Odisha News Portal

ଶୀତ ଦିନେ ଗୋଡ ଫାଟିବାରୁ ରକ୍ଷା କରିବ ଏହି ଗୋଟିଏ ଘୋରଇ ଉପଚାର 100% ଗ୍ୟାରେଣ୍ଟି ଭଲ ହେବ , ଆଜି ହିଁ କରି ବିଶ୍ବାସ କରନ୍ତୁ….

0 4

ବର୍ତ୍ତମାନ ଶୀତ ଋତୁ ଆସି ଗଲାଣି । ତେବେ ଏହି ସିଜିନ୍ ରେ ଅନେକ ଲୋକ ମାନଙ୍କର ଗୋଇଣ୍ଠି ଫାଟିବା ଭଳି ସମସ୍ୟା ଦେଖା ଦେଇଥାଏ । ଯାହାକୁ ନେଇ ଲୋକାମାନେ ବହୁତ ଚିନ୍ତିତ ରହିଥାନ୍ତି । ତେବେ ବହୁତ ଲୋକଙ୍କ ଠାରେ ଏହି ପ୍ରକାର ସମସ୍ୟା ଦେଖାଯାଏ ଯେ ସେମାନେ ଯେତେ ପ୍ରକାର ପେଷ୍ଟ ଦେଇ ଘସିଲେ ମଧ୍ୟ ସେମାନଙ୍କ ର ଏହି ଫଟା ଦେଖାଯାଏ l ଏହି କାରଣରୁ ସେମାନେ ପାଦରେ ଭଲ ଭାବରେ ଚାଲି ମଧ୍ୟ ପାରନ୍ତି ନାହଁ l

ତେବେ ଏହି ଗୋଇଣ୍ଠି ଫାଟିବା ଯୋଗୁଁ ଆପଣଙ୍କ ଗୋଇଁଣ୍ଠିରେ ବହୁତ କଷ୍ଠ ମଧ୍ୟ ହୋଇଥାଏ । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ କେବଳ ଏହି କିଛି ଜିନିଷ ମିଶେଇ ଆପଣଙ୍କର ପାଦକୁ ସଫା କରନ୍ତୁ ଆପଣଙ୍କ ପାଦ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ l ଏହି ଘରୋଇ ଉପଚାରଟି ପ୍ରସ୍ତୁତ କରିବା ବହୁତ ସହଜ ହୋଇଥାଏ ଏବଂ ତାହା ଆମ ପାଦ ପାଇଁ ବହୁତ ଉପକାରୀ ମଧ୍ୟ ସାବ୍ୟସ୍ତ ହୋଇଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ସହଜ ଘରୋଇ ଉପଚାର ବିଷୟରେ ।

1. ଦୁଇଟି ମହମବତୀ
2. ଗୋଟିଏ ଚାମଚ ସୋରିଷ ତେଲ
3. ଗୋଟିଏ ଚାମଚ ନଡ଼ିଆ ତେଲ
4. ଦୁଇ ଚାମଚ ଆଲବେରା ଜେଲ

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ନେଇଥିବା ଦୁଇଟି ମହମବତୀକୁ ଛୁରୀ ସାହଯ୍ୟରେ ଛୋଟ ଛୋଟ ଗୁଣ୍ଡରେ ପରିଣତ କରନ୍ତୁ ଏବଂ ସେହି ମହମ ଗୁଣ୍ଡରୁ ଦୁଇ ଚାମଚ ଏକ ପାତ୍ରରେ ନିଅନ୍ତୁ । ଏହାପରେ ସେହି ମହମ ଗୁଣ୍ଡରେ ଏକ ଚାମଚ ସୋରିଷ ତେଲ ଏବଂ ଏକ ଚାମଚ ନଡ଼ିଆ ତେଲ ପକାନ୍ତୁ ଏବଂ ଶେଷରେ ଏଥିରେ ଦୁଇ ଚାମଚ ଆଲବେରା ଜେଲ ନେଇ ସେଥିରେ ଭଳ ଭାବରେ ମିଶାନ୍ତୁ । ଏହାପରେ ପ୍ରସ୍ତୁତ ହୋଇଥିବା ପେଷ୍ଟଟୀକୁ ଏକ ଷ୍ଟିଲ ପାତ୍ରକୁ ନେଇ ତାହାକୁ କିଛି ସମୟ ପର୍ଯ୍ୟନ୍ତ ଗ୍ୟାସରେ ଗରମ କରନ୍ତୁ । ବର୍ତ୍ତମାନ ଆପଣଙ୍କର କ୍ରିମ ପ୍ରସ୍ତୁତ ।

ବ୍ୟବହାର ପ୍ରଣାଳୀ –

ଏହାକୁ ପ୍ରତିଦିନ ରାତିରେ ଶୋଇବା ସମୟରେ ବ୍ୟବହାର କରନ୍ତୁ ।ପ୍ରଥମେ ନିଜର ପାଦକୁ ଭଲ ଭାବରେ ଧୋଇ ପରିଷ୍କାର କରି ତାହାକୁ ଏକ କପଡାରେ ପୋଛି ଦିଅନ୍ତୁ ଏବଂ ପରେ ଏହି କ୍ରିମଟୀକୁ ମାଲିସ କରିବା ପରି ଫାଟିଥିବା ଗୋଇଁଠିରେ ଲଗାନ୍ତୁ । ଏହିପରି 10-12 ଦିନ କରିବା ପରେ ଆପଣଙ୍କର ଗୋଇଁଠି ଫଟା ସମ୍ପୂର୍ଣ୍ଣ ଭଲ ହୋଇଯିବ ।

ତେବେ ନିଜର ଗୋଇଁଠିକୁ ସୁସ୍ଥ ରଖିବା ପାଇଁ ଆପଣ ସପ୍ତାହ ମଧ୍ୟରେ ଦୁଇ ଥର ଏକ ଉପାୟ କରନ୍ତୁ । ଉପାୟ ଟି ହେଉଛି ରାତିରେ ଶୋଇବା ପୂର୍ବରୁ ଏକ ବାଉଲରେ କିଛି ପାଣି ନିଅନ୍ତୁ ସେଥିରେ ଟିକେ ଲୁଣ, କିଛି ଲେମ୍ବୁ ରସ ଏବଂ ବ୍ୟବହାର କରୁଥିବା ସାମ୍ପୁ ନେଇ ସେଥିରେ ନିଜର ପାଦକୁ ଭଲ ଭାବରେ ସଫା କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଗୋଇଁଠି କେବେବି ଫାଟିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।