Beuty Tips -ଭିଟାମିନ E କ୍ୟାପସୁଲ ସହ ଏହାକୁ ମିଶାଇ ମୁହଁରେ ଲଗାନ୍ତୁ, ସବୁଦିନ ପାଇଁ ମୁହଁରୁ କଲାପଣ ହାଟନ୍ତୁ ପ୍ରାକୃତିକ ଉପାୟରେ…

ବନ୍ଧୁମାନେ ଶୀତ ଦିନ ଆସିଲା ମାତ୍ରେ ତ୍ୱଚା କୁ ନେଇ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ ।ଆଉ ମୁହଁର ସ୍କିନ କଳା ପଡ଼ିଯାଏ ତ କେତେବେଳେ ଫାଟି ଧଳା ଦେଖା ଗଲାଣି ।ତେବେ ଏହି ସମୟରେ ଆପଣ ନିଜ ଫେସ କୁ କେମିତି ପ୍ରୋଟେକ୍ଟ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଆନ୍ତି ।ଏହା ବ୍ୟତୀତ ଆପଣ ଅନେକ ପ୍ରକାରର ବାହାର ପ୍ରଡକ୍ଟ ବି ଆଣି ଫେସ ରେ ଲଗାଇ ଥାନ୍ତି ଶୀତ ରୁ ଫେସ କୁ ସୁରକ୍ଷିତ କରିବା ପାଇଁ ।ତେବେ ଏସବୁ ବ୍ୟତୀତ ବି ଗୋଟିଏ ଭଲ ଓ ସୁଲଭ ଉପାୟ ରହିଛି ଯାହାକୁ ବ୍ୟବହାର ଦ୍ୱାରା ଆପଣଙ୍କ ଫେସ ରେ କିଛି ବି ଅସୁବିଧା ହେବ ନାହିଁ ଶୀତ ଦିନେ ।

ତେବେ ଆପଣଂକୁ ଆଜି ଏମିତି ଗୋଟିଏ ଘରୋଇ ଉପାୟ ବିଷୟରେ ବତାଇବୁ ଯାହାର ବ୍ୟବହାର କଲେ ଆପଣଙ୍କ ଫେସ ଶୀତ ଦିନେ ବି ଚମକୁଥିବ ।ହେଲେ ଏହି ଉପାୟ ବା ରିମେଡି ଟି କେମିତି କଣ ଆସନ୍ତୁ ସେ ବିଷୟରେ ଜାଣିବା ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଟମାଟୋ
-ଲେମ୍ବୁ
-ଏଲୋଭେରା ଜେଲ
-ଭିଟାମିନ E କ୍ୟାପିସୁଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:–ଏହି ରିମେଡି ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଆବଶ୍ୟକ ଅନୁସାରେ ସାମଗ୍ରୀ ନିଅନ୍ତୁ ।ଏହାପରେ ଗୋଟିଏ ପାତ୍ର ରେ ଅଧା ଚାମୁଚ ମାପରେ ବିଲାତି ରସ ଚିପୁଡି ନିଅନ୍ତୁ, ତେବେ ଲେମ୍ବୁ ଫେସ ର କଳା ଦାଗ ହଟେଇବାରେ ସାହାଯ୍ୟ କରେ ।ତାପରେ ସେହି ପାତ୍ର ରେ ଅଧା ଚାମୁଚ ଲେମ୍ବୁ ରସ ନିଅନ୍ତୁ, ଏବେ ସେଥିରେ ଗୋଟିଏ ଚାମୁଚ ଏଲୋଭେରା ଜେଲ ନିଅନ୍ତୁ ।ଏହାପରେ ଆପଣ ଅଧା ଚାମୁଚ ଲେଖାଏ ଗ୍ଲିସେରିନ ଓ ଅଲିଭ ଅଏଲ ନିଅନ୍ତୁ ।ଆଉ ଶେଷରେ 2ଟି ଭିଟାମିନ E କ୍ୟାପିସୁଲ ଏଥିରେ ମିଶାଇ ଦିଅନ୍ତୁ ।ଏହାପରେ ସେହିକୁ ଭଲ ଭାବରେ ଗୋଳେଇ ନିଅନ୍ତୁ ତାପରେ ଆପଣଙ୍କ ଏହି ରିମେଡି ତିଆରି ହେଇଯିବ ।

ରିମେଡି ର ବ୍ୟବହାର:–ତେବେ ଆପଣ ମନେ ରଖନ୍ତୁ ଏହି ରିମେଡି କୁ ଫେସ ରେ ବ୍ୟବହାର କରିବା ପୂର୍ବରୁ ନିଜ ଫେସ କୁ ସ୍କର୍ଵ କରିନିଅନ୍ତୁ ନହେଲେ ଗୋଲାପ ଜଳରେ ପୋଛି ଦିଅନ୍ତୁ ।ଏହାପରେ ସେହି ତିଆରି ରିମେଡି କୁ ବ୍ୟବହାର କଲେ ତାହା ଭଲ କାମ କରିଥାଏ ଫେସରେ ।ତେବେ ଆପଣ ହାତରେ ବା ତୁଳା ସାହାଯ୍ୟ ରେ ସେହି ରିମେଡି କୁ ନିଜ ଫେସ ରେ ଭଲ ଭାବରେ ଲଗାଇବା ପରେ କିଛି ସମୟ ମସାଜ କରନ୍ତୁ ।ତେବେ ମନେ ରଖିବେ ଆପଣ ଏହି ରିମେଡି ର ବ୍ୟବହାର ରାତିରେ ଲଗେଇ ଶୋଇଯିବେ ଆଉ ସକାଳେ ସାବୁନ କିମ୍ବା ଫେସୱାସ ରେ ମୁହଁ ଧୋଇବେ ନାହିଁ ।

ଏହା ଜାଗାରେ ଆପଣ ବେଶନ ପାଣିରେ ମୁହଁ ଧୋଇବେ ଏମିତି ଶୀତ ସାରା ଏହି ରିମେଡି କୁ ବ୍ୟବହାର କରି ପାରିବେ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment