆନ୍ତୁ ଫଳ ଅଧିକ ଖାଆନ୍ତୁ। ଭିଟାମିନ ସି ରହିଥିବା ଫଳ ଅଧିକ ମାତ୍ରାରେ ଖାଆନ୍ତୁ।

ଛୋଟ ପିଲା ଓ ବୟସ୍କ ଲୋକଙ୍କର ଯତ୍ନ କିପରି ନେବେ?

ଛୋଟ୍ ପିଲା ମାନଙ୍କ ଯତ୍ନ ଅଧିକ ନିଅନ୍ତୁ।ଏକ ବର୍ଷର ପିଲାଙ୍କୁ ଅଧିକ ଜନ ଗହଳ ପୂର୍ଣ୍ଣ ସ୍ଥାନକୁ ଆଦୌ ନିଅନ୍ତୁ ନାହିଁ। ସ୍କୁଲ୍ ରେ ପଢୁଥିବା ପିଲା ମାନଙ୍କୁ ସଦାବେଳେ ମାସ୍କ୍ ପିନ୍ଧନ୍ତୁ ଏବଂ ହାତ ଗୋଡ ଧୋଇ ଘରକୁ ଆସନ୍ତୁ। ଆଉ ବୟସ୍କ ଲୋକ ମାନେ ମଧ୍ୟ ବେଶୀ ଜନ ଗହଳ ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ ମାସ୍କ୍ ବ୍ୟବହାର କରନ୍ତୁ ହାଣ୍ଡ ସାନେଟାଇଜ୍ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment