ହିନ୍ଦୁ ଧର୍ମରେ ବିବାହିତ ମହିଳା ମାନଙ୍କ ଜୀବନରେ ସିନ୍ଦୁରର ଏକ ଖାସ୍ ମହତ୍ତ୍ୱ ରହିଛି , ଆପଣ ହିନ୍ଦୁ ଧର୍ମରେ ସବୁ ବିବାହିତ ମହିଳାଙ୍କୁ ସିନ୍ଦୁର ଲଗାଉଥିବାର ଅବଶ୍ୟ ଦେଖିଥିବେ । ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ସିନ୍ଦୁରକୁ ବିବାହିତ ମହିଳାଙ୍କର ସୁହାଗର ପ୍ରତୀକ ବୋଲି ମନାଯାଏ । ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ କରିବାର ବିଧାନ ରହିଛି , ଥରେ ବିବାହ ହୋଇଗଲା ପରେ ସବୁ ବିବାହିତ ମହିଳାଙ୍କୁ ସିନ୍ଦୁର ଲଗାଇବା ଜରୁରୀ ଅଟେ । ଆଜିକାଲି କିଛି ଝିଅ ବିବାହ ପରେ ବି ବିନା ସିନ୍ଦୁରରେ ବୁଲୁଛନ୍ତି ।
1. ନିଜ ଟଙ୍କାରେ ସିନ୍ଦୁର କିଣନ୍ତୁ :-
ବିବାହିତ ମହିଳାଙ୍କୁ ସବୁବେଳେ ସିନ୍ଦୁର ନିଜ ଟଙ୍କା ରେ କିଣିକରି ଲଗାଇବା ଉଚିତ୍ , କୌଣସି ଅନ୍ୟର ଟଙ୍କାରେ କିଣାଯାଇଥିବା ସିନ୍ଦୁର ଲଗାଇବା ଠାରୁ ବଞ୍ଚିତ ରହିବା ଉଚିତ୍ ।
2. ଅନ୍ୟର ସିନ୍ଦୁର ବ୍ୟବହାର କରନ୍ତୁ ନାହିଁ :-
ପରିସ୍ଥିତି ଯାହା ବି ହେଉନା କାହିଁକି ବିବାହିତ ମହିଳାଙ୍କୁ କୌଣସି ଅନ୍ୟ ମହିଳାର ସିନ୍ଦୁରକୁ ଆଣି ମଥାରେ ଭରିବା ଉଚିତ୍ ନୁହେଁ । ଅନ୍ୟ ମହିଳାର ସିନ୍ଦୁରକୁ ମଥାରେ ଭରିବା ବହୁତ ହିଁ ଅଶୁଭ ହୋଇଥାଏ । ଏପରି କରୁଥିବା ମହିଳାଙ୍କ ସ୍ୱାମୀଙ୍କୁ ଧନ ସମ୍ୱନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
3. ଉପହାର ରେ ମିଳିଥିବା ସିନ୍ଦୁର ଠୁ ଦୂରେଇ ରୁହନ୍ତୁ :-
ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁରକୁ ଉପଯୋଗ କରିବା ଠାରୁ ବଞ୍ଚିତ ରହିବା ଉଚିତ୍ । କାରଣ ଶାସ୍ତ୍ର ରେ ଉପହାରରେ ମିଳିଥିବା ସିନ୍ଦୁର ଉପଯୋଗ କରିବା ଅଶୁଭ ମାନାଯାଏ ।
4. ଅଗାଧୁଆ ସିନ୍ଦୁର ଲଗାନ୍ତୁ ନାହିଁ :-
କେବେବି ମହିଳାଙ୍କୁ ସିନ୍ଦୁର ଲଗେଇ ଗାଧୋଇବା ଉଚିତ୍ ନୁହେଁ , ସବୁବେଳେ ଗାଧିସାରି ପୂଜାପାଠ କରି ସାରି ସିନ୍ଦୁର ଲଗାଇବା ଉଚିତ୍ ।
5. ପରିୟଡ୍ସ ରେ ସିନ୍ଦୁର ଲଗାନ୍ତୁ ନାହିଁ :-
ପିରିୟଡ୍ସ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ , କାରଣ ସିନ୍ଦୁର ଏହି ସମୟରେ ଲଗେଇଲେ ସିନ୍ଦୁର ଅପମାନ ହୋଇଥାଏ ।
6. ସିନ୍ଦୁର ତଳେ ପଡିବା :-
ସିନ୍ଦୁର ତଳେ ପଡିବା ବହୁତ ଅଶୁଭ ବୋଲି ମାନାଯାଏ , ସେଥିପାଇଁ ଏହାକୁ ସବୁବେଳେ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ । ସିନ୍ଦୁର ଯଦୁ ତଳେ ପଡେ ତେବେ ଘରକୁ ଅଶୁଭତାର ଅଗମନ ହୁଏ ।
7. କାହା ସାମ୍ନାରେ ଲଗାନ୍ତୁ ନାହିଁ :-
ସିନ୍ଦୁରକୁ କେବେହେଲେ କାହା ସାମ୍ନାରେ ଲଗାନ୍ତୁ ନାହିଁ , ସାମ୍ନାରେ ସିନ୍ଦୁର ଲଗାଇବା ଦ୍ୱାରା ଆପଣଙ୍କ ସମ୍ପର୍କରେ ନଜର ଲାଗିପାରେ ଏବଂ ଆପଣଙ୍କ ସ୍ୱାମାଙ୍କର ପ୍ରେମ ମଧ୍ୟ କମିଯାଇ ପାରେ ।
ଘରେ ଯଦି ଆପଣ ଏବଂ ଆପଣଙ୍କ ସ୍ୱାମୀଙ୍କ ସହ ଲଢେଇ ଝଗଡା ହେଉଥାଏ ତ ଏହି ସବୁକୁ ଦୂର କରିବା ପାଇଁ ଆପଣ ସୋରିଷ ତେଲରେ ଟିକିଏ ସିନ୍ଦୁର ମିଶାଇ ଆପଣଙ୍କ ଘରର ମୁଖ୍ୟଦ୍ୱାର ରେ ସାସ୍ତ୍ୱିକ କିମ୍ୱା ଓଁ ର ଚିହ୍ନ ବନାନ୍ତୁ । ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ପ୍ରେମ ଆପଣଙ୍କ ପାଇଁ ବଢିଥାଏ ଏବଂ ଝଗଡା ଦୂର ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।