ଏବେ ସବୁ ଆଡେ ଖାଲି ଗୋଟିଏ ଚର୍ଚ୍ଚା ତାହା ହେଉଛି ଫିଲ୍ମ୍ ‘ଦମନ୍’। ରାଜ୍ୟ ଓ ରାଜ୍ୟ ବାହାରେ ଦମ ଦେଖାଉଛି ଫିଲ୍ମ ଦମନ । ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ମନ ଛୁଇଁ ପାରିଛି । ଏହି ଫିଲ୍ମ ହଲରେ ଭଲ ବ୍ୟବସାୟ ମଧ୍ୟ କରୁଛି ।ହଁ ଆଜ୍ଞା ବାବୁଶାନଙ୍କ ଅଭିନୀତ ଏହି ଫିଲ୍ମ୍ ‘ଦମନ୍’ କୁ ନେଇ ଏବେ ସବୁଠିି ଚର୍ଚ୍ଚାର ବିଷୟ ପାଲଟିଛି। କାହିଁକି ନା ବାବୁଶାନ ଙ୍କ ଅଭିନୀତ ଫିଲ୍ମ୍ ‘ଦମନ୍’ ର ଷ୍ଟୋରି ଲାଇନ୍ ଏତେ ସୁନ୍ଦର୍ ହୋଇଛି ଯାହାକି ଦର୍ଶକ ମାନଙ୍କ ହୃଦୟ କୁ ବେଶ୍ ଛୁଇଁ ପାରିଛି। ତେବେ ଫିଲ୍ମ ‘ଦମନ୍’ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍ ହୋଇ ସାରିଛି।
ଆଉ କୁହା ଯାଉଛି କି ଓଡ଼ିଆ ସିନେମା ବୁଡ଼ି ଯାଉଥିବା ବେଳେ ଫିଲ୍ମ ‘ଦମନ୍’ ଆସିବାରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ଅଣ୍ଟା ସଳଖି ଠିଆ ହୋଇଛି। ତେବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଓଲିଉଡର ସବୁଠୁ ଲୋକପ୍ରିୟ ଏବଂ ଚର୍ଚ୍ଚିତ ଅଭିନେତା ସିଦ୍ଧାନ୍ତ ମହାପାତ୍ର।ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିବା ଅନୁଯାୟୀ ସେ ଏହି କଥାକୁ ଆଦୌ ବିଶ୍ଵାସ କରୁ ନାହାଁନ୍ତି ଯେ ଫିଲ୍ମ ‘ଦମନ୍’ ଆସିବାରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ଅଣ୍ଟା ସଳଖି ଠିଆ ହୋଇଛି।
ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ଆମେ ଯଦି ଭଲ କଣ୍ଟେଣ୍ଟ ତିଆରି କରିବା ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଯଦି ଆମେ ସିନେମା ତିଆରି କରିବା ତେବେ କେହି କହିବେ ନାହିଁ ଯେ ଓଲିଉଡ଼ ଇଣ୍ଡଷ୍ଟ୍ରି ବୁଡ଼ି ଯାଉଥିଲା କି ବୁଡିଗଲା। ତେବେ ଦମନ ଯେମିତି ଏକ ସୁନ୍ଦର୍ କାହାଣୀ ନେଇ ଆସିଲା ସେଥିପାଇଁ ଦର୍ଶକ ମାନେ ଦମନକୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି ସେହିପରି ସବୁ ସିନେମା ଷ୍ଟୋରି ଲାଇନ୍ ଦର୍ଶକ ମାନଙ୍କୁ ସୁହାଇଲା ପରି ହେବା ଦରକାର।
ତେବେ ବର୍ତ୍ତମାନ ସମୟରେ ଓଡିଆ ସିନେମା ‘ପ୍ରତୀକ୍ଷା’ ନେଇ ବେଶ ଚର୍ଚ୍ଚା ଲାଗି ରହିଛି।ତେବେ ଏଥିରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନଜର ଆସି ଛନ୍ତି। ଏକ ଓରିଜିନାଲ କଣ୍ଟେଣ୍ଟର ଷ୍ଟୋରି ନେଇ ସିନେମା ‘ପ୍ରତୀକ୍ଷା’ ଆସିଛି। ଯାହାର ଷ୍ଟୋରି ଲାଇନ୍ ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି ତେବେ ‘ପ୍ରତୀକ୍ଷା’ ର ନିର୍ଦ୍ଦେଶନା ଭାର ସମ୍ଭାଳି ଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ।ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହି କାହାଣୀ ହେଉଛି ଜଣେ ମଧ୍ୟବିତ୍ତ ପରିବାରର ଯୁବକ ସଞ୍ଜୟ ଏବଂ ତାଙ୍କ ବାପାଙ୍କର ଯିଏକି କ୍ୟାନ୍ସରରେ ପୀଡ଼ିତ ଅଛନ୍ତି। ତେବେ ଦୀପନ୍ବିତ ଦାସମହାପାତ୍ର ଚଳଚ୍ଚିତ୍ରରେ ସଞ୍ଜୟ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ସିନେମାଟି ବେଶ୍ ମନଛୁଆଁ ହୋଇ ପାରିଛି। ଏକ ସମ୍ପୂର୍ଣ୍ଣ ପାରିବାରିକ ଓ ଇମୋସନାଲ୍ ଷ୍ଟୋରି ଲାଇନକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।