ଦର୍ଶକ ବନ୍ଧୁ ଛୋଟ ହେଉ କି ବଡ଼ ଥଣ୍ଡା, କାଶ, କଫ,ସମସ୍ତ ଙ୍କ ଠାରେ ଦେଖା ଯାଏ | ତେବେ ଏହି ରୋଗ ସାଧାରଣ ରୋଗ ହେଲେ ମଧ୍ୟ ଏହା ସମସ୍ତ ଙ୍କ ଚିନ୍ତାର କାରଣ ପାଲଟି ଥାଏ | ତେବେ ଏହା ସାଧାରଣତଃ ବର୍ଷା ଦିନେ, ଓ ଶୀତ ଦିନେ ଅଧିକ ମାତ୍ରା ରେ ଦେଖା ଯାଇଥାଏ | ଏହା ଯଦି ଅଧିକ ମାତ୍ରା ରେ ଦେଖା ଯାଏ ତାହାଲେ ଆମେ ଏହା ପାଇଁ ଅଧିକ ଚିନ୍ତାରେ ଥାଉ ଓ ବାହାରେ ଯାଇ କିଛି ମେଡ଼ିସିନ ନେଇ ତାହାକୁ ସେବନ କରୁ | ଯାହାକୁ ସେବନ କରିବା ଦ୍ୱାରା ଆମକୁ ଟିକେ ଉପସନ ମିଲଥାଏ ହେଲେ କିଛି ଦିନ ପରେ ପୁଣି ତାହା ଦେଖା ଯାଏ | ତେଣୁ ଏହି ଥଣ୍ଡା,କାଶ, କଫ ପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଘରେଇ ଉପଚାର ବିଷୟରେ ଆଲୋଚନା କରିବୁ | ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାର ଥଣ୍ଡା, କାଶ, କଫ ଜନିତ ସମସ୍ୟା ମାତ୍ରା କିଛି ସମୟରେ ଦୂର ହେଇଯିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଘରେଇ ଉପଚାର ବିଷୟରେ ଯାହା ପ୍ରସ୍ତୁତ କରିବା ଅତି ସହଜ ହେଇଥାଏ |
ଆବଶ୍ୟକୀୟ ଉପକରଣ :-
ତାହାଲେ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମେ କିଛି ସାମଗ୍ରୀ ର ଆବଶ୍ୟକ ପଡିବ | ତାହା ହେଉଛି ଏକ ଗୋଟା ରସୁଣ ଯାହାର ସମସ୍ତ ଚୋପା କୁ କାଢି ଦେବେ | ତାପରେ ଦ୍ୱିତୀୟ ସାମଗ୍ରୀ ର ଆବଶ୍ୟକ ପଡିବ ତାହା ହେଉଛି 50 ଗ୍ରାମର ମହୁ | ଏହି ଦୁଇଟି ସାମଗ୍ରୀ କୁ ନେଇ ଆସନ୍ତୁ ପ୍ରସ୍ତୁତ କରିବା ସେହି ଘରେଇ ଉପଚାର |
ପ୍ରସ୍ତୁତି ପ୍ରଣାଳୀ :-
ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ଗୋଟା ରସୁଣ ନିୟନ୍ତୁ ଏବଂ ଏହାର ଚୋପା କୁ ଭଲ ଭାବରେ ବାହାର କରିଦିୟନ୍ତୁ | ତାପରେ ଏକ କଢେଇ ସାହାଯ୍ୟ ରେ ସେହି ରସୁଣ ପାଖୁଡା ସବୁକୁ କଳା ହେବା ପର୍ଯ୍ୟନ୍ତ ଭାଜି ନିୟନ୍ତୁ | ତାପରେ ଏହାକୁ କାଢି ନେଇ ଏକ ପାତ୍ର ଥଣ୍ଡା ହେବା ପାଇଁ ଛାଡି ଦିୟନ୍ତୁ | କିଛି ସମୟ ଥଣ୍ଡା ହେବା ପରେ ଏହାକୁ ଭଲ ଭାବରେ ଗୁଣ୍ଡ କରି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ତାପରେ | ତାପରେ ସେହି ଗୁଣ୍ଡ ରେ 50 ଗ୍ରାମର ମହୁ ମିଶାଇ ଦିୟନ୍ତୁ ଏବେ ଆପଣଙ୍କର ଘରେଇ ଉପଚାର ପ୍ରସ୍ତୁତ ହେଇଗଲା | ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ |
ବ୍ୟବହାର :-
ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ସକାଳେ ଓ ସାନ୍ଧ୍ୟରେ ଏକ ଚାମଚ ଲେଖାଏଁ ସେବନ କରନ୍ତୁ | ଯଦି ଛୋଟ ପିଲା ଏହାକୁ ସେବନ କରିବେ ତାହାଲେ ଆପଣ ଏହାକୁ ନିଜ ଆଙ୍ଗୁଳି ରେ ବୁଡାଇ ଛୋଟ ପିଲାକୁ ଚଖାଇ ଆଣନ୍ତୁ | ଏମିତି ମାତ୍ରା କିଛି ଦିନ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ପ୍ରକାରର ଥଣ୍ଡା, କାଶ, କଫ ଜନିତ ସମସ୍ୟା ମାତ୍ର ଅଳ୍ପ ଦିନରେ ଦୂର ହେଇଯିବ |
ତେବେ ଏହା ଥିଲା ଥଣ୍ଡା, କାଶ, କଫ ଜନିତ ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।