ବନ୍ଧୁଗଣ ବର୍ତମାନ ଅନେକ ଝିଅମାନଙ୍କ ମୁହଁରେ କଳା ଦାଗ ଦେଖା ଯିବା ସହିତ ବ୍ରଣ ମଧ୍ୟ ବାହାରୁଛି ଯଉଁଥି ପାଇଁ ଆମକୁ ବାହାରକୁ ବାହାରିବା ପାଇଁ ଖରାପ ଲାଗିଥାଏ |ଯେକୌଣସି ଫାଂକ୍ସନରେ ଯିବାପାଇଁ ଇଚ୍ଛା ହୋଇନଥାଏ, ମୁଁ ଆଜି ଆପଣକୁ ଏମିତି କିଛି ଟିପ୍ସ କହିବି ଯାହାଦ୍ୱାରା ଆପଣଙ୍କ ମୁହଁରେ ଦାଗ ଲିଭିଯିବା ସହିତ ଫେସ ଗ୍ଲୋ କରିବ |ତେବେ ଆସନ୍ତୁ ଜାଣିବା ଏହି ରିମିଡ଼ି ଗୁଡିକ କଣ ଓ ଏହାର ବ୍ୟବହାର |
ପ୍ରଥମ ଷ୍ଟେପ :-ପ୍ରଥମେ ଆପଣ ଫେସକୁ କ୍ଲିନ କରନ୍ତୁ, ଏଥିପାଇଁ ଆପଣ ଏକ ଚାମୋଚ ବେସନ ନେଇ ସେଥିରେ ତିନି ଚାମୋଚ କଞ୍ଚା କ୍ଷୀର ଦେଇ ଭଲରେ ମିକ୍ସ କରିଦିଅନ୍ତୁ |ଏହାକୁ ଆପଣ ହାତରେ ନେଇ ଫେସରେ ମସାଜ କରନ୍ତୁ, ଏହିପରି ଆପଣ 15ରୁ 20ମିନିଟ ପ୍ରଯ୍ୟନ୍ତ କରି ଭଲରେ ମୁହଁକୁ ପ୍ଲେନ ପାଣିରେ ଧୋଇ ଦିଅନ୍ତୁ |ଏହିପରି କିଛି ଦିନ କରନ୍ତୁ ଦେଖିବେ ଆପଣଙ୍କ ମୁହଁ ଅତିସୁନ୍ଦର ଭାବରେ ଗ୍ଲୋ କରିବ |
ଦ୍ୱିତୀୟ ଷ୍ଟେପ :-ଆପଣଙ୍କ ଫେସରେ କଳା ଦାଗ ଦୂର କରିବା ପାଇଁ ଆପଣ ଏକ ଛୋଟ ଆଳୁ ନେଇ ତାହାକୁ ଗ୍ରେଡ଼ କରିନିଆନ୍ତୁ, ଏହି ଏହି ଆଳୁକୁ ଆପଣଙ୍କ ଫେସରେ ଦୁଇମିନିଟ ପ୍ରଯ୍ୟନ୍ତ ମସାଜ କରନ୍ତୁ |ପରେ ଆଳୁର ରସକୁ ଆପଣଙ୍କ ମୁହଁରେ ଅଧଘଣ୍ଟା ଲାଗିରହିବା ପାଇଁ ଛାଡି ଦିଅନ୍ତୁ, ପରେ ଆପଣଙ୍କ ଫେସକୁ ଭଲରେ ଧୋଇ ଦିଅନ୍ତୁ |ଏହିପରି ଆପଣ ଯଦି ପ୍ରତ୍ୟେକ ଦିନ କରନ୍ତି ତେବେ ଆପଣ ମୁହଁରୁ ସବୁପ୍ରକାର ଦାଗ ଲିଭିଯିବ ଏବଂ ମୁହଁ ଗ୍ଲୋ କରିବ |
ତୃତୀୟ ଷ୍ଟେପ :-ଏହି ଷ୍ଟେପରେ ଆପଣ ଏକ ଚାମୋଚ ଅରୁଆ ଚାଉଳ ଗୁଣ୍ଡ ନିଅନ୍ତୁ ଏବଂ ସେଥିରେ ଅଧା ଚାମୋଚ କଫି ପାଉଡର ନିଅନ୍ତୁ |ଏକ ଛୋଟ ଆଳୁର ରସ ବାହାର କରି ସେଥିରେ ମିଶାନ୍ତୁ, ଏହିସବୁକୁ ଆପଣ ଭଲରେ ମିକ୍ସ କରିନିଅନ୍ତୁ |ଏହି ମିଶ୍ରଣକୁ ଆପଣଙ୍କ ଫେସରେ ଏକମିନିଟ ପ୍ରଯ୍ୟନ୍ତ ମସାଜ କରି ଏହାକୁ ଆପଣଙ୍କ ଫେସରେ ପାଞ୍ଚମିନିଟ ଲାଗି ରହିବାପାଇଁ ଛାଡି ଦିଅନ୍ତୁ |ପରେ ଏହାକୁ ଆପଣ ଭଲରେ ଧୋଇ ଦିଅନ୍ତୁ, ଆପଣ ଏହି ମିଶ୍ରଣକୁ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଦାଗ ଦୂର ହେବା ସହିତ ବ୍ରଣ ମଧ୍ୟ୍ୟ ବାହାରିବ ନାହିଁ ଏବଂ ଆପଣଙ୍କ ମୁହଁ ଗ୍ଲୋ କରିବ |
ଚତୁର୍ଥ ଷ୍ଟେପ :-ଏହି ଷ୍ଟେପରେ ଆମେ ଗୋଟିଏ ଗ୍ଲୋଇଂଗ ଫେସ ପେକ ବନାଇବା, ଏଥିପାଇଁ ଆପଣ ଅଧା ଚାମୋଚ ଫିଟିକିରି ଗୁଣ୍ଡ ନିଅନ୍ତୁ ଏବଂ ସେଥିରେ ଏକ ଚାମୋଚ ଗୋଲାପ ଜଳ ଦେଇ ତାହାକୁ ଭଲରେ ଫେଣ୍ଟାନ୍ତୁ |ଏହି ମିଶ୍ରଣକୁ ଆପଣଙ୍କ ମୁହଁରେ ଅଲଗାନ୍ତୁ,ଏହାକୁ ଅଧିକ ମସାଜ କରିବେ ନାହିଁ |ଏହି ମିଶ୍ରଣକୁ ହାଲକା ଲଗାଇ ଏହାକୁ ପାଞ୍ଚ ମିନିଟ ଫେସରେ ଲାଗି ରହିବା ପାଇଁ ଛାଡି ଦିଅନ୍ତୁ |ପରେ ଆପଣ ଏହାକୁ ଭଲରେ ଧୋଇ ଦିଅନ୍ତୁ |ଆପଣ ଫେସ କ୍ଲିନ କରିସାରିବା ପରେ ଆଲୋବେର ଜେଲ କିମ୍ବା ଆପଣ ଯାହାବି ବ୍ୟବହାର କରୁଛନ୍ତି ତାହାକୁ ଲଗାଇ ନିଅନ୍ତୁ |ଆପଣ ଫେସ କ୍ଲିନ କିଛିଦିନ ବ୍ୟବହାର କଲେ ଦାଗ ଦୂର ହେବା ସହିତ ମୁହଁ ଗ୍ଲୋ କରିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।