ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ। ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ ଯାହା ଆଦୌ ସୁନ୍ଦର୍ ଲାଗି ନଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଉପଚାର ନେଇ ଆସିଛୁ ଯାହାକୁ ବ୍ୟବହାର ଆପଣ ନେଚୁରା ଲ ଭାବରେ ଆପଣଙ୍କ ଓଠକୁ ଗୋଲାପୀ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଚମତ୍କାରୀ ଉପଚାର ବାବଦରେ।
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଆପଣ କିଛି ଗୋଲାପ ଫୁଲ ନିଅନ୍ତୁ। ତେବେ ଯଦି ଆପଣ ଦେଶୀ ଗୋଲାପ ଫୁଲର ବ୍ୟବହାର କରୁଛନ୍ତି ତେବେ ଏହା ଅଧିକ ଫଳପ୍ରଦ ହେବ। ତେବେ ବାଡି ବଗିଚାରେ ଫୁଟୁ ଥିବା କିଛି ଗୋଲାପ ଫୁଲ ନିଅନ୍ତୁ। ଏବେ ଏହି ଗୋଲାପ ଫୁଲ୍ କୁ ଧୋଇ ପରିଷ୍କାର କରି ନିଅନ୍ତୁ। ଏହା ପରେ ଏହାକୁ ଟିକିଏ ଶୁଖାଇ ଦିଅନ୍ତୁ ଯେମିତି ତାର ପାଣି ଅଂଶ ଶୁଖି ଯିବ। ଏହା ପରେ ସବୁ ଫୁଲର ପାଖୁଡାକୁ ଛିଡେଇ ରଖନ୍ତୁ।
ଏହାପରେ ଏହି ସବୁ ପାଖୁଡ଼ା ରେ ଏକ ଚାମଚ୍ ନଡିଆ ତେଲ ଦେଇ ଭଲ ଭାବରେ ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ। ଏବେ ଏକ ପାତ୍ରକୁ ଏହି ପେଷ୍ଟ କାଢି ରଖନ୍ତୁ। ଏହାପରେ ପୁଣି ଏକ ଚାମଚ୍ ନଡ଼ିଆ ତେଲ ଦିଅନ୍ତୁ ଏବଂ ଏକ ଚାମଚ୍ ଭେସଲିନ୍ କୁ ମିଶାଇ ଦିଅନ୍ତୁ। ତେବେ ଏହାକୁ ଭଲ ଭାବରେ ମିସ୍କ କରିବା ପାଇଁ ଆପଣ ଗ୍ୟାସ୍ ରେ ଏହାକୁ ଲୋ ମିଡିୟମ୍ ଫ୍ଲେମ ରେ କିଛି ସମୟ ପାଇଁ ଗରମ କରନ୍ତୁ। ଏହାପରେ ଆପଣଙ୍କୁ ଆବଶ୍ୟକ ପଡିବ ବିଟ।ତେବେ ଏହି ବିଟ କୁ ପ୍ରଥମେ ଗ୍ରେଟ୍ କରି ଏହାର ରସ ବାହାର କରି ନିଅନ୍ତୁ। ଏବେ ଦୁଇ ଚାମଚ ବିଟ ରସ ଏଥିରେ ମିଶାନ୍ତୁ। ଆପଣ ଚାହିଁଲେ ଗ୍ରେଟ୍ କରିଥିବା ବିଟ ମଧ୍ୟ ଏଥିରେ ବ୍ଯବହାର କରି ପାରିବେ।
ଏହାକୁ ମିଡିୟମ୍ ଫ୍ଲେମ ରେ କିଛି ସମୟ ପାଇଁ ଗରମ କରିବା ପରେ ଗ୍ୟାସ୍ ଅଫ କରି ଦିଅନ୍ତୁ ଏବଂ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ।ଏବେ ଆପଣ ଏକ ସଫା କପଡ଼ା ନେଇ ଏହାକୁ ଭଲ ଭାବରେ ଛାଣି ନିଅନ୍ତୁ। ଭଲ ଭାବରେ ଏହାକୁ ଚିପୁଡି ଚିପୁଡି ଛାଣନ୍ତୁ ଯେପରି ବିଟ୍ ଆଉ ଗୋଲାପ ଫୁଲ୍ ର ରଙ୍ଗ ବାହାରି ଆସିବ। ଏବେ ଏହାକୁ ଭଲ ଭାବରେ ମିଶାଇ ଏହାକୁ ଆପଣ ଏକ ଛୋଟ ବକ୍ସ ରେ ରଖି ଫ୍ରୀଜ ରେ ରଖି ଦିଅନ୍ତୁ। ଏହାକୁ ଆପଣ ଗୋଟିଏ ମାସ୍ ପର୍ଯ୍ୟନ୍ତ ଫ୍ରୀଜରେ ରଖି ପାରିବେ।
ବ୍ୟବହାର :-
ଏବେ ଆପଣଙ୍କର ପ୍ରସ୍ତୁତ ହୋଇ ଯାଇଛି ପୁରା ନେଚୁରାଲ ଉପାୟରେ ଲିବବାମ। ଯାହା ଆପଣଙ୍କ ଲିପ୍ କୁ ପୁରା ନେଚୁରାଲ ଉପାୟରେ ପିଙ୍କ୍ କରିବ। ଆପଣ ଯେତେବେଳେ ବି ସମୟ ପାଉଛନ୍ତି ଆପଣ ଏହାକୁ ଆପଣଙ୍କ ଲିପ୍ ରେ ଲଗାଇ ପାରିବେ। ରାତିରେ ମଧ୍ୟ ଆପଣ ଏହାକୁ ଆପଣଙ୍କ ଲିପ୍ ରେ ଲଗାଇ ପାରିବେ।ଗୋଟିଏ ସପ୍ତାହ ବ୍ଯବହାର କରନ୍ତୁ ଆପଣ ଏହାର ଖୁବ୍ ଭଲ ରେଜଲ୍ଟ ପାଇ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।