ଶୀତଦିନେ ଫଟା ଗୋଇଁଣ୍ଠି (Cracked Heels ) ମାତ୍ର ଗୋଟିଏ ଦିନରେ ଠିକ ହୋଇ ନରମ ଏବଂ କୋମଳ ହୋଇଯିବ, କରନ୍ତୁ ଏହି ଛୁଟିଆ ଉପାୟ….

ବନ୍ଧୁଗଣ ବର୍ତମାନ ଶୀତ ଋତୁ ଚାଲିଛି ଏହି ସମୟରେ ଅନେକ ଲୋକଙ୍କ ଠାରେ ଗୋଡ଼ ଫାଟିବ, ଗୁଇଁଠି ଫାଟିବା ପରି ସମସ୍ୟା ଦେଖା ଦେଇଥାଏ |ଏହି କାରଣରୁ ଅନେକ ଲୋକ କଷ୍ଟ ପାଇଥାନ୍ତି, ଭଲରେ ଚଲା ବୁଲା ମଧ୍ୟ କରିପାରନ୍ତି ନାହିଁ |ଗୁଇଠି ଫାଟିବା ପରି ସମସ୍ୟା ଥିଲେ ଅନେକ ଲୋକଙ୍କ ଗୁଇଠିରୁ ରକ୍ତ ବାହାରି ଥାଏ, ଲୋକେ ଭୂମିରେ ପାଦ ରଖି ପାରନ୍ତି ନାହିଁ |

ମୁଁ ଆଜି ଆପଣଙ୍କୁ ଅପଣଂକର ଏହି ସମସ୍ୟା ଦୂର କରିବା ପାଇଁ ଏକ ହୋମ ରିମିଡି ବିଷୟରେ କହିବି, ଯାହାକି ଆପଣ ଏହି ରିମିଡି କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ଏହି ରିମିଡି ସମ୍ପୂର୍ଣ ପ୍ରାକୃତିକ ଅଟେ, ଏଥିରେ କୌଣସି ସାଇଡ ଇଫେକ୍ଟ ନଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡିର କଣ ଓ ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ଆବଶ୍ୟକ ସାମଗ୍ରୀ :-ପେଟ୍ରୋଲିୟମ ଜେଲି,ପୂଜା କର୍ପୁର, ନଡ଼ିଆ ତେଲ ଓ ସୋରିଷ ତେଲ

ପ୍ରସ୍ତୁତି :-ଆପଣ ଏକ ଛୋଟ ପେଟ୍ରୋଲିୟମ ଜେଲି ଆଣି ସେଥିରୁ ଆପଣ ଏକ ଚାମୋଚ ଜେଲି ଏକ ପାତ୍ରରେ ନିଅନ୍ତୁ |ଏହା ସହିତ ଆପଣ ଏଥିରେ ଏକ ଛୋଟ ପିସ ପୂଜା କର୍ପୁର ଆଣି ତାହାକୁ ଗୁଣ୍ଡ କରି ସେଥିରେ ମିଶାନ୍ତୁ |ଏଥିରେ ଆପଣ ଏକ ଚାମୋଚ ନଡ଼ିଆ ତେଲ ଏବଂ ଏକ ଚାମୋଚ ସୋରିଷ ତେଲ ଦେଇ ଏହି ମିଶ୍ରଣକୁ ଭଲରେ ମିକ୍ସ କରନ୍ତୁ ଯେପରି ଏହା ଏକ କ୍ରିମ ପରି ହୋଇଯିବ |ବର୍ତମାନ ଆପଣଙ୍କର ଏହି ହୋମ ରିମିଡି ପ୍ରସ୍ତୁତ ହୋଇଗଲା, ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ |


ବ୍ୟବହାର :-ଆପଣଙ୍କର ଯଦି ଗୁଇଠି ଫାଟିବା ପରି ସମସ୍ୟା ରହିଥାଏ ତେବେ ଆପଣ ପ୍ରତ୍ୟକ ଦିନ ରାତିରେ ଆପଣଙ୍କ ପାଦକୁ ଉଷମ ପାଣିରେ ଧୋଇବା ପାଇଁ ଚେଷ୍ଟା କରନ୍ତୁ |ଯଦି ଆପଣ ଆପଣଙ୍କ ପାଦକୁ ଉଷମ ପାଣିରେ ଦଶ ମିନିଟ ବୁଡି ରଖିବେ ତେବେ ଏହାଦ୍ୱାରା ଆପଣକୁ ବହୁତ ଫାଇଦା ମିଳିଥାଏ |ଆପଣ ରାତିରେ ପାଦକୁ ଉଷମ ପାଣିରେ ଭଲରେ ସଫା କରି ଏହି କ୍ରିମକୁ ଆପଣ ଆପଣଙ୍କ ଗୁଇଠିରେ ପାଞ୍ଚ ମିନିଟ ପ୍ରଯ୍ୟନ୍ତ ମାଲିସ କରନ୍ତୁ |ଏହି ପରି ଆପଣ ଯଦି କିଛି ଦିନ ଲଗାତାର ଭାବରେ କରନ୍ତି ତେବେ ଆପଣ ଗୁଇଠି ଫାଟିବା ଜନିତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ଏହି ଦ୍ଵାରା ଆପଣଙ୍କ ଏହିପରି ସମସ୍ୟା କେବେବି ଦେଖା ଯିବ ନାହିଁ କି ଆପଣ ଆଉ କେବେ ଗୁଇଠି ଫାଟିବା ଜନିତ କଷ୍ଟ ପିଇବେ ନାହିଁ |ଆପଣ ଗୁଇଠି ଫାଟିବା ଭଲ ହେବା ସହିତ ଆପଣଙ୍କ ଗୋଡ଼ ମଧ୍ୟ୍ୟ ସୁନ୍ଦର ଦେଖାଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment