Odisha News Portal

ଓଡିଆ ପ୍ରସିଦ୍ଧ ସଂଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଙ୍କ ପରିବାର କୁ ପ୍ରଥମ ଥର ଦେଖନ୍ତୁ , ଝିଅ .,ବୋହୁ, ପନ୍ତ୍ରୀ ପୁଅ ! ଜାଣନ୍ତୁ ପରିବାର ରେ କିଏ କିଏ ରୁହନ୍ତି ….

0 1

ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ । ତେବେ ଆପଣ ମାନେ କଣ ଓଡିଆ ମ୍ୟୁଜିକ ଡାଇରେକ୍ଟରଙ୍କ ବିଷୟରେ କିଛି ଜାଣିଛନ୍ତି ।

ନିଶ୍ଚୟ ଆପଣଙ୍କ ମନରେ ତାଙ୍କ ବିଷୟରେ ଜାଣିବା ପାଇଂ ବହୁତ ଆଗ୍ରହ ହେଉଥିବ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଓଡିଆ ମ୍ୟୁଜିକ ଡାଇରେକ୍ଟର ବିଶିଷ୍ଠ ତଥା ପ୍ରଖ୍ୟାତ , ଦକ୍ଷ ମନ୍ମଥ ମିଶ୍ରଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ମ୍ୟୁଜିକ ଡାଇରେକ୍ଟରଙ୍କର ପୂରା ନାମ ହେଉଛି ମନ୍ମଥ ମିଶ୍ର । ତେବେ ସେ ହେଉଛନ୍ତି ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଗୀତିକାର ଏବଂ ସଂଗୀତ ନିର୍ଦ୍ଦେଶକ ମଧ୍ୟ । ସେ 1959 ନଭେମ୍ବର 10 ତାରିଖରେ (କୁମାରପୁର ଶାସନ), ଆଠଗଡ, କଟକ (ଓଡିଶା) ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କର ପରିବାର କଥା ଯଦି କହିବା, ତେବେ ତାଙ୍କର ବାପା ଦୀନବନ୍ଧୁ ମିଶ୍ର , ମାତା ଇନ୍ଧୁ ପ୍ରଭା ମିଶ୍ର ଏବଂ ପତ୍ନୀ କୃଷ୍ଣ ପ୍ରିୟା ମିଶ୍ର ।

ତେବେ ତାଙ୍କର ସ୍ତ୍ରୀ କୃଷ୍ଣ ପ୍ରିୟା ମିଶ୍ର ମଧ୍ୟ ଜଣେ ଗୀତିକାର , ଉପସ୍ଥାପିକା ଏବଂ ନ୍ୟୁଜ ରିଡର୍ ଅଟନ୍ତି । ତାଙ୍କର ଝିଅ ହେଉଛନ୍ତି ଅଲିଉଡର ନାମୀଦାମୀ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତି ମିଶ୍ର ଉଭୟ ଓଡିଆ ଏବଂ ହିନ୍ଦି ଫିଲ୍ମରେ ବେଶ୍ ଜଣାଶୁଣା ଅଭିନେତ୍ରୀ । ମନ୍ମଥ ମିଶ୍ରଙ୍କର ପୁଅ ହେଉଛନ୍ତି ମାନବ ମିଶ୍ର । ବର୍ତ୍ତମାନ ତାଙ୍କ ପୁଅଙ୍କର ବିବାହ ହୋଇ ସାରିଛି । ତେବେ ସେମାନଙ୍କର ଗୋଟିଏ ସୁଖୀ ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ ।


ମନ୍ମଥ ମିଶ୍ର ବିଶ୍ବନାଥ ବିଦ୍ୟାପୀଠ, ଆଠଗଡରେ ନିଜର ସ୍କୁଲ ଜୀବନ ଏବଂ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଆଠଗଡରେ ନିଜର କଲେଜ ଅତିବାହିତ କରିଥିଲେ । ଏହାସହିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷା ଅଧ୍ୟୟନ କରିଛନ୍ତି । ପିଲାଟି ଦିନରୁ ତାଙ୍କର ସଂଗୀତ କଳାପ୍ରତି ଅହେତୁକ ରୁଚି ରହିଥିଲା । 1983 ମସିହାରେ ଓଡିଆ ଫିଲ୍ମ ଆଶାର ଆଲୋକରେ ପ୍ରଥମେ ସଂଙ୍ଗୀତ ନିର୍ଦ୍ଦେଶନା ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।


ଏହାପରେ ସେ ପାଗଳ ପ୍ରେମୀ, ଗଙ୍ଗା ଯମୁନା ଭଳି ଅନେକ ଫିଲ୍ମରେ ସଂଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ମନ୍ମଥ ମିଶ୍ରଙ୍କୁ ଓଡିଆ ଜଗତରେ ସଂଙ୍ଗୀତ ଅଲରାଉଣ୍ଡର ବୋଲି କୁହାଯାଏ । ଓଡିଶାର ସର୍ବଶ୍ରଷ୍ଠ ଗୀତିକାର ଆଧୁନିକ, ଭଜନ, କଣ୍ଠଦାନ କରିଛନ୍ତି । ଶ୍ରେଷ୍ଠ ଚଳଚିତ୍ର ସଂଗୀତ ନିର୍ଦ୍ଦେଶକ ଭାବରେ ରାଜ୍ୟ ଚଳଚିତ୍ର ପୁରଷ୍କାର ମଧ୍ୟ ପାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।