ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ମଣିଷ ଶରୀରରେ ସବୁବେଳେ କିଛି ନାଁ କିଛି ସମସ୍ୟା ମାନ ସବୁବେଳେ ଲାଗିକି ରହିଥାଏ | ଆଉ ଏହି ସମସ୍ୟା ଭିତରୁ ଶୀତ ଦିନେ ଗୋଇଠି ଫାଟିବା ଭଳି ସମସ୍ୟା ହେଉଛି ଏଭଳି ଗୋଟିଏ ସମସ୍ୟା ଯାହା ଉଭୟ ପୁରୁଷ ଓ ମହିଳା ଙ୍କ ପାଖରେ ଦେଖା ଯାଇଥାଏ | ଆଉ ଏହିଭଳି ଏକ ସମସ୍ୟା ଯଦି ଆପଣ ଙ୍କ ପାଖରେ ଦେଖା ଦେଇଥାଏ ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ବଜାରରୁ ମିଳୁଥିବା କ୍ରିମ କୁ ବ୍ୟବହାର କରିଥାଉ |
ତେବେ ଶୀତ ଦିନେ ଗୋଇଠି ଫୋଟ ଭଳି ସମସ୍ୟା ଥିଲେ ଆମକୁ ଚାଲିବାରେ ମଧ୍ୟ ବେଶ ଅସୁବିଧା ହୋଇଥାଏ ବୋଲି କୁହାଯାଏ | ତାହେଲେ ଅନେକ ସମୟରେ ବଜାରରେ ମିଳୁଥିବା କ୍ରିମ କୁ ବ୍ୟବହାର କରିବା ଫଳରେ ତାହା କାମ ଦେଇ ନ ଥାଏ | ତାହେଲେ ଆସନ୍ତୁ ଘରେଇ ଉପଚାର କୁ ବ୍ୟବହାର କରିକି ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇବାର ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା |
ଆବଶ୍ୟକୀୟ ଉପକରଣ :-ପେଟ୍ରୋଲିୟମ ଜେଲି, କର୍ପୁର, ନଡ଼ିଆ ତେଲ, ସୋରିଷ ତେଲ
ପ୍ରସ୍ତୁତି ପ୍ରଣାଳୀ :-ତେବେ ଫୋଟା ଗୋଇଠି ଭଳି ସମସ୍ୟା ରୁ ଯଦି ଆପଣ ମାନେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଙ୍କୁ ଅବଶ୍ୟକ ପଡିବ ତାହା ହେଉଛି ପେଟ୍ରୋଲିୟମ ଜେଲି | ତେବେ ଗୋଟିଏ ଚାମଚ ପେଟ୍ରୋଲିୟମ ଜେଲି ନିଅନ୍ତୁ ଓ ସେଥିରେ ଗୋଟିଏ ଛୋଟ ଖଣ୍ଡ କର୍ପୁର ମିଶାନ୍ତୁ | ଆଉ ତାହା ପରେ ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ଗୋଟିଏ ଚାମଚ ନଡ଼ିଆ ତେଲ ଓ ଶେଷ ସାମଗ୍ରୀ ଟି ହେଉଛି ଗୋଟିଏ ଚାମଚ ରାଇ ତେଲ ମଧ୍ୟ ଆମେ ମିଶାଇବା | ତେବେ ଏହି 4 ଟି ସାମଗ୍ରୀ କୁ ମିସେଇକି ଏକ ପେଷ୍ଟ ପ୍ରସ୍ତୁତ କରିବା |
ବ୍ୟବହାର :-ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ଆପଣ ମାନେ ରାତିରେ ବ୍ୟବହାର କରିବେ | ତେବେ ଉପଚାର ଟି ବ୍ୟବହାର କରିବା ପୂର୍ବରୁ ଆପଣ ଙ୍କର ପାଦ କୁ ଭଲ ଭାବରେ ଧୋଉ ନେବେ ବା ନଖ ଉଷୁମ ପାଣି ରେ ଆପଣ ଙ୍କର ପାଦ କୁ ବୁଡାଇ ରଖିବେ ଆଉ ପାଦ ଟି ସମ୍ପୂର୍ଣ୍ଣ ସଫା ହୋଇଗଲା ପରେ ଆପଣ ପ୍ରସ୍ତୁତ କରିଥିବା ପେଷ୍ଟ ଟିକୁ ଆପଣ ଙ୍କ ପାଦରେ ରାତିରେ ଶୋଇବା ବେଳେ ଲଗାଇଦେବେ | ଆଉ ଯଦି ପୁରୁଣା ଗୋଇଠି ଫୋଟା ଥିବ ତାହେଲେ 7 ଦିନ ଧରି ଏହି ପେଷ୍ଟ କୁ ଆପଣ ଙ୍କର ଗୋଇଠି ରେ ଲଗାଇବେ |
ତେବେ ଏହିଭଳି ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।